ଗ୍ରାମ ରୋଜଗାର ସେବକମାନେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଦାୟିତ୍ୱରେ ରହିବେ

ବିଭିନ୍ନ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକମାନଙ୍କୁ ଆଜୀବିକା ଦକ୍ଷତା ଉନ୍ନୟନ କାର୍ଯ୍ୟକ୍ରମରେ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ଭାବରେ ନିୟୋଜିତ କରାଯିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛିା ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅନୁମୋଦନ କରିଛନ୍ତିା
ଗ୍ରାମ ରୋଜଗାର ସେବକମାନେ ଗ୍ରାମ ପଞ୍ଚାୟତର ବେକାର ଯୁବକଯୁବତୀମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ସଂକଳିତ କରିବୋ ସେହି ଯୁବକଯୁବତୀମାନଙ୍କୁ ଆଜୀବିକା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ
କରାଇବୋ ବିଭିନ୍ନ ସମୟରେ ହେଉଥିବା ପ୍ରଶିକ୍ଷଣ ଓ ତାଲିମ ପରେ ସେମାନଙ୍କ ତରଫରୁ ନିଯୁକ୍ତିଦାତମାନଙ୍କର ଯୋଗସୂତ୍ର ରଖିବା ସହ ସେମାନଙ୍କର ନିଯୁକ୍ତି ପାଇଁ ବ୍ୟବସ୍ଥା କରିବୋ ଏହା ଫଳରେ ଗ୍ରାମାଞ୍ଚଳ ଯୁବକଯୁବତୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଦକ୍ଷତାର ପ୍ରକାଶ ଓ ବିକାଶ ହେବା ସହ ସେମାନଙ୍କର ନିଯୁକ୍ତି ସୁବିଧା ହୋଇପାରିବା ଗ୍ରାମାଞ୍ଚଳରେ ସେବକମାନେ ବ୍ଲକ୍ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଓ ଦକ୍ଷତା ବୃଦ୍ଧି ସଂଯୋଜକଙ୍କ ସହାୟତାରେ କାର୍ଯ୍ୟକ୍ରମ ରୂପାୟନ କରିବାକୁ ନିେ”ର୍ଶ ଦିଆଯାଇଛିା
ଏଥି ପାଇଁ ଗ୍ରାମ ରୋଜଗାର ସେବକମାନଙ୍କୁ ବ୍ୟକ୍ତି ପିଛା ତିନିଗୋଟି ପର୍ଯ୍ୟାୟରେ ମୋଟ ୪୦୦ ଟଙ୍କା ପ୍ରୋତ୍ସାହନ ରାଶି ଅକାରରେ ଦିଆଯିବା ଯେଉଁ ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ନଥିବେ, ନୂତନ ନିଯୁକ୍ତି ପର୍ଯ୍ୟନ୍ତ ପାଖ ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକମାନଙ୍କୁ ଦାୟିତ୍ୱ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛିା ପ୍ରତି ମାସରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କିତ ବିବରଣୀ ନେବାକୁ ଗ୍ରାମ ରୋଜଗାର ସେବକମାନଙ୍କୁ ନିେ”ର୍ଶ ଦିଆଯାଇଛିା

Share in top social networks!