ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ୨୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀ ସମ୍ମାନିତ

cmyatଟାଟା ଷ୍ଟିଲ ପକ୍ଷରୁ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ସହଯୋଗରେ ଦୀର୍ଘ ୬ମାସ ଧରି ଚାଲିଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ(ୟାଟସ୍) ଡିସେମ୍ବର ୧୩ତାରିଖ ଦିନ ସମାପ୍ତ ହୋଇଯାଇଛି ।
ଓଡ଼ିଶାର ବରପୁତ୍ର ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସମାନ୍ତଙ୍କ ୧୭୯ତମ ଜନ୍ମଦିନ ଉପଲକ୍ଷେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିଯୋଗିତାର ୨୦ ଜଣ ଶ୍ରେଷ୍ଠ ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଛନ୍ତି ।

ଏହି ଅବସରରେ ଓଡ଼ିଶାର ମାନ୍ୟବର ଉଚ୍ଚ ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ତଥା ଗ୍ରାମୀଣ ଜଳ ଯୋଗାଣ ମନ୍ତ୍ରୀ ଡଃ ପ୍ରଦୀପ ପାଣିଗ୍ରାହୀ, ଭୁବନେଶ୍ୱର ସାଂସଦ ଶ୍ରୀ ପ୍ରଶନ୍ନ ପାଟ୍ଟଶାଣୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର କମିଶନର ତଥା ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପଠାଣି ସାମନ୍ତ ପ୍ଲାନେଟାୟିମ୍ର ନିଦେ୍ର୍ଧଶକ ଶ୍ରୀ ୱିଲିୟମ୍ ବିଲୁଙ୍ଗ୍, ଉପ ନିଦେ୍ର୍ଧଶକ ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ, ଟାଟା ଷ୍ଟିଲ ଭାରତ ଓ ଦକ୍ଷିଣପୂର୍ବ ଏସିଆର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଟି ଭି ନରେନ୍ଦ୍ରନ୍ ଏବଂ ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଅରୁଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଟାଟା ଷ୍ଟିଲ ପକ୍ଷରୁ ମେ ୨୦୧୫ରେ ଏହି ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କୁ ବାଙ୍ଗାଲୋରସ୍ଥିତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)କୁ ପରିଦର୍ଶନ ଯାତ୍ରା ନିମନ୍ତେ ନିଆଯିବାର କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ ସେମାନଙ୍କୁ ଇସ୍ରୋର ବରିଷ୍ଠ ବୈଜ୍ଞାନିକଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳିବ ।

ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ମିଳିତ ସହଯୋଗରେ ଆୟୋଜନ କରାଯାଉଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ୨ଟି ମୋବାଇଲ ପ୍ଲାନେଟାରିୟମ୍ ଓ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ।

ମହାକାଶ ବିଜ୍ଞାନରେ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ୟାଟସ୍ ଏକ ଉତ୍ତମ ସୁଯୋଗ ବୋଲି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ଅବସରରେ ଟାଟା ଷ୍ଟିଲ ଭାରତ ଓ ଦକ୍ଷିଣ ପୂର୍ବ ଏସିଆର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଟି ଭି ନରେନ୍ଦ୍ରନ୍ କହିଥିଲେ । ୟାସଟ୍ ଭଳି ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଟାଟା ଷ୍ଟିଲ ଏକାଧିକ ପଦକ୍ଷେପ ନେଉଥିବା ନେଇ ସେ ସୂଚନା ଦେଇଥିଲେ ।

ଶ୍ରୀ ପାଟ୍ଟଶାଣୀ ପଠାଣି ସାମନ୍ତଙ୍କ ଅବଦାନ ବିଷୟରେ ସୂଚନା ଦେଇଥିବାବେଳେ ଡଃ ପାଣିଗ୍ରାହୀ ଓ ଶ୍ରୀ କୁମାର କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଅନ୍ତରୀକ୍ଷ ବିଜ୍ଞାନ ତଥା ଜ୍ୟୋତିର୍ବିଜ୍ଞାନର କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତରୀକ୍ଷ ଓ ଜ୍ୟୋତିର୍ବିିଜ୍ଞାନ ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବା ତଥା ସେମାନଙ୍କର ଲକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ ୨୦୦୭ ମସିହାରୁ ଉକ୍ତ ପ୍ରତିଯୋଗିତାର ଆୟୋଜନ କରିଆସୁଛି ବୋଲି ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଅରୁଣ ମିଶ୍ର ସ୍ୱାଗତ ଭାଷଣରେ କହିଥିଲେ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୬୦୦୦ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି ବୋଲି ସେ ସୂଚନା ପ୍ରଦାନ କରିଥିଲେ ।

ପଠାଣି ସାମନ୍ତ ପ୍ଲାନେଟାୟିମ୍ର ନିଦେ୍ର୍ଧଶକ ଶ୍ରୀ ୱଲିୟମ୍ ବିଲୁଙ୍ଗ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଦର୍ଶକଙ୍କୁ ଅବଗତ କରାଇଥିଲେ ଓ ଉପ ନିଦେ୍ର୍ଧଶକ ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

ରାଜ୍ୟର ସମସ୍ତ ବିଦ୍ୟାଳୟର ୮ମରୁ ୧୦ ଶ୍ରେଣୀ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଏହି ତ୍ରୀସ୍ତରୀୟ ପ୍ରତିଯୋଗିତା ରାଜ୍ୟର ୮ଟି ଜୋନ୍ ଯଥା ବେଲପାହାଡ଼, କେନ୍ଦୁଝର, ବାଲେଶ୍ୱର, ଯୋଡ଼ା, ଯାଜପୁର, ଭୁବନେଶ୍ୱର,ବ୍ରହ୍ମପୁର ଓ ଜୟପୁରରେ ଆୟୋଜିତ ହେଉଛି । ପ୍ରଥମ ସ୍ତରରେ ପ୍ରତିଯୋଗୀମାନଙ୍କୁ ‘ମୋ ମତରେ ମହାକାଶକୁ ମାନବର ଅଭିଯାନ’ ଉପରେ ଏକ ସନ୍ଦର୍ଭ ଲେଖିବାକୁ କୁହାଯାଇଥିଲା । ଜୋନାଲ ରାଉଣ୍ଡରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ସେଠାରେ ମଡେଲ ପ୍ରଦର୍ଶନ କରିବା ପରେ ରାଜ୍ୟର ୬୨ଟି ସ୍କୁଲର ୧୦୬ ଛାତ୍ରଛାତ୍ରୀଙ୍କୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ରେ ଡିସେମ୍ବର ୧୨ ଓ ୧୩ ତାରିଖରେ ଆୟୋଜିତ ଫାଇନାଲ୍ ରାଉଣ୍ଡ ପାଇଁ ଚୟନ କରାଯାଇଥିଲା । ଶେଷରେ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଶ୍ରେଷ୍ଠ ୨୦ଜଣ ଛାତ୍ରଛାତ୍ରୀଙ୍କ ଚୟନ ହୋଇଥିଲା ।

Share in top social networks!