ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳା ଉସôବର ଚତୁର୍ଥ ଦିନରେ ଇକୋ ୱାଇଲଡ୍‍ ଲାଇଫ ବିଷୟ ବସ୍ତୁ ଉପରେ ଆଧାରିତ ବାଲୁକା କଳା

sandartରାଜ୍ୟ ପର୍ଯ୍ୟଟନ ବିଭାଗ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳା ଉସôବର ଚତୁର୍ଥ ଦିନରେ ଇକୋ ୱାଇଲଡ୍‍ ଲାଇଫ ବିଷୟ ବସ୍ତୁ ଉପରେ ଆଧାରିତ ବାଲୁକା କଳା ବାଲୁକା ଶିଳ୍ପୀ ମାନଙ୍କ ନିଖୁଣ ବାଲୁକା ସ୍ଥାପତ୍ୟ ଦ୍ୱାରା ପ୍ରସ୍ଫୁଟିତ କରି ପାରିଛନ୍ତି ।ଏଥିରେ ବିଦେଶର ତଥା ଦେଶରୁ ଆସିଥିବା ୩୪ ଜଣ ବାଲୁକା ଶିଳ୍ପୀ ଅଂଶ ଗ୍ରହଣ କରି ଆଜିର ପ୍ରଦତ୍ତ ଗ୍ଧଷରଜ୍ଞର ରେ ବିଚକ୍ଷଣ କଳାକୃତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ହଜାର ହଜାର ସଂଖ୍ୟାରେ ଦର୍ଶକ ବାଲୁକାଶିଳ୍ପୀ ମାନଙ୍କ ଦ୍ୱାରା ଚନ୍ଦ୍ରଭାଗା ବେଳା ଭୂମିରେ ଅଙ୍କାଥିବା ପ୍ରାକୃତିକ ପରିବେଶ ତଥା ବନ୍ୟ ପ୍ରାଣୀ ସମ୍ବଦ୍ଧରେ ବିଭିନ୍ନ ବିଷୟ ବସ୍ତୁ ଯଥା ଜଙ୍ଗଲ ସଂରକ୍ଷଣ, ବନ୍ୟପ୍ରାଣୀ ଙ୍କ ପ୍ରତି ଶ୍ରଦ୍ଧା, ସଂନ୍ତୁଳିତ ପରିବେଶ ଆଦି ବାଲୁକା
ମାଧ୍ୟମରେ ସ୍ୱଚେତନା ବାର୍ତ୍ତା ଦେବା ପାଇଁ ପ୍ରୟାଶ କରାଯାଇଥିଲା୍‍ ।

ଏହି ବାଲୁକା କଳା ପ୍ରଦର୍ଶନୀ ଦର୍ଶକ ମାନଙ୍କ ଦ୍ୱାରା ଆଦୃତ ହୋଇ ପାରିଛି ଏବଂ ବହୁ ପର୍ଯ୍ୟଟକ, ଦର୍ଶକ
ବିଭିନ୍ନ ସ୍ଥାନରୁ ଆସି ଏଠାରେ ବହୁ ସମୟ ଧରି କଳା କୃତି କୁ ଅନୁଧ୍ୟାନ କରୁଥିବା ଦେଖାଯାଇଥିଲା ଏବଂ ସମସ୍ତେ ଏହି କଳାକୃତିକୁ ଅଦୃତ କରିବା ସଂଗେ ସଗେଂ ଏହାର ବହୁଳ ପ୍ରଚାର ପ୍ରସାର ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ଆସନ୍ତା କାଲି ଡିସେମ୍ବର ୫
ତାରିଖ ଦିନ ଶ୍ରୀ ଜଗନ୍ନାଥଙ୍କର ନବକଳେବର ବିଷୟବସ୍ତୁ ରଖାଯାଇଛି । ଏବଂ ବାଲୁକା କଳା କୃତି ଏହି ବିଷୟ ଉପରେ ଆଧାରିତ ହୋଇ ।ଶିଳ୍ପୀ ମାନଙ୍କ ଦ୍ୱାରା ଦର୍ଶକ ମାନଙ୍କ ପାଇଁ ପରିବେଷଣ କରିବେ ।

Share in top social networks!