ରେକର୍ଡ଼ ପର୍ବତ ଆରୋହୀ କଳାହାଣ୍ଡିର ଯୋଗବ୍ୟାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

jogabyasaଶ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ତାଙ୍କ କାର୍ଯ୍ୟାଳୟରେ ଅଭିନନ୍ଦନ ଜଣାଇବା ସହ ସେ ବିଶ୍ୱର ଆହୁରି ସୁଉଚ୍ଚ ଶୃଙ୍ଗ
ଆରୋହଣ କରି ଦେଶ ପାଇଁ ଗର୍ବ ଆଣିବେ ବୋଲି ଆଶା ବ୍ୟକ୍ତ କରିଛନ୍ତିା ୨୦୧୧ ମସିହାରେ ଏଭରେଷ୍ଟ ବିଜୟୀ ଶ୍ରୀଯୁକ୍ତ ଭୋଇଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଭିନନ୍ଦନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀ ସାହୁ ବିଶ୍ୱର ପାଞ୍ଚଟି ମହାଦେଶରେ ଅବସ୍ଥିତ ୫ଟି ସର୍ବୋଚ୍ଚ ଶୃଙ୍ଗ ଆରୋହଣ କରି ସାରିଥିବା ବେଳେ ଆଉ ୨ଟି ଆରୋହଣ ଯୋଜନା ରଖିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ରୁପ୍ରା ଗ୍ରାମର ଅଧିବାସୀ ଶ୍ରୀ ଭୋଇ ମାତ୍ର ୩୫ବର୍ଷ
ବୟସ ସୁଦ୍ଧା ଯେଉଁ ରେକର୍ଡ଼ ସୃଷ୍ଟି କରିଛନ୍ତି ତାହା ଖାଲି ଓଡ଼ିଶା ପାଇଁ ନୁହେଁ ବରଂ ସାରା ଦେଶ ପାଇଁ ଏକ ଗର୍ବ ଏବଂ
ଗୌରବର ବିଷୟା ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଭୋଇ ବିନା ଅମ୍ଳଜାନ ଥଳିରେ ଅଷ୍ଟ୍ରେଲିଆର ୪୬୮୪ମିଟର ଉଚ୍ଚତା ବିଶିଷ୍ଟ
ସର୍ବୋଚ୍ଚ ସୃଙ୍ଗ କାଷ୍ଟାଚ ପିରାମିଡକୁ ଆରୋହଣ କରି ରେକର୍ଡ଼ ସୃଷ୍ଟି କରିଛନ୍ତିା

ରୁଷିଆର ମାଉଣ୍ଟ ଇଲବର୍ଷ ଯାହାର ଉଚ୍ଚତା ୫୬୪୨ମି, ଏହି ଶୃଙ୍ଗକୁ ଦ୍ୱିତୀୟ ଭାରତୀୟ ଏବଂ ପ୍ରଥମ ଓଡ଼ିଆ ଭାବେ
୨୦୧୩ରେ ସେ ଆରୋହଣ କରିଥିଲୋ ନେପାଳର ମାଉଣ୍ଟ ଅନପୂର୍ଣ୍ଣା, ତାଞ୍ଜାନିଆଁର ୫୮୬୫ଉଚ୍ଚତା ବିଶିଷ୍ଟ
କାଲିମଞ୍ଜାରୋ ୨୦୧୧ମସିହାରେ ଆରୋହଣ କରିଥିବା ବେଳେ ଲେହ ଲଦାଖର ମାଉଣ୍ଟ ଷ୍ଟକ କେଙ୍ଗି୍ର ତଥା ସେହି
୨୦୧୧ମସିହାରେ ୮୮୪୮ମିଟର ବିଶିଷ୍ଟ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ ଶ୍ରୀ ଭୋଇା

୭ଟି ମହାଦେଶର ୭ଟି ଉଚ୍ଚତମ ଶୃଙ୍ଗ ଆରୋହଣ କରିବା ସହ ବିଶ୍ୱର ୮୦୦୦ମିଟର ଉଚ୍ଚରୁ ଉର୍ଦ୍ଧ ୧୪ଟି ଉଚ୍ଚତମ
ଶୃଙ୍ଗ ଆରୋହଣ କରିବା ତାଙ୍କର ଜୀବନର ଲକ୍ଷ୍ୟ ବୋଲି ଶ୍ରୀ ସାହୁ ପ୍ରଧାନମନ୍ତ୍ରୀ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ
ଗ୍ୟାସ ମନ୍ତ୍ରୀଙ୍କ ପାଖରେ ପ୍ରକାଶ କରିଛନ୍ତିା

Share in top social networks!