ସ୍ୱଚ୍ଛ ଭାରତ ଅଭିଯାନ ସଂମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା

oxfamଭାରତୀୟ ରେଡ଼କ୍ରସ ଭବନ , ଓଡ଼ିଶା ଶାଖା ଭୁବନେଶ୍ୱର ଠାରେ ଇଂଟର ଏଜେନସି ଗ୍ରୁଫୁ ଓଡ଼ିଶା, ଅକ୍ସଫାମ୍ ଇଣ୍ଡିଆ ଓ ସୋଲାର ଅନୁଷ୍ଠାନର ମିଳିତ ସହଯୋଗରେ ସ୍ୱଚ୍ଛଭାରତ ଅଭିଯାନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଡ଼ା. ଚକ୍ରଧର ପଣ୍ଡା, ଅବୈତନିକ ସଚିବ ରେଡ଼କ୍ରସ ଶାଖା ତଥା ଇଂଟର ଏଜେନସି ଗ୍ରୂୁଫୁର ଅଧ୍ୟକ୍ଷ ସ୍ୱାଗତ ଭାଷଣ ପ୍ରଦାନ କରିବା ସଂଙ୍ଗେ ସଙ୍ଗେ ସ୍ୱଚ୍ଛଭାରତ ଅଭିଯାନର ପରିମଳ ପରିଚ୍ଛନ୍ନତା ଆଣିବା ସହିତ ଜୀବନର ସର୍ବାଙ୍ଗିନ କ୍ଷେତ୍ରରେ ସ୍ୱଚ୍ଛତାର ଆବଶ୍ୟକତା ଆଣିବା ପାଇଁ ସମସ୍ତଙ୍କୁ ଅହ୍ୱାନ କରିଥିଲେ । ଓଡ଼ିଶାରେ କାର୍ଯକରୁଥିବା ବିଭିନ୍ନ ଆନ୍ତର୍ଜାତିକ ସସ୍ଥାର ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସରକାରୀ କଳର ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ବିଦ୍ୱାନ ବ୍ୟକ୍ତିମାନେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ ।

ନିର୍ମଳ ଭାରତ ଯୋଜନା ସ୍ଥାନରେ ଗତ ଅକ୍ଟୋବର-୨ ତାରିଖ ୨୦୧୪ରେ ଆରମ୍ଭ କରାଯାଇଥିବା ସ୍ୱଚ୍ଛଭାରତ ଅଭିଯାନର ଲକ୍ଷ୍ୟକୁ ଆଗାମି ୨୦୧୯ ମସିହା ସମୟ ସିମା ଭିତରେ ସମ୍ପୁର୍ଣ୍ଣ କାଯ୍ୟ କରିବା ପାଇଁ ଏକ ସଂଙ୍ଗବଦ୍ଧ କାର୍ଯ୍ୟଧାରା ପ୍ରସ୍ତୁତ କରିବା ପାଇଁ ମତାମତ ପ୍ରକାଶ ପାଇଥିଲା । ଯଦିଓ ସ୍ୱଚ୍ଛଭାରତ ଅଭିଯାନର ସମ୍ପୁର୍ଣ୍ଣ ନୁତନ ଗାଇଡ଼ଲାଇନ୍ ଓ ଏହାର ରୁପରେଖ ଉପରେ ଅଧିକାଂସ ସ୍ଥଳରେ ଅବଗତ ହୋଇପାରିନାହିଁ ତେଣୁ ଏହାର ପ୍ରଚାର , ପ୍ରସାର ସାଧାରଣ ଲୋକଙ୍କ ପାଖରେ ପହଂଚିବା ପାଇଁ ଉପସ୍ଥିତ ଥିବା ଅଂସଗ୍ରହଣ କାରିମାନେ ମତାମତପ୍ରକାଶ କରିଥିଲେ । ଏହି ପରିପେକ୍ଷିରେ ଜଳ ପରିମଳ ର ପରାମର୍ଶ କାରୀ ଶ୍ରୀ ରଂଜନ କୁମାର ମଲିକ ଓଡ଼ିଶାର ବିପର୍ଯ୍ୟୟ ପ୍ରସମନ ଉପରେ ଅକ୍ସଫାମ୍ ଇଣ୍ଡିଆ ସହାୟତାରେ କାର୍ଯ୍ୟକରୁଥିବା ସ୍ୱସôାସେବୀ ସ୍ୱେଚ୍ଛସେବୀ ସଂସ୍ଥା ସୋଲାର-ପୁରୀ,ପଲ୍ଲୀଶ୍ରୀ- ଜାଯପୁର ଓ ଉନ୍ନୟନ -ବାଲେସ୍ୱର ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଗ୍ରସ୍ତ ଅଂଚଳରେ କରାଯାଇଥିବା ଜଳ ଓ ପରିମଳ ଉପରେ ଆଧାରିତ ଜନବିବରଣୀର ସାମ୍ପ୍ରତିକ ସ୍ଥିତି ଉପସ୍ଥାପନା କରିଥିଲେ । ଏହାକୁ ପାଥେୟ କରି ବୈଠକରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମକୁ ରାଜ୍ୟ ସ୍ତରରୁ ଗ୍ରାମ ସ୍ତରକୁ ନେବା ପାଇଁ ଅତିତରେ ଗଠନ ହୋଇଥିବା ଓଡ଼ିଶା ୱାସ ଫୋରମକୁ କି୍ରୟାଶୀଳକରିବା ପାଇଁ ମତପ୍ରକାଶ ପାଇଥିଲା । ଏହାର ମୁଳଲକ୍ଷ୍ୟ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧିକରିବା ସହିତ ମାନସିକତା ଏବଂ ବ୍ୟବହାରିକ ବିଚାରଧାରାର ପରିବର୍ତନ ଆଣିବା ତଥା ସରକାରୀ କାର୍ଯ୍ୟରେ ଉପୁଜୁଥିବା ବାଧାବିଘ୍ନକୁ ସାମୁହିକ ସହଯୋଗ ମାଧ୍ୟମରେ ସମାଧାନ କରି ଏହା କିପରି ଲୋକାଭିମୁଖ ହୋଇପାରିବ ତାହାରି ଉପରେ ପ୍ରଚେଷ୍ଠା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ଏହି କାର୍ଯ୍ୟକ୍ରମରେ ଜାଗ୍ରତ ପ୍ରହରି ର କାର୍ଯ୍ୟତୁଲାଇବା ସହିତ ସରକାର ଏବଂ ସାଧାରଣଙ୍କ ଭିତରେ ଥିବା ବ୍ୟବଧାନକୁ ହ୍ରାସ କରିବା ପାଇଁ ସମସ୍ତେ ମିଳିତ ମତପ୍ରକାଶ କରିଥିଲେ । ଗଠନ କରାଯାଇଥିବା ଓଡ଼ିଶା ୱାସ ଫୋରମର ନୂତନ କାର୍ଯ୍ୟସୂଚୀ ଜଥାଶିଘ୍ର କରାଯିବା ପାଇଁ ନିସ୍ପତି ନିଆଗଲା । ଉକ୍ତ କର୍ମଶାଳାକୁ ଡ଼. ଅମ୍ବିକା ପ୍ରସାଦ ନନ୍ଦ, ୟୁ.ଏନ୍.ଡ଼ି.ଡ଼ି.ପି, ଶ୍ରୀଯୁକ୍ତ ଅକ୍ଷୟ କୁମାର ବିଶ୍ୱାଳ ଓ ଶ୍ରୀ ଆନିମେସ ପ୍ରକାଶ, ଅକ୍ସଫାମ୍ ଇଣ୍ଡିଆ , ଦେବବ୍ରତ ପାତ୍ର , ଆକ୍ସନ୍ ଏଡ଼, ବିଶାଖା ଭଂଜ, ୱାଟର ଏଡ଼୍, ରାଜ୍ୟ ଜଳ ଓ ପରିମଳ ମିଶନର ପରାମର୍ଶ ଦାତା ଶିଖା ନାୟକ , ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ଦାସ, ସୋଲାର ଅତିଥିଭାବେ ଯୋଗଦେଇଥିବା ବେଳେ ଶ୍ରୀଯୁକ୍ତ ମନୋରଂଜନ ବେହେରା ଓଡ଼ିଶା ଇଂଟର ଏଜେସିଂ ଗ୍ରୁଫ୍ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶ୍ରୀ ଚିତରଂଜନ ପରିଡ଼ା ସୋଲାର କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

Share in top social networks!