ହୋଣ୍ଡା ପକ୍ଷରୁ ଛୋଟ ପିଲା ତଥା ପରିବାରଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ୱରରେ ଏବେ ଛୋଟାଭୀମ ଏବଂ ଚୁଟକୀ

chotabheemଚଳିତ ସପ୍ତାହର ଶେଷ ଭାବରେ ଭୁବନେଶ୍ୱର ସହରର ଛୋଟ ପିଲା ତଥା ସେମାନଙ୍କର ପରିବାର ବର୍ଗଙ୍କ ପାଇଁ କିଛି ଅତିରିକ୍ତ ଖୁସିର ସମୟ ଆସିବାର ସମ୍ଭାବନା ରହିଛି । କାରଣ ଭାରତର ୨ ଚକିଆ ଯାନ ଶିଳ୍ପର ସର୍ବାଧିକ ବିଶ୍ୱାସ ଯୋଗ୍ୟ ବ୍ରାଣ୍ଡ୍ ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ପ୍ରା. ଲିଃ. ପକ୍ଷରୁ ଆଜି ‘‘ହୋଣ୍ଡା ସେଫ୍ଟି ରାଇଡିଙ୍ଗ୍ ୱିଥ୍ ଛୋଟାଭୀମ୍’’ ଉତ୍ସବ ଭୁବନେଶ୍ୱରରେ ଆୟୋଜିତ ହେଉଛି । ଏହି ଉତ୍ସବଟି ଭୁବନେଶ୍ୱର-କଟକ କମିଶନର୍ ଅଫ୍ ପୁଲିସ୍ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା(ଆଇପିଏସ୍), ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ପ୍ରା. ଲିଃ.ର ପୂର୍ବାଞ୍ଚଳ ପରିଚାଳକ ଶ୍ରୀ ବିବେକ୍ ତାଲୁଜା, ସରକାରୀ କର୍ମଚାରୀ ତଥା ହୋଣ୍ଡା ଅଧିକାରୀଙ୍କ ଉପସ୍ଥିତିରେ ଉଦ୍ଘାଟିତ ହେବ ।
ସଡକ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଥିବା ହୋଣ୍ଡା ପକ୍ଷରୁ ଏହି ଅଭିଯାନରେ ସର୍ବାଧିକ ଲୋକପ୍ରିୟ ଚରିତ୍ର ‘ଛୋଟାଭୀମ’ ଏବଂ ତାହାର ସାଙ୍ଗ ‘ଚୁଟକୀ’ ସହାୟତାରେ ୧୨୦୦ରୁ ଅଧିକ ଆନନ୍ଦିତ ପିଲା ତଥା ସେମାନଙ୍କର ପରିବାର ବର୍ଗଙ୍କ ମାଧ୍ୟମରେ ସିଗ୍ନେଚର୍ ଫନ୍ ଷ୍ଟାଇଲ୍ ଦ୍ୱାରା ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି କରିବେ । ଛୋଟ ପିଲାଙ୍କୁ ସଚେତନ କରିବା ଦ୍ୱାରା ସେମାନଙ୍କର ପରିବାରବର୍ଗଙ୍କୁ ସହଜରେ ସଚେତନ କରାଯାଇ ପାରିବ ।
ସୁପରଷ୍ଟାର୍ ଛୋଟାଭୀମ୍ ଡ୍ୟାନ୍ସ୍ କରି ଷ୍ଟେଜ୍ରେ ପ୍ରବେଶ କରିବାଦ୍ୱାରା ପ୍ରତ୍ୟେକ ପିଲାଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଏହା ଉପରେ କେନ୍ଦ୍ରୀତ ହେବ । ଛୋଟାଭୀମ ତଥା ଏହାର ସାଥି ଚୁଟକୀ ସହିତ ଡ୍ୟାନ୍ସ୍, ମୁ୍ୟଜିକ୍ ତଥା ମସ୍ତି କରି ପ୍ରତିଟି ପରିବାର ଜେବ୍ରାକ୍ରସିଂର ଗୁରୁତ୍ୱ, ରୋଡ୍ ସାଇନ୍, ଟ୍ରାଫିକ୍ ନିୟମ ପାଳନ, ସୁରକ୍ଷିତ ଗିୟର୍ର ଗୁରୁତ୍ୱ ଏବଂ ଦୁଇ ଚକିଆ ଯାନ ଚଳାଇବା ସମୟରେ ସବୁବେଳେ ଆଇଏସ୍ଆଇ ସ୍ୱୀକୃତି ପ୍ରାପ୍ତ ହେଲମେଟ୍ ପିନ୍ଧିବା ପ୍ରଭୃତି ସମ୍ପର୍କରେ ସଚେତନ ହୋଇପାରିବେ ।
ଏହି କାର୍ଯ୍ୟକ୍ରମରେ ପ୍ରତିଟି ବର୍ଗଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ୫ ରୁ ୮ ବର୍ଷ ପିଲାଙ୍କ ପାଇଁ ସାଇକେଲିଂ, ୮ ରୁ୧୦ ବର୍ଷର ପିଲାଙ୍କ ପାଇଁ ସଡକ ସୁରକ୍ଷା ସମ୍ପର୍କିତ ଡ୍ରଇଁ ପ୍ରତିଯୋଗୀତା, ସିଆର୍ଏଫ୍-୫୦ ଅନ୍ତର୍ଗତ ୯ ରୁ ୧୨ ବର୍ଷ ପିଲାଙ୍କ ପାଇଁ ସୁରକ୍ଷିତ ଗାଡି ଚାଳନା ଅଭିଜ୍ଞତା ଭିତ୍ତିକ ପ୍ରାକ୍ଟିକାଲ୍ ବୌଦ୍ଧିକ ଜ୍ଞାନ ଆକଳନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ହୋଣ୍ଡା ଆାାବାଦୀ ପ୍ରତିଟି ପିଲା ଛୋଟାଭୀମ ଏବଂ ଚୁଟକୀ ସହିତ ସ୍ମୃତି ନେଇ ଘରକୁ ଫେରିବେ । ଏହା ସହିତ କିଛି ଭାଗ୍ୟଶାଳୀ ବିଜେତା ସେମାନଙ୍କର ପ୍ରିୟ ଚରିତ୍ରଙ୍କ ସହିତ ଡ୍ୟାନ୍ସ୍ କରିବାର ଅବସର ଲାଭ କରିବେ । ଏହାଛଡା ଛୋଟାଭୀମ୍ ସହିତ ଇନଷ୍ଟାଣ୍ଟ୍ ଫଟୋ ଉଠା ପ୍ରତିଯୋଗୀତା, ପିଲାଙ୍କ ଖେଳ ତଥା ସଡକ ସୁରକ୍ଷା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
କେବଳ ଛୋଟପିଲା ନୁହଁନ୍ତି ହୋଣ୍ଡା ପକ୍ଷରୁ ଉଭୟ ନୂଆ ଏବଂ ଅଭିଜ୍ଞ ୨ ଚକିଆ ଯାନ ଚାଳକ ବୟସ୍କଙ୍କୁ ସୁରକ୍ଷିତ ଗାଟି ଚାଳନା ଶିକ୍ଷା ପ୍ରଦାନ କରାଯିବ ।
ହୋଣ୍ଡାର ବିଶ୍ୱସ୍ତରୀୟ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରି ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ପ୍ରା. ଲିଃ.ର ସେଲସ୍ ଆଣ୍ଡ୍ ମାର୍କେଟିଙ୍ଗ୍ ଉପସଭାପତି ଶ୍ରୀ ୟଦ୍ଭିନ୍ଦର ଏସ୍. ଗୁଲେରିଆ କହିଲେ, ‘‘ସଡକ ସୁରକ୍ଷା ବିଶ୍ୱବ୍ୟାପି ହୋଣ୍ଡାର ପ୍ରଥମ ପ୍ରାଥମିକତା ଏବଂ ଭାରତରେ ମଧ୍ୟ ଏହି ଧାରା ଜାରି ରହିଛି । ସୁରକ୍ଷିତ ଏବଂ ଖୁସିରେ ଗାଡି ଚାଳନା ହୋଣ୍ଡାର ସାମଗ୍ରୀକ ଲକ୍ଷ୍ୟର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ପିଲାଙ୍କ କାର୍ଯ୍ୟଦ୍ୱାରା ପରିବାର ମଧ୍ୟରେ ସଚେତନତା ସୃଷ୍ଟିର ଆଶାକୁ ନେଇ ଏଭଳି ଅନନ୍ୟ ପ୍ରୟାସର ଶୁଭାରମ୍ଭ କରାଯାଇଛି । ଯାହାକି ଅଗାମୀ ଦିନରେ ଏକ ସୁଦୃଢ଼ ଭବିଷ୍ୟତ ଗଠନର ଭିତ୍ତିଭୂମି ସାବ୍ୟସ୍ତ ହେବ ।’’
ଭୁବନେଶ୍ୱରରେ ହୋଣ୍ଡାର କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ପ୍ରା. ଲିଃ.ର ପୂର୍ବାଞ୍ଚଳ ପରିଚାଳକ ଶ୍ରୀ ବିବେକ ତାଲୁଜା କହିଲେ, ‘‘ ଏକ ଦାୟିତ୍ୱ ସମ୍ପନ୍ନ କର୍ପୋରେଟ୍ ଭାବରେ ହୋଣ୍ଡା ବ୍ୟବସାୟ ଧାରା ସହିତ ନିଜର ସମାଜିକ ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ଛୋଟାଭୀମ୍ ସହାୟତାରେ ଏହି ସଡକ ସୁରକ୍ଷା କାର୍ଯ୍ୟଧାରାକୁ ଅଧିକ ବିକଶିତ କରିବାର ପ୍ରୟାସ ଆରମ୍ଭ କରିଛି । ଭୁବନେଶ୍ୱରରେ ଏହାର ସଫଳ ପ୍ରତିଫଳନ ଦେଖିବାକୁ ମିଳିଛି ଏବଂ ପରବର୍ତ୍ତୀ ସମୟରେ ଭାରତର ଅନ୍ୟ ସହରରେ ଏହି ଧାରା ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।’’

Share in top social networks!