ଡିସେମ୍ବର ୨୮ରୁ ତି୍ରଦିବସୀୟ ଆଞ୍ଚଳିକ କୃଷି ମହୋତ୍ସବ ବ୍ରହ୍ମପୁରରେ ଅନୁଷ୍ଠିତ ହେବ -କୃଷିମନ୍ତ୍ରୀ ଶ୍ରୀ ମହାରଥୀ

ଆଞ୍ଚଳିକ କୃଷି ମହୋତ୍ସବରେ ୧୦ଟି ଜିଲ୍ଲାର ସଫଳ ଓ ଅଗ୍ରଣୀ ଚାଷୀମାନଙ୍କୁ ପୁରସ୍କୃତ କରାଯିବା ଅନ୍ୟ ଚାଷୀମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିଥାଏା ଆଶାନୁରୂପ କୃଷି ଉŒାଦନ ଓ କୃଷିକୁ ବ୍ୟବସାୟିକ ତଥା ଲାଭଜନକ କରିବା ପାଇଁ ସମସ୍ତ ସୁବିଧା ସୁଯୋଗ ଏହି କୃଷି ମହୋତ୍ସବ ମାଧ୍ୟମରେ ଅଗଣିତ ଚାଷୀମାନେ ଜାଣିବାର ସୁଯୋଗ ପାଇଥାନ୍ତିା ଆଧୁନିକ କୃଷି ପ୍ରଣାଳୀ ସମ୍ବନ୍ଧରେ ଅବଗତ ହେବା, କୃଷି ଯାନ୍ତ୍ରିକୀକରଣ ଓ ଜ୍ଞାନକୌଶଳ ସହ ପରିଚିତ ହେବା, କୃଷି କ୍ଷେତ୍ରରେ ଦିଆଯାଉଥିବା ସମସ୍ତ ରିହାତି ବ୍ୟବସ୍ଥା ସମ୍ବନ୍ଧରେ ଜାଣିବା ଓ ବର୍ତ୍ତମାନର ଜୀବନଧାରଣର କୃଷି କିଭଳି ଲାଭଜନକ ହୋଇପାରିବ ସେ ସମ୍ବନ୍ଧରେ ସମ୍ୟକ ସୂଚନା ପାଇବା ଆଦି ବହୁବିଧ ସୁଯୋଗ ଚାଷୀମାନଙ୍କ ପାଇଁ ଆଣିଦେଇଥାଏ କୃଷି ମହୋତ୍ସବା ସମ୍ବଲପୁର ଓ ବାଲେଶ୍ୱରରେ ଆୟୋଜିତ ହୋଇସାରିଥିବା ଆଞ୍ଚଳିକ କୃଷି ମହୋତ୍ସବର ବିପୁଳ ସଫଳତା ପରେ ସମଗ୍ର ଦକ୍ଷିଣ ଓଡ଼ିଶାର ଚାଷୀମାନଙ୍କ କଲ୍ୟାଣାର୍ଥେ ବ୍ରହ୍ମପୁରଠାରେ ଡିସେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତୃତୀୟ ଆଞ୍ଚଳିକ କୃଷି ମହୋତ୍ସବ ଆୟୋଜନ କରାଯାଉଛି ବୋଲି କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତିା
ଆଜି ସଚିବାଳୟସ୍ଥ ସମ୍ମିଳନୀ କକ୍ଷରେ ଏ ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ମହାରଥୀ କହିଲେ ଯେ, କୃଷି ମହୋତ୍ସବ କୃଷକମାନଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣା ଏହାକୁ ଦୃଷ୍ଟିରେ ରଖି ସେପେଫମ୍ବର, ଅକେଫାବର ଓ ନଭେମ୍ବର ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁରରେ ତିନୋଟିି ଆଞ୍ଚଳିକ କୃଷି ମହୋତ୍ସବ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲାା ସେପେଫମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରଠାରେ ଓ ଅକେଫାବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱରଠାରେ ଆଞ୍ଚଳିକ କୃଷି ମହୋତ୍ସବମାନ ଅନୁଷ୍ଠିତ ହୋଇ ବ୍ୟାପକ ସଫଳତା ପାଇ ପାରିଥିଲାା ଶୀତକାଳୀନ ବିଧାନସଭା ଅଧିବେଶନ ଯୋଗୁଁ ବ୍ରହ୍ମପୁରଠାରେ ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ଆଞ୍ଚଳିକ କୃଷି ମହୋତ୍ସବ ଡିସେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ମହୋତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଚାଷୀମାନେ ଯୋଗଦେବୋ ଅତ୍ୟାଧୁନିକ କୃଷି କୌଶଳ ଓ ଯନ୍ତ୍ରପାତି ସହ ସେମାନେ ପ୍ରତ୍ୟକ୍ଷ ଭାବରେ ପରିଚିତ ହେବାର ସୁଯୋଗ ପାଇବେ । ୧୦ଟି ଜିଲ୍ଲାର କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଓ ପଶୁପାଳନ ଆଦି କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ୪୦ ଜଣ ଅଗ୍ରଣୀ ଓ ସଫଳ ଚାଷୀ ଏହି କୃଷି ମହୋତ୍ସବରେ ସମ୍ବର୍ଦ୍ଧିତ ହେବେ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟର ଚାଷୀମାନଙ୍କ ନିକଟରେ ଅତ୍ୟାଧୁନିକ କୃଷି କୌଶଳ ପହଞ୍ଚାଇବା ଜରୁରୀ । କୃଷି ବିଜ୍ଞାନୀ ଓ କୃଷି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ସୀମାବଦ୍ଧ ରହିଲେ କୃଷି ଉŒାଦନ ବୃଦ୍ଧି ହେବା ସମ୍ଭବ ନୁହେଁ । ତେଣୁ ଏହି କୃଷି ମହୋତ୍ସବ ୧୦ଟି ଜିଲ୍ଲାର ଅଗଣିତ ଚାଷୀଭାଇମାନଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ । କୃଷି ପ୍ରଦର୍ଶନୀରେ ୨୦୦ରୁ ଊ–ର୍ ଷ୍ଟଲ୍ ରହିବା ଇଫ୍କୋ, ପାରାଦୀପ୍ ଫସ୍ଫେଟ୍ସ ଲିମିଟେଡ୍, ଶକ୍ତି ସୁଗାର ଓ ଅନ୍ୟ ବହୁ କୃଷି, ମତ୍ସ୍ୟ ଓ ପଶୁପାଳନ ସମ୍ବନ୍ଧିତ ଉଦ୍ୟୋଗଗୁଡିକର ସ୍ୱତନ୍ତ୍ର ଷ୍ଟଲମାନ ରହିବା ୪୨ ଲକ୍ଷ ଟଙ୍କା ବିନିଯୋଗରେ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କୃଷି ମହୋତ୍ସବରେ ୮ ହଜାରରୁ ଊ–ର୍ ଚାଷୀ ଯୋଗଦେବୋ ପାଓ୍ୱାର ଟିଲର, କମ୍ବାଇନ୍୍ ହାର୍ଭେଷ୍ଟର, ଟ୍ରାକଫର, କ୍ରପ୍ ଥ୍ରେସର୍, ସ୍ପ୍ରିଙ୍କଲର, ପମ୍ପ ସେଟ୍, ଚାଫ୍ କଟର ଓ ଷ୍ଟ୍ର ରିପର୍ ଆଦି କୃଷି ଯନ୍ତ୍ରପାତିମାନ ପ୍ରଦର୍ଶିତ ହେବା ସହ ରିହାତି ମୂଲ୍ୟରେ ପୂର୍ବରୁ ଆବେଦନ କରିଥିବା ଚାଷୀମାନଙ୍କୁ ବିକ୍ରୟ କରାଯିବା କୃଷି ଆଧୁନିକୀକରଣ ଉପରେ ପର୍ଯ୍ୟବେସିତ ଆଲୋଚନାଚକ୍ରମାନ ଆୟୋଜିତ ହେବା କୃଷି ବିଜ୍ଞାନୀ ଓ କୃଷକମାନଙ୍କ ମଧ୍ୟରେ ସିଧାସଳଖ ମତାମତ ଓ ଭାବର ଆଦାନପ୍ରଦାନ ହେବ । ପ୍ରୟୋଗଶାଳାରୁ ବାସ୍ତବକ୍ଷେତ୍ର ପର୍ଯ୍ୟନ୍ତ ଆଧୁନିକ କୃଷି କୌଶଳ ପହଞ୍ଚାଇବା ପାଇଁ କୃଷି ବିଜ୍ଞାନୀମାନେ ନିଷ୍ଠାପର ଉଦ୍ୟମ କରିବେ । ଓ.ୟୁ.ଏ.ଟି, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଏହି କୃଷି ମହୋତ୍ସବରେ ଓତଃପ୍ରୋତ ଭାବରେ ଜଡ଼ିତ ହେବେ । ପ୍ରତିଦିନ ସନ୍ଧ୍ୟାରେ ସଂସ୍କୃତି ବିଭାଗ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ ।
ଏହି ପ୍ରସ୍ତୁତି ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ରାଜେଶ ବର୍ମା, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, କୃଷି ଉŒାଦନ ନିେ”ର୍ଶକ ଶ୍ରୀ ଆର୍.ଏସ୍. ଗୋପାଳନ, ଉଦ୍ୟାନ କୃଷି ନିେ”ର୍ଶକ ଶ୍ରୀ ସୁଶାନ୍ତ କୁମାର ନନ୍ଦ, ପଶୁପାଳନ ନିେ”ର୍ଶକ ଶ୍ରୀ ଡି.ପି.ପଣ୍ଡା, ଜଳ ବିଭାଜିକା ମିଶନର ନିେ”ର୍ଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍, ମତ୍ସ୍ୟ ନିେ”ର୍ଶକ ଶ୍ରୀ ପି. କ୍ରିଷ୍ଣ ମୋହନ ଓ ବ୍ରହ୍ମପୁର ଜିଲ୍ଲାପାଳ ଶ୍ରୀ ପି. କେ. ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବହୁ ସୁଚିନ୍ତିତ ପ୍ରସ୍ତାବ ଦେଇଥିଲେ ।

Share in top social networks!