ବେଦାନ୍ତ ଫାଉଣ୍ଡେସନ ଏହାର ନବମ କମ୍ପୁ୍ୟଟର କୋଚିଂ ସେଣ୍ଟରକୁ ଓଡ଼ିଶାରେ ଉଦ୍ଘାଟନ

vedantafvedantafବେଦାନ୍ତ ଫାଉଣ୍ଡେସନ ଏହାର ଲୋକାଭିମୂଖୀ ପଦକ୍ଷେପସ୍ୱରୂପ ଏକ ପେଶାଗତ କମ୍ପୁ୍ୟଟର ସେଣ୍ଟରକୁ ଶିକ୍ଷା ନିକେତନ, ଶିବପଦରଠାରେ ଉଦ୍ଘାଟନ କରିଛି । ଏଠାରେ କମ୍ପୁ୍ୟଟର ପ୍ରୋଗ୍ରାମିଂ, ନେଟ୍ୱର୍କିଂ ଓ ଇଣ୍ଟରନେଟ୍ ବିଷୟରେ ଓଡ଼ିଶାର କମ୍ପୁ୍ୟଟର ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଯିବ ।
ବେଦାନ୍ତ ଫାଉଣ୍ଡେସନ ଗ୍ରାମରେ ଶିକ୍ଷାରୁ ବଞ୍ଚିତ ଶିଶୁ ଯେଉଁମାନେ କମ୍ପୁ୍ୟଟର ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହୀ ସେମାନଙ୍କୁ ସପ୍ତାହକୁ ଛଅ ଦିନ ପାଇଁ ଦୁଇ ମାସ ପର୍ଯ୍ୟନ୍ତ କମ୍ପୁ୍ୟଟର ଶିକ୍ଷା ପ୍ରଦାନ କରିବ ।
ବନମାଳି ଶିକ୍ଷା ନିକେତନ, ଶିବପଦର ସହାୟତାରେ ଫାଉଣ୍ଡେସନ ଆଖପାଖରେ ଥିବା ୧୭ ଟି ଗ୍ରାମ ମାଗଣାରେ କମ୍ପୁ୍ୟଟର ଶିକ୍ଷା ପାଇପାରିବେ ବୋଲି ଆଶା ରଖିଛି । ବର୍ତ୍ତମାନ ଏହାର ଥିବା ୮ ଟି ସେଣ୍ଟର ସହାୟତାରେ ଫାଉଣ୍ଡେସନ ଓଡ଼ିଶାର ୧୦୫ ଟି ଗ୍ରାମର ପିଲାମାନଙ୍କୁ ମାଗଣାରେ କମ୍ପୁ୍ୟଟର ଶିକ୍ଷା ପ୍ରଦାନ କରୁଛି ।
ଶ୍ରୀଯୁକ୍ତ ଡି.ପି. ଅଗ୍ରୱାଲ୍, ଫାଉଣ୍ଡର ଟ୍ରଷ୍ଟି, ବେଦାନ୍ତ ଫାଉଣ୍ଡେସନ କହିଥିଲେ ଯେ – ଏହି ଫାଉଣ୍ଡେସନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସାମାଜିକ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ ରଖିଛି ଏବଂ ମୁଁ ଏହି ସେଣ୍ଟର ଶୁଭାରମ୍ଭ କରୁଥିବାରୁ ଅତ୍ୟନ୍ତ ଆନନ୍ଦିତ ଯଦ୍ୱାରା ଏହି ଗ୍ରାମର ପଛୁଆ ତଥା ଆଗ୍ରହୀ ପିଲାମାନେ ମାଗଣାରେ କମ୍ପୁ୍ୟଟର ଶିକ୍ଷା ପାଇପାରିବେ ।
ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଡଃ. ଲୋନା ନାୟକ, ସିଇଓ, ବେଦାନ୍ତ ଫାଉଣ୍ଡେସନ କହିଥିଲେ ଯେ ଆମେ ବେଦାନ୍ତ ଫାଉଣ୍ଡେସନ ଠାରେ ଆଗ୍ରହୀ ପିଲାମାନଙ୍କୁ କମ୍ପୁ୍ୟଟର ଶିକ୍ଷା ପ୍ରଦାନ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ ଯାହା ସାହାଯ୍ୟରେ ପିଲାମାନେ ନିଯୁକ୍ତିର ସୁଯୋଗ ମଧ୍ୟ ପାଇପାରିବେ ।
ଶିକ୍ଷା ପାଇଁ ପିଲାମାନଙ୍କୁ ଭିତ୍ତିଭୂମି ଯୋଗାଇବା ସହିତ ଆମେ ସେମାନଙ୍କୁ ପଠନ ସାମଗ୍ରୀ ମଧ୍ୟ ଯୋଗାଇଦେବୁ ।

Share in top social networks!