ନିଜସ୍ତରରେ ସମ୍ବଳ ସଂଗ୍ରହ କରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ମହାନଗରପାଳ ଓ ନଗରପାଳମାନଙ୍କୁ ଆହ୍ୱାନ

mayorରାଜ୍ୟର ସମସ୍ତ ପୌରପାଳିକାର ମହାନଗରପାଳ ଓ ନଗରପାଳମାନେ ନିଜସ୍ତରରେ ସମ୍ବଳ ସଂଗ୍ରହ କରିବାକୁ ପ୍ରାଥମିକତା ଦେବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଆଜି ପୂର୍ବାହ୍ନରେ ମହାନଗରପାଳ ଓ ନଗରପାଳ ସଂଘର ଷଷ୍ଠ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆହ୍ୱାନ ଦେଇଛନ୍ତିା
ମହାନଗରପାଳ ଓ ନଗରପାଳମାନଙ୍କ ଦାବୀଗୁଡିକୁ ଆଲୋଚନା କରାଯାଇ ଏକ ସ୍ଥିରୀକୃତ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରେ ଉପସ୍ଥାପନ କରିବାକୁ ମନ୍ତ୍ରୀ ଶ୍ରୀ ସିଂହଦେଓ ସଂଘର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲୋ ନଗର ଉନ୍ନୟନ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସାରା ରାଜ୍ୟର ମେୟର ଓ ପୌରାଧ୍ୟକ୍ଷମାନଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ସେ କହିଥିଲୋ ପୌରପାଳିକାଗୁଡିକ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଏକ ସ୍ୱତନ୍ତ୍ର ପୌର କ୍ୟାଡର ଗଠନର ରୂପରେଖ କାର୍ଯ୍ୟ ଚାଲୁ ରହିଥିବା ବିଷୟ ସେ ଉଲ୍ଲେଖ କରିଥିଲୋ ନିଖିଳ ଉତ୍କଳ ମେୟର ଓ ପୌରାଧ୍ୟକ୍ଷ ସଂଘର କୋଷାଧ୍ୟକ୍ଷ ଶ୍ରୀ ମହେଶ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲୋ ସଂଘର କର୍ମକର୍ତ୍ତାମାନେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସେମାନଙ୍କର ୧୧ ଦଫା ଦାବୀପତ୍ର ପ୍ରଦାନ କରିଥିଲୋ ସାଧାରଣ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲୋ ସଂଘର ସଭାପତି ସୋରଡା ଏନ୍.ଏ.ସିର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସଂଘର ଦାବୀଗୁଡିକୁ ରାଜ୍ୟ ସରକାର ସହୃଦୟତାର ସହ ବିଚାର କରିବାକୁ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲୋ
ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ରାଜ୍ୟ ସରକାର ଏକ ନଗରପାଳ ପା=ି ସୃଷ୍ଟି କରିବାକୁ ଦାବି କରିଥିଲୋ ସାରା ଦେଶରେ ଆମ ରାଜ୍ୟର ପୌରପାଳିକା ଶ୍ରେଷ୍ଠ ମାନ୍ୟତା ପାଇବା ପାଇଁ ନଗରପାଳମାନେ ପ୍ରୟାସ ଜାରୀ ରଖିବାକୁ ସେ ଆହ୍ୱାନ ଜଣାଇଥିଲୋ ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଶିଶିର କୁମାର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭାଗର ବଜେଟ୍ ବିଗତ ୩ ବର୍ଷ ମଧ୍ୟରେ ୩ ଗୁଣ ବୃଦ୍ଧି ପାଇ ୧୭୦୦ କୋଟି ଟଙ୍କାରେ ପହଞ୍ଚିଥିବା ପ୍ରକାଶ କରିବା ସହିତ ନିଜସ୍ୱ ସମ୍ବଳ ସଂଗ୍ରହକୁ ଗୁରୁତ୍ୱ ଦେଇଥିଲୋ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ କେ. ମାଧବୀ ରାଓ ପୌର ଜନପ୍ରତିନିଧିମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ଦାବୀ ଉପସ୍ଥାପନ କରିଥିଲୋ କଟକ ମହାନଗର ନିଗମର ମେୟର ଶ୍ରୀମତୀ ଅନୀତା ବେହେରା ମହାନଗରପାଳ ଓ ନଗରପାଳମାନେ ନିଜ ସହରକୁ ସ୍ୱଚ୍ଛ ଓ ଆଲୋକୀକରଣ ପାଇଁ ପଦକ୍ଷେପ ନେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲୋ
ପୌର ପ୍ରଶାସନ ନିେ”ର୍ଶକ ଶ୍ରୀ ସଞ୍ଜୀବ କୁମାର ମିଶ୍ର ପୌରାଞ୍ଚଳରେ ଆବଶ୍ୟକତାକୁ ଦେଖି ପଦବୀ ସୃଷ୍ଟି କରିବା ଉଚିତ୍ ବୋଲି କହିଥିଲୋ ପୌରାଞ୍ଚଳର ରାସ୍ତା, ଉନ୍ନୟନ ଓ ଅନୁଦାନ ପାଇ କେନ୍ଦ୍ର ଓ ରାଜ୍ୟ ସରକାର ପା=ି ପ୍ରଦାନ କରୁଥିବା ବେଳେ ଏ ସବୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବଣ୍ଟନ କରାଯିବା ଆବଶ୍ୟକ ବୋଲି କହିଥିଲୋ ସମ୍ପଦ ଟିକସ ପାଇଁ ଅଗ୍ରୀମ ଯୋଜନା କରିବାକୁ ସେ ନଗରପାଳମାନଙ୍କୁ ପରାମର୍ଶ ଦେଇଥିଲୋ କଟକ ମହାନଗର ନିଗମର ପୂର୍ବତନ ମେୟର ଶ୍ରୀ ସୌମେନ୍ଦ୍ର ଘୋଷ ପୌର ଜନ ପ୍ରତିନିଧିମାନଙ୍କର ଦୈନନ୍ଦିନ ଖର୍ଚ୍ଚର ଭରଣା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲୋ
ଶେଷରେ କେନ୍ଦ୍ରାପଡା ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ରୋସନା ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲୋ

Share in top social networks!