ତ୍ୱରାନ୍ୱିତ ପଦକ୍ଷେପ – ଯଥାଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ଓଡିଶା ରାଜ୍ୟ ମେଡିକାଲ ନିଗମ

atanuuuଓଡିଶା ରାଜ୍ୟ ମେଡିକାଲ ନିଗମ ଯଥାଶୀଘ୍ର କାର୍ଯ୍ୟକ୍ଷମହେବାକୁ ଯାଉଛି । ଏଥି ପାଇଁ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରକାଶ ଥାଉକି ରାଜ୍ୟର ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ରୋଗୀଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ଔଷଧ ମାଗଣାରେ ଉପଲବ୍ଧ କରାଇାବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସାକାର କରିବା ନିମନ୍ତେ ଏହି ନିଗମ ଗଠନ କରାଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବାର୍ଷିକ ପ୍ରାୟ ୨୦ କୋଟି ଟଙ୍କା ଔଷଧ ବାବଦକୁ ଥିବା ଆର୍ଥିକ ବ୍ୟବସ୍ଥାକୁ ରାଜ୍ୟସରକାର ୨୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏତଦ୍ବ୍ୟତିତ ଜାତୀୟ ସ୍ୱାସ୍ଥ୍ୟ ମିଶନରୁ ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଉଛି । ସେହି ଦୃଷ୍ଟିରୁ ଗୁଣାତ୍ମକ ଔଷଧ କ୍ରୟ , ଔଷଧ କ୍ରୟରେ ସମୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରାଯିବା , ଠିକଣା ସମୟରେ ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କୁ ଯୋଗାଇ ଦେବା ଆଦି ଲକ୍ଷ୍ୟ ନେଇ ଏହି ନିଗମ ଗଠନ କରାଯାଇଛି । ୨୦୧୩ ମସିହା ଅଗଷ୍ଟ ମାସରେ ନିଗମ ଗଠନ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିଗମକୁ କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ ଜାରି ରହିଛି ଏବଂ ମାନବ ସମ୍ବଳ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଯାହାକି ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହା ଶେଷ କରାଯିବ ବୋଲି ନିଗମ ପରିଚାଳନା ନିଦେ୍ର୍ଧଶିକା ରୂୂପା ମିଶ୍ରଙ୍କ ଠାରୁ ପ୍ରକାଶ ।

ବର୍ତ୍ତମାନ ରାଜ୍ୟର ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ , ଆଚାର୍ଯ୍ୟ ହରିହରି କର୍କଟ ପ୍ରତିଷ୍ଠାନ , ଶିଶୁଭବନ , ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସମେତ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ଔଷଧ ଗୋଦାମ ଘର ନବୀକରଣ ଓ ସମ୍ପ୍ରସାରଣ କରାଯାଉଛି । ଏ ସବୁ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଅର୍ଥ ଯୋଗାଇ ଦେଇଛନ୍ତି ।

ଖୁବ୍ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ସେହି ପରି ଉପଖଣ୍ଡ ସ୍ଥରରେ ଏବଂ ୩୧୪ ଟି ଯାକ ବ୍ଲକ୍ରେ ଔଷଧ ଗୋଦାମ ଘର ପାଇଁ ମଧ୍ୟ ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି । ଏହି ସବୁ କାର୍ଯ୍ୟ ବର୍ତ୍ତମାନ ଯୁଦ୍ଧ କାଳୀନ ଭିତ୍ତିରେ କରାଯାଉଛି । ବର୍ତ୍ତମାନ ପାଇଁ ପ୍ରତି ମେଡିକାଲ କଲେଜ ଓ ହସପିଟାଲରେ ରୋଗୀଙ୍କୁ ସୁବିଧାରେ ଔଷଧ ବିତ୍ତରଣ ପାଇଁ ୮ ରୁ ୧୦ ଟି ଔଷଧ ବିତରଣ କେନ୍ଦ୍ର ଖୋଲାଯାଉଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ୫ ଟି ଲେଖା କେନ୍ଦ୍ର ଖୋଲା ଯାଉଛି । ପ୍ରାରମ୍ଭିକ ଭାବେ ମେଡିକାଲ କଲେଜ ଓ ହସପିଟାଲ ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପରବର୍ତ୍ତି ପର୍ଯ୍ୟାୟରେ ବ୍ଲକ୍ ସ୍ତରରେ କାର୍ଯ୍ୟକାରୀ କରାଯିବାକୁ ଯୋଜନା କରାଯାଇଛି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି । ସେହିପରି ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ଆବଶ୍ୟକ ପଡୁଥିବା ସମସ୍ତ ପ୍ରକାର ଯନ୍ତ୍ରପାତି ମଧ୍ୟ ଏହି ନିଗମ ମାଧ୍ୟମରେ ଯୋଗାଇ ଦିଆଯିବ । ଫଳରେ ଏ ନେଇ ଯେଉଁ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ଏବଂ ବିଳମ୍ବ ଘଟୁଥିଲା ଆଉ ହେବ ନାହିଁ ।

ଏ ପର୍ଯ୍ୟନ୍ତ ଔଷଧ କିଣା ଓ ଯୋଗାଇବା କାର୍ଯ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନସ୍ଥ ଔଷଧ ପରିଚାଳନା ୟୁନିଟ୍ ମାଧ୍ୟମରେ କରାଯାଉଥିଲା । ଏଣିକି ଏହି ୟୁନିଟ୍ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ନିଦାନ ଚିଠା ଅଡିଟ୍ କରିବ , ବାର୍ଷିକ ଔଷଧ ଆବଶ୍ୟକତା ନିଗମକୁ ପ୍ରଦାନ କରିବ ଏବଂ କିପରି ନିରବଚ୍ଛିନ୍ନ ଭାବେ ଔଷଧ ଉପଲବ୍ଧ କରାଯାଇ ପାରିବ ସେ ନେଇ କାର୍ଯ୍ୟକରିବ । ନିଗମର ବିଭିନ୍ନ ନିର୍ମାଣ କାର୍ଯ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଏବଂ ବରିଷ୍ଠ ପଦାଧିକାରୀ ମାନେ ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିସାରିଛନ୍ତି । ନିଗମ ଗୁଣାତ୍ମକ ମାନର ସମସ୍ତ ପ୍ରକାର ଆବଶ୍ୟକୀୟ ଔଷଧ କିଣିବ ଏବଂ ଡ୍ରଗ୍ସ୍ ପରିଚାଳନା ୟୁନିଟ୍ ନିରବଚ୍ଛିନ ଯୋଗାଣ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ଔଷଧ ବିତରଣ କେନ୍ଦ୍ର ଗୁଡିକୁ ପରିଚାଳନା କରିବ । ଓଡିଶା ରାଜ୍ୟ ଔଷଧ ନିଗମ ଏବଂ ରାଜ୍ୟ ଔଷଧ ପରିଚାଳନା ୟୁନିଟ୍ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରିବେ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ ।

Share in top social networks!