ନୋଭାନର୍ଡିକ୍ସ ଏଡୁକେସନାଲ ଫାଉଣ୍ଡେସନ ତରଫରୁ କ୍ୟାପିଟାଲ ହସପିଟାଲରେ ସ୍ୱତନ୍ତ୍ର ମଧୁମେହ ନିରୂପଣ କେନ୍ଦ୍ର

କ୍ୟାପିଟାଲ ହସପିଟାଲରେ ନୋଭାନର୍ଡିକ୍ସ ଏଡୁକେସନାଲ ଫାଉଣ୍ଡେସନ ତରଫରୁ ଆଜି ଠାରୁ ଏକ ସ୍ୱତନ୍ତ୍ର ମଧୁମେହ ନିରୂପଣ କେନ୍ଦ୍ର ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ ହସପିଟାଲକୁ ଆସୁଥିବା ୨୦ ବର୍ଷ ବୟସରୁ ଉଦ୍ଧ୍ୱର୍ ସବୁ ଲୋକଙ୍କର ମାଗଣାରେ ରକ୍ତସର୍କରା, ରକ୍ତଚାପ ଆଦି ନିରୁପଣ କରାଯିବ । ସେମାନଙ୍କ ମଧ୍ୟରୁ ଯେଉଁ ମାନଙ୍କର ରୋଗ ଚିହ୍ନଟ ହେବ ସେମାନଙ୍କୁ ହସପିଟାଲର ଡାକ୍ତରମାନେ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବେ । ଏହି କେନ୍ଦ୍ର ପ୍ରତ୍ୟେକ ଗୁରୁବାର ଓ ଶୁକ୍ରବାର ସକାଳ ୮ ଘଣ୍ଟାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକରିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ କରାଯାଇଥିବା ବୁଝାମଣାପତ୍ର ସ୍ୱାକ୍ଷର ଅନୁଯାୟି ଏହି ସଂସ୍ଥା ରାଜ୍ୟର ୪ଟି ଜିଲ୍ଲାରେ ମଧୁମେହ ରୋଗ ନିୟନ୍ତ୍ରଣ ପାଇଁ ଗୋଷ୍ଠୀଯତ୍ନ କେନ୍ଦ୍ର ଖୋଲିବ । ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଛି ।

ପ୍ରକାଶ ଥାଉକି ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ସମାଜରେ ଅନେକ ଲୋକ ମଧୁମେହ , କର୍କଟ , ହୃଦ୍‍ଘାତ ଭଳି
ଅଣସଂକ୍ରମାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ରାଜ୍ୟରେ ଏଥି ପାଇଁ ଜାତୀୟ ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ
କାର୍ଯ୍ୟକାରୀ କରାଯାଉଛି । ନୂଆପଡା , ବଲାଙ୍ଗିର , କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଯଥା
ଶୀଘ୍ର ଆଉ ୧୦ ଟି ଜିଲ୍ଲା ,ଖୋର୍ଦ୍ଧା , କଟକ , ରାୟଗଡା , ଗଞ୍ଜାମ , ସମ୍ବଲପୁର , ମୟୁରଭଞ୍ଜ , ସୁନ୍ଦରଗଡ , ପୁରୀ ,
ଅନୁଗୋଳ ଏବଂ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ୫ଟ ଜିଲ୍ଲାରେ କରାଯାଇଥିବା
ପରୀକ୍ଷାରୁ ୩୦ ବର୍ଷରୁ ଉଦ୍ଧ୍ୱର୍ ବୟସର ପ୍ରତି ଏକ ଶହ ଲୋକଙ୍କ ମଧ୍ୟରେ ପ୍ରାୟ ୬ ରୁ ୭ ଜଣ ମଧୁମେହରେ ଆକ୍ରାନ୍ତ
ହୋଇଥିବା ଜଣାପଡିଛି । ମଧୁମେହ ଏକ ନିରବ ଘାତକ । ପ୍ରାଥମିକ ସ୍ତରରେ ଏହାକୁ ଚିହ୍ନଟ କରି ଚିକିତ୍ସିତ ନହେଲେ ଅନ୍ଧତ୍ୱ ,
ବୃକକ୍‍ , ସ୍ମାୟୁଜନିତ ଏବଂ ହୃଦ୍‍ଘାତ ଭଳି ଜଟିଳ ସମସ୍ୟା ଦେଖା ଦେଇଥାଏ । ସେଥି ପାଇଁ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର
କରାଯାଇଛି । ଏ ନେଇ ଜନସାଧାରଣ ସଚେତନ ହେବା ଜରୁରୀ । ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏ
ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ରାଜ୍ୟ ଏନ୍‍.ସି.ଡି ନୋଡାଲ ଅଫିସର ଡାଃ ପି.କେ.ବି ପଟ୍ଟନାୟକଙ୍କ ଠାରୁ
ପ୍ରକାଶ ।

Share in top social networks!