ଜି-ସାଟ୍-୧୬ର ସଫଳ ଉତ୍କ୍ଷେପଣ ଭାରତୀୟ ମହାକାଶ ବିଜ୍ଞାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଜି-ସାଟ୍-୧୬ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହାକାଶ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏକ ବାର୍ତାରେ ଶ୍ରୀ ମୋଦି କହିଛନ୍ତି ଯେ ଜି-ସାଟ୍-୧୬ ଯୋଗାଯୋଗ ଉପଗ୍ରହକୁ ସଫଳଭାବେ ମହାକାଶକୁ ଉତ୍କ୍ଷେପଣ କରାଇ ପାରିଥିବାରୁ ମୁଁ ଆମର ମହାକାଶ ବିଜ୍ଞାନୀମାନଙ୍କୁ ମୋର ଅଭିନନ୍ଦନ ଜ୍ଞାପନ କରୁଛି । ଦେଶର ମହାକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଏହି ଯୋଗାଯୋଗ ଉପଗ୍ରହଟି ଏକ ଗୁରୁତ୍ୱପୂର୍ଣ୍ଣ ସଂପଦଭାବେ କାର୍ଯ୍ୟ କରିବ ବୋଲି ସେ ମତ ପୋଷଣ କରିଛନ୍ତି ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଉତ୍କ୍ଷେପଣ ପରେ ଜି-ସାଟ୍-୧୬ ଉପଗ୍ରହଟି ସଠିକଭାବେ କାର୍ଯ୍ୟ କରୁଛି । ଇତିମଧ୍ୟରେ ହାସନସ୍ଥିତ ଇସ୍ରୋର ମିଶନ କଂଟ୍ରୋଲ ସିଷ୍ଟମ ଫାସିଲିଟି ଉପଗ୍ରହକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ।

Share in top social networks!