ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ

sanjayଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଲାଲ ବିହାରୀ ହିମିରିକା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସାଂସଦ ବଳଭଦ୍ର ମାଝୀ ଓ ସାଂସଦ ଝିନ ହିକକାଙ୍କ ନେତୃତ୍ୱରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀଙ୍କୁ ସଚିବାଳୟସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚଳିତ ଖରିଫ ଧାନ ସଂଗ୍ରହରେ ଉପୁଜିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲୋ ବିଶେଷ କରି ଚଳିତ ବର୍ଷ କୃଷି ବିଭାଗ ଜିଲ୍ଲାରେ ଯେଉଁ ଧାନ ଉŒାଦନ ହାର ଧାର୍ଯ୍ୟ କରିଛି, ତାକୁ ବୃଦ୍ଧି କରିବାକୁ ପ୍ରତିନିଧି ମଣ୍ଡଳୀ ଦାବି କରିଥିଲୋ ମନ୍ତ୍ରୀ ଶ୍ରୀ ଦାସବର୍ମା ବିଭାଗୀୟ ଶାସନ ସଚିବଙ୍କୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାସ୍ତବ ସ୍ଥିତି ସମ୍ପର୍କରେ ରାୟଗଡା, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ସଂଗ୍ରହ କରି ଉପସ୍ଥାପନ କରିବାକୁ ନିେ”ର୍ଶ ଦେଇଛନ୍ତିା
ସମ୍ପୃକ୍ତ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଆସନ୍ତା କାଲି ୭ ତାରିଖ ପୂର୍ବାହ୍ନରେ ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ତର୍ଜମା କରାଯାଇ ସବିଶେଷ ନିଷ୍ପତ୍ତି ନିଆଯିବାକୁ ସ୍ଥିର କରାଯାଇଛିା
ଏହି ବୈଠକରେ ବିଭାଗୀୟ ଶାସନ ସଚିବ ମଧୁସୂଦନ ପାଢୀଙ୍କ ସମେତ ଯୋଗାଣ ନିଗମର ପରିଚାଳନା ନିେ”ର୍ଶକ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ

Share in top social networks!
Powered By Indic IME