ଏଲପିଜି ଗ୍ୟାସ କ୍ୟାସ ଟ୍ରାନ୍ସଫର ସ୍କିମର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

reviewdpଖୁବଶୀଘ୍ର ଏଲପିଜି ଗ୍ରାହକ ମାନଙ୍କୁ ଗ୍ୟାସର ସବସିଡ ଅର୍ଥ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର ବ୍ୟବସ୍ଥା ଲାଗୁ ଯୋଜନା ପରିପ୍ରେକ୍ଷୀରେ, ଏହି କାର୍ଯ୍ୟର ଓଡିଶାରେ ଅଗ୍ରଗତି ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶଦ ଭାବେ ସମୀକ୍ଷା କରିଛନ୍ତିା
ଚନ୍ଦ୍ରଶେଖରପୁର ସ୍ଥିତ ଭାରତୀୟ ତୈଳ ନିଗମ କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମନ୍ତ୍ରୀ
ଶ୍ରୀ ପ୍ରଧାନ ମାଲକାନାଗିର, ସମ୍ବଲପୁର, ପୁରୀ ଓ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ସହିତ ପ୍ରତ୍ୟକ୍ଷ କଥାବାର୍ତ୍ତା ହେବା ସହ ଏହି କାର୍ଯ୍ୟର ପ୍ରସ୍ତୁତି
ଓ ପ୍ରଗତି ନେଇ ଆଲୋଚନା କରିଥିଲୋ

ରାଷ୍ଟ୍ରାୟତ୍ତ ତୈଳକମ୍ପାନୀ ମାନଙ୍କର ବରିଷ୍ଠ ଅଧିକାରୀ , ବିଭିନ୍ନ ବ୍ୟାଙ୍କର ପ୍ରତିନିଧି ମାନଙ୍କ ସହ ରାଜ୍ୟରେ ୩୦ଟି ଯାକ ଜିଲ୍ଲାରେ ଏହି
କାର୍ଯ୍ୟକ୍ରମର ସଫଳତା ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଗତୀ ସମ୍ପର୍କରେ ପଚାରିବୁଝିଥିଲୋ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ମାନେ
ଯେପରି ନିଜର ସମସ୍ତ ଗ୍ରାହକ ମାନଙ୍କୁ ସଚେତନ କରାଇ ସେମାନଙ୍କର ଆଧାର ଏବଂ ବ୍ୟାଙ୍କ ଖାତାର ସୂଚୀ ପଞ୍ଜିକୃତ କରାଇବେ
ସେଥିପାଇଁ ତ୍ୱରିତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ନିେ”ର୍ଶ ଦେଇଥିଲୋ

ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ ମାର୍ଚ୍ଚ ମାସ ମଧ୍ୟରେ ରନ୍ଧନଗ୍ୟାସ ଗ୍ରାହକ ଫର୍ମ ନମ୍ବର ୩ ଓ ୪ ଠିକ୍ ଭାବେ ପୂରଣ କରି
ବ୍ୟାଙ୍କ ଓ ଏଲପିଜି ବିତରକ ମାନଙ୍କ ପାଖରେ ଦାଖଲ କରିବାକୁ ହେବା ଏଥିପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ନଥିଲେ ମଧ୍ୟ ବ୍ୟାଙ୍କ
ଖାତା ନମ୍ବର ଜରୁରୀା ମାର୍ଚ୍ଚ ଶେଷ ସୁଦ୍ଧା ଗ୍ରାହକ ମାନେ ପଞ୍ଜିକୃତ ନକରିପାରିଲେ ଏପ୍ରିଲ ମାସରୁ ବଜାର ଦରରେ ସିଲିଣ୍ଡର କିଣିବା
ପରିପ୍ରେକ୍ଷୀରେ ଖୁବଶୀଘ୍ର ଗ୍ରାହକ ମାନେ ପଞ୍ଜିକରଣ ଶେଷ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତିା

ଓଡିଶାରେ ଏବେ ସୁଦ୍ଧା ମାତ୍ର ୧୯ ପ୍ରତିଶତ ଗ୍ରାହକ ପଞ୍ଜିକରଣ କରିଥିବାରୁ ଶ୍ରୀ ପ୍ରଧାନ ଉଦବେଗ ପ୍ରକାଶ କରିଥିଲୋ ଏହି କାର୍ଯ୍ୟକୁ
ତ୍ୱରାନ୍ୱିତ କରିବା ପାଇଁ ତୈଳ କମ୍ପାନୀ ମାନଙ୍କର ବରିଷ୍ଠ ଅଧିକାରୀ , ବିତରକ ଏବଂ ଗ୍ରାହକ ମାନଙ୍କୁ ତ୍ୱରିତ ପଦକ୍ଷେପ ନେବାପାଇଁ
ପରାମର୍ଶ ଦେଇଥିଲୋ

ଓଡିଶାରେ ମୋଟ ୨୫ ଲକ୍ଷ ଉପଭୋକ୍ତା ଥିବାର ସୂଚନା ଦେଇ ଏହି ସଂଖ୍ୟାରେ ଦ୍ରୁତ ବୃଦ୍ଧି କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ ପଦକ୍ଷେପ
ନେଉଛି ବୋଲି ସେ କହିଥିଲୋ ରାଜ୍ୟ ସରକାରଙ୍କ ତରଫରୁ ଗ୍ୟାସ ସିଲିଣ୍ଡର ଉପରେ ଲାଗିଥିବା ପ୍ରବେଶ କର ପ୍ରତ୍ୟାହାର କରିବା ପ୍ରସଙ୍ଗରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ତଥା ଗ୍ୟାସ ବିତରକ ସଂସ୍ଥାମାନେ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା ହେବେ ବୋଲି ସୂଚନା ଦେଇ ଏହା ରାଜ୍ୟର ଗ୍ରାହକ ମାନଙ୍କୁ ଆଥିକ ଭାବେ ସହାୟକ ହେବ ବୋଲି କହିଥିଲୋ
reviewdp
ଏହି ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଶୈଳଶ୍ରୀବିହାର ସ୍ଥିତ ଇଣ୍ଡେନ ଗ୍ୟାସ ବିତରକ ସଂସ୍ଥା ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ
ଶାଖାକୁ ବିନା ସୂଚନାରେ ଗସ୍ତ କରି ଗ୍ରାହକ ମାନଙ୍କର ସମସ୍ୟା ସମ୍ବନ୍ଧରେ ସେମାନଙ୍କ ସହିତ ସିଧା କଥା ହୋଇଥିଲୋ

Share in top social networks!