ତୋଷାଳୀ କା୍ରଫଫସ୍ ମେଳାରେ ଅଧିକ ବାଣିିଜି୍ୟକ କାରବାର ଓ ରପ୍ତାନୀ ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

thosaliଆସନ୍ତା ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବାକୁ ଥିବା ନବମ ତୋଷାଳୀ କ୍ରାଫଫସ୍ ମେଳାରେ ଅଧିକ ବାଣିଜି୍ୟକ କାରବାର ଓ ରପ୍ତାନୀ ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ପରାମର୍ଶ ଦେଇଛନ୍ତିା ଆଉ ମାତ୍ର ୧୦ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟର ଏହି ସର୍ବବୃହତ ହସ୍ତଶିଳ୍ପ ମେଳାର ଆୟୋଜନ ନିମନ୍ତେ ଚୂଡାନ୍ତ ରୂପରେଖ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବିଭିନ୍ନ ବିଭାଗମାନଙ୍କ ସହ ସମନ୍ୱୟ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲାା
ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପତି କହିଲେ ଯେ, ଏହି ୧୫ ଦିନିଆ ମେଳାରେ କିଭଳି ଅଧିକ ବାଣିଜି୍ୟକ କାରବାର ବୃଦ୍ଧି ପାଇବ, ରପ୍ତାନୀ ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି ହେବ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକା ଏଥିପାଇଁ ସୋସିଆଲ ମିଡିଆର ଉପଯୋଗ କରିବା ସହ ବୟନିକା, ସେରିଫେଡ୍ ଏବଂ ଉତ୍କଳିକା ଭଳି ଶୀର୍ଷ ସମିତିମାନେ ନିଜର ଗ୍ରାହକ ସମ୍ପର୍କ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲୋ ପୁଣି ଫେସନ ଟେକ୍ନୋଲୋଜିରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଗ୍ରଣୀ ଅନୁଷ୍ଠାନ ଜାତୀୟ ଫେସନ ଟେକ୍ନୋଲୋଜି ପ୍ରତିଷ୍ଠାନ (ନିଫଟ୍), ଭୁବନେଶ୍ୱର ନିଜର ନମୁନା ଏବଂ ଡିଜାଇନ୍ ପ୍ରଦର୍ଶନ ମାଧ୍ୟମରେ ଅଧିକ ଦର୍ଶକ ଏବଂ ଗ୍ରାହକଙ୍କୁ ଆକୃଷ୍ଟ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲୋ ସେଇଭଳି ବ୍ୟାପାର ଓ ବିକ୍ରିବଟାର ସବିଶେଷ ଅନୁସନ୍ଧାନ ପାଇଁ ଏକ ବିଜ୍ନେସ୍ ବୁଥ୍ ଖୋଲିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିେ”ର୍ଶ ଦେଇଥିଲୋ
ବୟନ ଓ ହସ୍ତତନ୍ତ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍ ମେଳାର ପ୍ରସ୍ତୁତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲୋ ମେଳାରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ, ଧନ ଜୀବନ ସୁରକ୍ଷା ଏବଂ ଅଗ୍ନି ନିରୋଧ ନିମନ୍ତେ କମିଶନରେଟ୍ ପୋଲିସ୍ ପକ୍ଷରୁ କରାଯାଇଥିବା ବ୍ୟାପକ ବ୍ୟବସ୍ଥା ସମ୍ପର୍କରେ ପୋଲିସ୍ କମିଶନର ଆର୍.ପି. ଶର୍ମା ଅବଗତ କରାଇଥିଲୋ ମେଳାର ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖିବା ସହ ଅଳିଆ ଆବର୍ଜନା ଓ ପରିମଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବି.ଏମ୍.ସି କମିଶନର ଡଃ କିଷନ କୁମାର ସୂଚନା ଦେଇଥିଲୋ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ମେଳାର ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ ଏବଂ ସେ ସମୟରେ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକମାନେ କିଭଳି ଭାବରେ ଏହି ମେଳାକୁ ପରିଦର୍ଶନରେ ଆସିପାରିବେ ସେଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯିବା
ସୂଚନା ଯୋଗ୍ୟ ଯେ, ଏହି ମେଳାରେ ରାଜ୍ୟ ଭିତରୁ ୧୩୯ ଜଣ ଅଂଶଗ୍ରହଣ କରିବା ବେଳେ ରାଜ୍ୟ ବାହାରୁ ୧୬୧ ଜଣ ବୁଣାକର ଓ କାରିଗର ଅଂଶଗ୍ରହଣ କରିବୋ ସମୁଦାୟ ୩୫୦ଟି ଷ୍ଟଲ ଖୋଲାଯିବା ମେଳାରେ ରାଜ୍ୟର ପ୍ରସିଦ୍ଧ ଡୋକ୍ରା ଶିଳ୍ପକୁ ନେଇ “ମ୍ୟାଜିକ୍ ଇନ୍ ମେଟାଲ୍’ ଥିମ୍ ପ୍ୟାଭିଲିଅନ୍ର ପରିକଳ୍ପନା କରାଯାଇଛିା ରାଜ୍ୟ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ନାମିଦାମୀ ହୋଟେଲ୍ମାନେ ନିଜ ନିଜର ଫୁଡ୍କୋର୍ଟ ଖୋଲିବୋ “ନେଷ୍ଟରସ୍’ ଇଭେଣ୍ଟ ପ୍ରସ୍ତୁତକାରୀ ସଂସ୍ଥା ତରଫରୁ ମେଳାର ସାଜସଜ୍ଜା ଓ ପରିପାଟୀର ପରିକଳ୍ପନା କରାଯାଇଛିା
ଆଜିର ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ନିେ”ର୍ଶକ ଶ୍ରୀ ରଣଜିତ୍ କୁମାର ମହାନ୍ତି, ବୟନିକାର ପରିଚାଳନା ନିେ”ର୍ଶକ ଶ୍ରୀ ବିଭୁପ୍ରସାଦ ଷଡଙ୍ଗୀ, ବୟନ ଓ ହସ୍ତତନ୍ତ ବିଭାଗର ଯୁଗ୍ମ ସଚିବ ଶ୍ରୀ ରାଜା ପରିଜା, ହସ୍ତତନ୍ତ ନିେ”ର୍ଶିକା, ଉତ୍କଳିକାର ପରିଚାଳନା ନିେ”ର୍ଶିକା, କେନ୍ଦ୍ର ସରକାରଙ୍କର ହସ୍ତତନ୍ତ ଉନ୍ନୟନ କମିଶନରଙ୍କ ଅଧିକାରୀ, ବୁଣାକାର ସେବା କେନ୍ଦ୍ରର ପ୍ରତିନିଧି ଓ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି, ସ୍ୱାସ୍ଥ୍ୟ, ଶକ୍ତି ବିଭାଗ ଓ ସେସୁର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲୋ
ସୁଚେତା ପ୍ରିୟଦର୍ଶିନୀ

Share in top social networks!