ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବିଦେଶୀ ପୁଞ୍ଜି ନିବେଶ ଆଲୋଚନା ଚକ୍ର

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସର ରେ ଫ୍ୟାକଲ୍ଟି ଅଫ୍ ମାନଜେମେଣ୍ଟ ଷ୍ଟଡିଜ୍ ବିଭାଗ ତରଫରୁ ଖୁଚୁରା ବ୍ୟବସାୟୀ ଉପରେ ବିଦେଶୀ ପୁଞ୍ଜି ନିବେଶର କଣ ପ୍ରଭାବ ପଡିବ ସେ ବିଷୟରେ ଏକ ବିଶେଷ ଆଲୋଚନା ଚକ୍ର ସମ୍ପାଦିତ ହୋଇଯାଇଛି | ଏହି ଆଲୋଚନା ଚକ୍ର ରେ ବିଦେଶୀ ପୁଞ୍ଜି ନିବେଶ କରିବା ଦ୍ଵାରା ଭାରତର ଆର୍ଥିକ ସ୍ଥିତି ର ଉନ୍ନତି ଉପରେ କି ପ୍ରକାର ପ୍ରଭାବ ପକାଇବ ତାର ବିସ୍ତୃତ ଚର୍ଚା ହୋଇଥିଲା |
IMG_4876
ଅଭିଜ୍ଞ ଶିକ୍ଷାବିତ୍ ଓ ଛାତ୍ର ଛାତ୍ରୀ ଙ୍କ ମତାମତ,ବିଭିନ୍ନ ପ୍ରକାର ପୁଞ୍ଜି ନିବେଶ ଓ ତାର ଆବଶ୍ୟକତା, ନିଯମାବଳୀ, ୫୩ଟି ସହରରେ ଖୁଚୁରା ବ୍ୟବସାୟୀ ଙ୍କ ଉପରେ ପ୍ରଭାବ, ନିଯୁକ୍ତି ଏବଂ କ୍ୟାରିୟର କ୍ଷେତ୍ରରେ ଏହା କି ପ୍ରକାର ସୁଯୋଗ ସୃଷ୍ଟି କରିବ, କୃଷି ଏବଂ କୃଶକ ମାନଙ୍କର ଆର୍ଥିକ ସ୍ଥିତି, ଭାରତୀୟ ସଂସ୍କୃତି ଉପରେ ତାର ପ୍ରଭାବ ଇତ୍ୟାଦି ଆଲୋଚିତ ହୋଇଥିଲା | କିଛି ଶିକ୍ଷାବିତ୍ ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଏକ ନୃତନ ଆର୍ଥିକ ଉପନିବେଶ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ |

କୁଳପତି ଡାଃ ଶ୍ରୀ କୈଳାସ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ଵାବଧାନରେ ମ୍ୟାନେଜମେଣ୍ଟ ବିଭାଗ ମୁଖ୍ୟ ପ୍ରଫେସର ବିଭୁତି ଭୂଷଣ ମହାପାତ୍ର ଙ୍କ ଦ୍ଵାରା ପରିଚାଳିତ ଏହି ଆଲୋଚନା ଚକ୍ରରେ ପ୍ରଥମ ବର୍ଷ ମ୍ୟାନେଜମେଣ୍ଟ ଛାତ୍ର ଛାତ୍ରୀ ବହୁ ଉଶ୍ଚାହ ର ସହିତ ଅଂଶଗ୍ରହଣ କରିଥିଲେ | ଯଦିଓ ସୁ-ପ୍ରଭାବ ଓ କୁ-ପ୍ରଭାବ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା ତଥାପି ସମୟର ସ୍ରୋତ ଏହାର ଭାଗ୍ୟନିରୂପଣ କରିବ ବୋଲି ବହୁ ଶିକ୍ଷାବିତ୍ ମତ ଦେଇଥିଲେ | ଏହିପରି ଆଲୋଚନା ଚକ୍ର ଭାରତର ଆର୍ଥିକ ତଥା ଗଣତାନ୍ତ୍ରିକ ବ୍ୟବସ୍ଥା କୁ ସୁଦୃଢ କରିବ ବୋଲି ଅଭିଜ୍ଞ ଆଲୋଚକ ଗଣ ମତ ପୋଷଣ କରିଥିଲେ |

Share in top social networks!