ଭଗବଦ ଗୀତା ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ

ମା’ର ନିଃସ୍ୱାର୍ଥପର ତ୍ୟାଗ ଯୋଗୁଁ ଆମ ଦେଶରେ ମହାମନିଷୀଗଣ ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଛନ୍ତି । ତେଣୁ ପ୍ରତ୍ୟେକ ମା’ ଶିଶୁର ଚରିତ୍ର ଗଠନ ପାଇଁ ନମୂନା ହେବା ଆବଶ୍ୟକ ବୋଲି ଡ଼ଃ ପ୍ରିୟମ୍ବଦା ମହାନ୍ତି ପ୍ରକାଶ କରିଛନ୍ତି । ସ୍ଥାନୀୟ ନୂଆପଲ୍ଲୀସ୍ଥିତ ଶ୍ରୀମଦ୍ ଭଗବଦ ଗୀତା ବିଦ୍ୟାମନ୍ଦିରରେ ଦୁଇଟି ପର୍ଯ୍ୟାୟରେ ମାତୃ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଡ଼ଃ ମହାନ୍ତି ଏ କଥା ପ୍ରକାଶ କରିଛନ୍ତି । ଶିଶୁର ବିକାଶରେ ମା’ର ଭୂମିକା ସମ୍ପର୍କରେ ଆୟୋଜିତ ଆଲୋଚନା ଚକ୍ରରେ ଡଃ ସୁଧାଂଶୁବାଳା ସାହୁ ସମ୍ମାନୀତ ଅତିଥିରୂପେ ଯୋଗ ଦେଇଥିଲେ । ଭଗବଦ ଗୀତା ବିଦ୍ୟାମନ୍ଦିରର ପ୍ରଧାନ ଆ·ର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାମନ୍ଦିର ପରି·ଳନା ସମିତିର ସମ୍ପାଦକ ସମରେନ୍ଦ୍ର ଜେନା, ଉପ ସଭାପତି
ରମେଶ ଚନ୍ଦ୍ର ପାତ୍ର ଓ ସଭ୍ୟ ଦିଲ୍ଲୀପ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ସଭାକୁ ସରସ ସୁନ୍ଦର କରିବାରେ ସହାୟକ ହୋଇଥିଲେ । ଏହି ସଭାରେ ଉପସ୍ଥିତ ଶତାଧିକ ମା’ମାନଙ୍କ ମଧ୍ୟରେ ପାରମ୍ପରିକ ଶଙ୍ଖନାଦ, ହୁଳହୁଳି ଓ ସଙ୍ଗୀତଗାନ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତୀ gitaପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଡ଼ଃ ମହାନ୍ତି ପୁରସ୍କୃତ କରିଥିଲେ ।

Share in top social networks!