ସଶସ୍ତ୍ର ବାହିନୀର ଫ୍ଲାଗ୍ ଡେ ଅବସରରେ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ଭାରତୀୟ ସଶସ୍ତ୍ର ବାହିନୀର ପତାକା ଦିବସ ଅବସରରେ ସଶସ୍ତ୍ର ବାହିନୀଙ୍କ କଲ୍ୟାଣ ପାଇଁ ଦେଶବାସୀ ମୁକ୍ତହସ୍ତରେ ଦାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି । ଏହି ଅବସରରେ ସେନାବାହିନୀର ନିଷ୍ଠା, ବଳିଦାନ ଓ ତ୍ୟାଗକୁ ଭୂୟସୀ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତାରେ କହିଛନ୍ତି ଯେ ଦିନରାତି ଆମକୁ ସେବା କରି ଆସିଥିବା ସଶସ୍ତ୍ର ସେନାଙ୍କ ତ୍ୟାଗ ଅତୁଳନୀୟ । ତେଣୁ ସେମାନଙ୍କ କଲ୍ୟାଣ ପାଇଁ ମୁକ୍ତ ହସ୍ତରେ ଦାନ କରିବା ଲାଗି ମୁଁ ସମସ୍ତଙ୍କୁ ନିବେଦନ କରୁଛି । ଭାରତୀୟ ସେନା ପ୍ରତ୍ୟେକ ପରିସ୍ଥ୍ିତିର ସଫଳ ମୁକାବିଲା କରି ଆସିଛନ୍ତି ଏବଂ ଦେଶପ୍ରୀତିର ମନୋଭାବ ନେଇ ସମସ୍ତ କର୍ତବ୍ୟ ସଂପାଦନ କରି ଚାଲିଛନ୍ତି । ତେଣୁ ସେମାନଙ୍କର ନିଃସ୍ୱାର୍ଥପର ତ୍ୟାଗ ଓ ନିଷ୍ଠାକୁ ଆମେ ଭୂୟସୀ ପ୍ରଶଂସା କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Share in top social networks!