ରେଡକ୍ରସ୍ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ – ୨୦୧୪ ପାଳିତ

redcrossପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ କୃତଜ୍ଞତା ଜଣାଇବା ସହ ସ୍ୱେଚ୍ଛାକୃତ ସେବା କ୍ଷେତ୍ରରେ ଯୁବପିଢୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟେକ ବର୍ଷ ଡିସେମ୍ବର ୫ ତାରିଖକୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ରୁପେ ପାଳନ କରାଯାଇଥାଏ । ସ୍ୱେଚ୍ଛାସେବୀ ମାନଙ୍କର ମନରେ ଏକ ସାମାଜିକ ଅଙ୍ଗିକାରବଦ୍ଧତା ସୃଷ୍ଟି କରିବା ଏବଂ ସାମାଜିକ ପ୍ରବାହରେ ସେମାନଙ୍କୁ ସାମିଲ କରି ସମାଜର ଉନ୍ନତି ସାଧନ କରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।

ସ୍ଥାନୀୟ ରେଡକ୍ରସ୍ ଭବନ କାର୍ଯ୍ୟାଳୟ ପରିସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ଉକ୍ତ ଦିବସକୁ ମହାସମାରୋହରେ ପାଳନ କରାଯାଇଥିଲା । ଏହି ଅବସରରେ ଏକ ରାଲିକୁ ଭାରତୀୟ ରେଡ଼୍ରକ୍ରସ୍ ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡ଼ ଚକ୍ରଧର ପଣ୍ଡା ଉଦ୍ଘାଟନ କରିଥିଲେ । ମାନବିକତା ଓ ସ୍ୱେଚ୍ଛାସେବୀ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ ଥିଲା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଉଦ୍ଧ୍ୱର୍ ଆଜୀବନ ସଦସ୍ୟ/ସଦସ୍ୟା, ଜୁନିଅର ଓ ୟୁଥ ରେଡ଼କ୍ରସ୍ ପରାମର୍ଶଦାତା ଓ ସ୍ୱେଚ୍ଛାସେବୀ, ଆଶ୍ରୟସ୍ଥଳୀର ସେଚ୍ଛାସେବୀ ଏବଂ ଓଡିଶା ରାଜ୍ୟ ଶାଖାର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।
ଅପରାହ୍ନ ୩.୦୦ ଘଟିକା ସମୟରେ ସ୍ଥାନୀୟ ରେଡ଼କ୍ରସ୍ ଭବନ ପରିସରରେ ଅନୁଷ୍ଠିତ ସଭାକୁ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଓଡ଼ିଶା ତଥା ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରେଡକ୍ରସ୍ ସ୍ୱେଚ୍ଛାସେବୀ ମାନେ ସମାଜ ଦୃଷ୍ଟିରେ ଶ୍ରେଷ୍ଠ ହେବା ଉଚିତ । ଆଦର୍ଶ ଓ ନିରାଡମ୍ବର ଜୀବନ ଶୈଳୀ ମଣିଷର ଜୀବନ ମାର୍ଗକୁ ପରିଚାଳିତ କରିବା ସହ ନିଃସ୍ୱାର୍ଥପର ଶେବା ମନୋଭାବ ନେଇ କାର୍ଯ୍ୟକରିବାକୁ ସେ ପରାମର୍ଶ ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଉପସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରଫେସର ଡଃ ଆଶା ହଂସ ଓ ମାନ୍ୟବର ଉଚ୍ଚଶିକ୍ଷା, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ତଥା ଯୁବ ରେଡ଼କ୍ରସ୍ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ଆଜି ଦିନର ମହତ୍ତ୍ୱ ଓ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ଆମେ ବିଶ୍ୱରେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ହେବା ପାଇଁ ଶପଠ ନେବା ଉଚିତ ।
ରେଡ଼କସ୍ ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡ଼ ଚକ୍ରଧର ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ରେଡ଼କ୍ରସ୍ର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ମାନଙ୍କର ଅବଦାନକୁ ଭୁୟସୀ ପ୍ରଶଂସା କରିବା ଅବସରରେ ସେମାନଙ୍କର ସ୍ୱେଚ୍ଛାକୃତ ସେବା ନିମନ୍ତେ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅବୈତନିକ ଯୁଗ୍ମ ସଚିବ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତ କାର୍ଯ୍ୟକ୍ରମର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ରେଡ଼କ୍ରସ୍ ଅଫିସର ଡ଼ଃ. ଦେବଦତ୍ତା ଶତପଥୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏତତ୍ ବ୍ୟତିତ ରେଡ଼କ୍ରସ୍, ଓଡିଶା ରାଜ୍ୟ ଶାଖାର ୨୦୧୪-୧୫ର କାର୍ଯ୍ୟକ୍ରମକୁ ନେଇ ଏକ ନିଉଜ୍ ଲେଟର ମାନ୍ୟବର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।
ଶେଷରେ ଏକ ଦସ୍ତଖତ ଅଭିଯାନର ଆୟୋଜନ କରାଯାଇଥିଲା ଏବଂ ରେଡ଼କ୍ରସ୍ର ଜୁନିୟର ଓ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଉଚ୍ଚକୋଟିର ସାଂସ୍କତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Share in top social networks!