ଆରମ୍ଭ ହେଲା ଉକ୍ରଳ ଲିଟେରେଚର୍ ଫେଷ୍ଟିଭାଲ୍ (ୟୁଏଲ୍ଏଫ୍), ୨୦୧୪

ulf1ଓଡିଆ ଭାଷା ଓ ସାହିତ୍ୟର ଅଧିକ ପ୍ରଚାର ଓ ପ୍ରସାର କରିବା ସହ ଇଂରାଜୀ, ଭାରତ ଓ ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହର ବିଭିନ୍ନ ପ୍ରାନ୍ତୀୟ ଭାଷା ଓ ସାହିତ୍ୟ ତଥା ଅନ୍ୟ ଆନ୍ତର୍ଜାତୀୟ ଭାଷା ଓ ସାହିତ୍ୟ ସହ ସାହିତି୍ୟକ ଓ ସାଂସ୍କୃତିକ ଆଦାନ ପ୍ରଦାନ ପାଇଁ ଏକ ବିସ୍ତୃତ କ୍ଷେତ୍ର ସୃଷ୍ଟି କରିବା, ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଦ୍ୱିଭାଷୀ ସାହିତ୍ୟ ଓ ସାହିତି୍ୟକ ସୃଷ୍ଟି ଦିଗରେ ପ୍ରୟାସ କରିବା ଏବଂ ଚଳଚ୍ଚିତ୍ର ତଥା ଅନ୍ୟ ସୃଜନଶୀଳ କଳା ସହ ସାହିତ୍ୟର ଗଭୀର ସଂପର୍କ ପ୍ରସଙ୍ଗରେ ଅଧିକ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ପାଇଁ ମଞ୍ଚ ପ୍ରଦାନ କରିବା ଉଦେ୍ଧଶ୍ୟରେ ସୃଜନ, ସାହିତ୍ୟ ଓ କଳାର ଏକ ବିଶେଷ ଉତ୍ସବ, “ଉକ୍ରଳ ଲିଟେରେଚର୍ ଫେଷ୍ଟିଭାଲ୍ (ୟୁଏଲ୍ଏଫ୍), ୨୦୧୪”, ‘ଭଞ୍ଜ କଳା ମଣ୍ଡପ’, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି ।

୧୭ ଓ ୧୮ ତାରିଖ ଦୁଇଦିନ ଧରି ଚାଲୁଥିବା ଏହି ସାହିତ୍ୟ ଉସôବରେ ଓଡିଶା ତଥା ଭାରତର ବିଭିନ୍ନ ପ୍ରାନ୍ତ ଏବଂ ଦକ୍ଷିଣ ଏସୀୟ ରାଷ୍ଟ୍ର (ନେପାଳ ଓ ଭୁଟାନ )ର ବହୁ ବିଶିଷ୍ଟ ଲେଖକ, କବି, କଳାକାର, ଅନୁବାଦକ, ସାହିତ୍ୟ ସମାଲୋଚକ, ଶିକ୍ଷାବିତ୍, ସାମ୍ବାଦିକ ଓ ଅନ୍ୟ ସୃଜନଶୀଳ ଶିଳ୍ପୀ ଓ କଳାକାର ଯୋଗଦାନ କରିଥିଲେ ।

ଓଡିଶା ରାଜ୍ୟପାଳ ଡଃ ଏସ୍.ସି. ଜମିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିକାର ଏହି ଉସôବକୁ ପ୍ରଦୀପ ପ୍ରଜ୍ୱଳନକରି ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଲେଖିକା ଡଃ ଆଶା ହଂସ, ଡଃ କିରନ ନାଗରକର ଏଥିରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ବିଶିଷ୍ଟ ପୁଲିସ୍ ଅଧିକାରୀ ତଥା ସାହିତି୍ୟକ ଡଃ ଦେବାଶିଷ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଉସôବର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଉକ୍ରଳ ଲିଟେରେଚର୍ ଫେଷ୍ଟିଭାଲ୍ ଟ୍ରଷ୍ଟର ଉଦେ୍ଧଶ୍ୟ କେବଳ ବାର୍ଷିକ ସାହିତ୍ୟ ଉତ୍ସବ ପାଳନ ମଧ୍ୟରେ ସୀମାବଦ୍ଧ ନୁହେଁ, ବର୍ଷବ୍ୟାପୀ ବିଭିନ୍ନ ଛୋଟ ବଡ ସାହିତ୍ୟ ସଭା, ସାଂସ୍କୃତିକ ଆସର, ପୁସ୍ତକ ଉନ୍ମୋଚନ, ପୁସ୍ତକ ପଠନ, କବିତା ପାଠୋତ୍ସବ, ସାହିତ୍ୟ ସମୀକ୍ଷା, ବୌଦ୍ଧିକ ଆଲୋଚନା, କଳା ଓ ସ୍ଥାପତ୍ୟର କର୍ମଶାଳା, ନୃତ୍ୟ, ସଂଗୀତ, ସିନେମା ଆଦି ସଂପର୍କିତ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମ ଆୟୋଜନ କରି କଳା, ସାହିତ୍ୟ ଓ ସମାଜକୁ ଅଧିକ ରୁଦ୍ଧିମନ୍ତ କରିବା ହିଁ ଏହାର ବୃହତ୍ତର ଲକ୍ଷ୍ୟ ।

ଉକ୍ରଳ ଲିଟେରେଚର୍ ଫେଷ୍ଟିଭାଲ୍, ୨୦୧୪ର ସଫଳ ରୂପାୟନ ତଥା ଉକ୍ରଳ ଲିଟେରେଚର୍ ଫେଷ୍ଟିଭାଲ୍ ଟ୍ରଷ୍ଟର ବୃହତ୍ତର ଲକ୍ଷ୍ୟ ସାଧନ ପାଇଁ ସମସ୍ତଙ୍କ ଅକୁଣ୍ଠ ଶ୍ରଦ୍ଧା, ସହଯୋଗ, ସମର୍ଥନ, ସଦିଚ୍ଛା ଏବଂ ଆଶୀର୍ବାଦର ଆବଶ୍ୟକତା ରହିଛି ବିଲି ଶ୍ରୀ ପାଣିଗ୍ରାହୀ କହିଥିଲେ । ଓଡିଶା ବାହାରେ ଭାରତ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କ ସହ ସଂପର୍କ ସ୍ଥାପନ କରି ଓଡିଆ ଆତ୍ମପରିଚୟ ଓ ଅସ୍ମିତାର କ୍ଷେତ୍ର ପରିବ୍ୟାପ୍ତ କରିବା ସହ ଏକ ଉକ୍ରୃଷ୍ଟ ପ୍ରବାସୀ ସାହିତ୍ୟ ସୃଷ୍ଟି କରିବା ଏବଂ ସାଂସ୍କୃତିକ ଭାବ ବିନିମୟ ମାଧ୍ୟମରେ ଓଡିଆ ସାହିତ୍ୟକୁ ବହୁମୁଖୀ ଓ ଓଡିଆ ସାହିତ୍ୟର କାନ୍ଭାସ୍କୁ ବ୍ୟାପକ ଭାବେ ବିସ୍ତୃତ ଓ ଅଧିକ ସମୃଦ୍ଧ କରିବା ଦିଗରେ ଉକ୍ରଳ ଲିଟେରେଚର୍ ଫେଷ୍ଟିଭାଲ୍ ସହାୟକ ହେବ ବୋଲି ଉସôବରେ ଉପସ୍ଥିତ ଅତିଥିମାନେ ନିଜ ମର୍ମ ପ୍ରଦାନ କରିଥିଲେ ।

ଉଦ୍ଘାଟନ ପର୍ଯ୍ୟାୟର ଅନ୍ତରେ ସଂସ୍ଥାନର ସଂପାଦକ ବନୋଜ ତି୍ରପାଠୀ ଅତିଥିନ୍ନଙ୍କୁ ଧନ୍ୟବାଦ ପ୍ରଦାନ କରିବା ଅବସରରେ କହିଥିଲେ, କେବଳ କଳା ଓ ସାହିତ୍ୟର ଉତ୍ସବ ନୁହେଁ, ଏକ ବର୍ଣ୍ଣାଢ୍ୟ ରୁଚିପୂର୍ଣ୍ଣ ସାଂସ୍କୃତିକ ମେଳା ଓ ଗଣଉତ୍ସବର ପରିକଳ୍ପନା ତଥା ଏକ ପ୍ରାଣପ୍ରାଚୁର୍ଯ୍ୟପୂର୍ଣ୍ଣ ଉତ୍ସବ ମୁଖର ପରିବେଶ ମଧ୍ୟରେ ମଣିଷ ଓ ତା’ର ସୂକ୍ଷ୍ମ ସତ୍ତା, ଜୀବନ, ସୃଜନ, କଳା ଓ ସାହିତ୍ୟର ସମବେତ ଜୟଗାନର ଏକ ମୁଗ୍ଧ ଓ ତନ୍ମୟ ପରିବେଶ ସୃଷ୍ଟି କରିବାର ନିଆରା ସ୍ୱପ୍ନକୁ ସାକାର କରିବା ପାଇଁ ଏହି ଉତ୍ସବ ଏକ ଐକାନ୍ତିକୀ ଉଦ୍ୟମ ।

ଏଥିପାଇଁ ଲୋଡା, ଆମ ସମସ୍ତଙ୍କର ପ୍ରତ୍ୟକ୍ଷ ଯୋଗଦାନ ଓ ସହଯୋଗ ତଥା ଆବେଗିକ ସଂପୃକ୍ତି ଓ ସହଭାଗିତା । ଆଜିକାର ଉସôବରେ ବିଶିଷ୍ଟ ଲେଖକ ତଥା ସାହିତି୍ୟକ ମାନଙ୍କ ମଧ୍ୟରେ ଲେହେର ସେଠୀ, ରମାକାନ୍ତ ରଥ, ବିଭୂତି ପଟ୍ଟନାୟକ, ଜୟନ୍ତ ମହାପାତ୍ର, ରାମ ଚନ୍ଦ୍ର ବେହେରା, ପ୍ରଦୀପ ବିଶ୍ୱାଳ, କୁଳ ସାଇକିଆ, ଅଜୟ ସ୍ୱାଇଁ ଓ ଗୌରହରି ଦାଶ ପ୍ରମୁଖ ଉସôବର ବିଭିନ୍ନ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ । “ସିନେମାରେ ସାହିତ୍ୟ” ପର୍ଯ୍ୟାୟରେ ଓଡିଆ ସିନେତାରକା ସବ୍ୟସାଚି ମିଶ୍ର, ଅନୁ ଚୌଧୁରୀ, କୁନା ତ୍ରିପାଠୀ ଓ ବିଶିଷ୍ଟ ଚଳଚିତ୍ର ନିଦେ୍ର୍ଧଶକ ସବ୍ୟସାଚୀ ମହାପାତ୍ର ଯୋଗଦେଇଥିଲେ । ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ “ସଲା ବୁଢା” ପ୍ରଦର୍ଶୀତ ହୋଇଥିଲା ଏହି ଉସôବର ଅନ୍ତ ଭାଗରେ ।

ଏହି ଅବସରରେ ପ୍ରେକ୍ଷାଳୟ ମଞ୍ଚରେ କଳା ଓ ସାହିତ୍ୟ ସଂପର୍କିତ ଆଲୋଚନା ସହିତ ଏକ ମୁକ୍ତାକାଶ ସାହିତ୍ୟ ମଞ୍ଚ ‘ଗଛ ତଳେ ସାହିତ୍ୟ’, ସାହିତ୍ୟ ଉତ୍ସବ ଉପରେ ଆଧାରିତ ଏକ ବାଲୁକା କଳା ପ୍ରଦର୍ଶନ, ଏକ ଚିତ୍ରକଳା ଓ ସ୍ଥାପତ୍ୟ କର୍ମଶାଳା ତଥା ଏକ କ୍ଷୁଦ୍ର ପୁସ୍ତକ ମେଳାର ଆୟୋଜନ କରାଯାଇଥିଲା ।

‘ଉକ୍ରଳ ଲିଟେରେଚର୍ ଫେଷ୍ଟିଭାଲ୍ ଟ୍ରଷ୍ଟ’ ଆନୁକୂଲ୍ୟରେ ତଥା ଓଡିଶା ରାଜ୍ୟ ସଂସ୍କୃତି ପରିଷଦ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଇଣ୍ଡିଆନ୍ କାଉନ୍ସିଲ୍ ଫର୍ କଲ୍ଚରାଲ୍ ରିଲେସନ୍ସ୍ (ଆଇସିସିଆର୍), ନୂଆଦିଲ୍ଲୀ, ଓଡିଶା ମାଇନିଂ କର୍ପୋରେସନ୍ (ଓଏମ୍ସି) ଓ ନ୍ୟାସ୍ନାଲ୍ ଆଲୁମିନିୟମ୍ କଂପାନି (ନାଲ୍କୋ)ର ସହଯୋଗରେ ଏହି ଉତ୍ସବର ଆୟୋଜିତ । ସାହିତ୍ୟ ଓ କଳାର ଏହି ଗଣଉତ୍ସବ କଳା ଓ ସାହିତ୍ୟକୁ ସାଧାରଣ ଜୀବନ ପାଇଁ ଅଧିକ ପ୍ରାସଂଗିକ ଏବଂ ସାଧାରଣ ମଣିଷର ନିକଟତର କରିବା ପାଇଁ ଏକ ନିଷ୍ଠାପର ଉଦ୍ୟମ ।

Share in top social networks!