ମାହାରୀ ନୃତ୍ୟ ଓ ଭାରତନାଟ୍ୟମ ନୃତ୍ୟରେ ବିମୋହିତ ଦର୍ଶକ

konarkfestଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ସମର୍ପିତ ମାହାରୀ ର ଭକ୍ତି ଓ ଭାବ ନିବେଦନ ଓ ଭାରତନାଟ୍ୟମ ନୃତ୍ୟର କମନୀୟ ଛନ୍ଦବଦ୍ଧ ନୃତ୍ୟ ଆଜି ଦର୍ଶକଙ୍କୁ ଦେଇଥିଲା ଏକ ଅନନ୍ୟ ଅନୁଭବ । କୋଣାର୍କ ଉସôବର ଚତୁର୍ଥ ସଂଧ୍ୟାରେ ଆରମ୍ଭ ହୋଇଥିଲା ମାହାରୀ ନୃତ୍ୟର ଭାବଗତ
ନୃତ୍ୟରୁ । ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ପ୍ରମୁଖ ଶିଷ୍ୟା ରୂପଶ୍ରୀ ମହାପାତ୍ର ଓ ସାଥି ପରଶି ଦେଇଥିଲେ ମାହାରୀ ନୃତ୍ୟରେ ଶୃଙ୍ଗାର ବେଶ, ମୁଖବୋଲି ଯୁକ୍ତ ଖଣ୍ଡନୃତ୍ୟ, ମହାଲକ୍ଷ୍ମୀ ସ୍ତବ, ଝୁଲଣ ଓ ଚନ୍ଦନ ଗୀତ, ରାସ ଗୀତ ଆଧାରିତ ନୃତ୍ୟ ।

ଏହି ଦେବପ୍ରିୟ ମାହାରୀ ନୃତ୍ୟର ଅନ୍ତିମ ଉପସ୍ଥାପନାରେ ରହିଥିଲା କବି ଜୟଦେବ କୃତ ଶ୍ରୀଗୀତ ଗୋବିନ୍ଦମର ଅଷ୍ଟପଦୀ କୁରୁ ଯଦୁ ନନ୍ଦନ
ର ଲଳିତ ଅଭିନୟ । ଶ୍ରୀଜଗନ୍ନାଥଙ୍କ ପାଇଁ ଉଦ୍ଧିଷ୍ଟ ଏହି ମାହାରୀ ନୃତ୍ୟର ପରିବେଷଣ ଦର୍ଶକଙ୍କ
ଭିତରେ ସୃଷ୍ଟି କରିଥିଲା ଭକ୍ତିର ହିଲ୍ଳୋଳ ।

ଏହାପରେ ମଞ୍ଚ ପ୍ରବେଶ କରିଥିଲେ ସ୍ୱନାମଧନ୍ୟା ଭାରତନାଟ୍ୟମ ଶିଳ୍ପୀ ଦଂପତି ଭି. ପି. ଧନଞ୍ଜୟନ ଓ ଶାନ୍ତା ଧନଞ୍ଜୟନ ସାଥି ଶିଳ୍ପୀ ସହ । ପ୍ରାରମ୍ଭିକ ନିବେଦନରେ ସୁଜଳା-ସୁଫଳା ଭାରତ ମାତାଙ୍କ ବନ୍ଦନା ର ନୃତ୍ୟାଭିନୟକୁ ପରଶି ଦେଇଥିଲେ ଶିଳ୍ପୀ ଯାହା ଦେଶ ପ୍ରାଣ
ବଂକିମଚନ୍ଦ୍ରଙ୍କ ରଚିତ ‘ବନେ୍ଦ ମାତରମ’ ଆଧାରରେ ପ୍ରସ୍ତୁତ ହୋଇଥିଲା । ପରେ ପରେ ଉପସ୍ଥାପିତ ହୋଇଥିଲା ଶକ୍ତି ପ୍ରଭାବମ୍‍ ଯହିଁରେ ନାରୀ ଶକ୍ତିର ସ୍ୱରୁପାକୁ ବେଶ ମାର୍ମିକ ଭାବେ ଉପସ୍ଥାପନା କରିଥିଲେ ଶିଳ୍ପୀ । ଅନ୍ତିମ ପ୍ରସ୍ତୁତିରେ ଥିଲା ନୃତ୍ୟ ତରଙ୍ଗମ ଯହିଁରେ ତାଳ ଓ ଲୟର ଏକ ସୁନ୍ଦର ପ୍ରକାଶକୁ ନେଇ ଆସିଥିଲେ ମଂଚକୁ ଶିଳ୍ପୀଗଣ ।

ଆଜି ସଂଧ୍ୟାର ଅତିଥି ଥିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବିକାଶ ମହାପାତ୍ର, ବରିଷ୍ଠ ପ୍ରଶାସିକା ସି. ଟି. ଏମ୍‍. ସୁଗୁଣା ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିଦେ୍ର୍ଧଶକ ଆଯୋଧ୍ୟାକାନ୍ତ ଶତପଥୀ । ଡଃ ମୃତ୍ୟୁଞ୍ଜୟ ରଥ ଓ ଡଃ ସାଧନା ଶ୍ରୀବାସ୍ତବଙ୍କ ସଂଯୋଜନାରେ ପ୍ରସ୍ତୁତ ହୋଇଥିବା ପ୍ରତିଟି ନୃତ୍ୟ ଉପସ୍ଥାପନା ବେଶ ମନଛୁଆଁ ହୋଇଥିଲା । ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ‘ଚିତ୍ତ ରଂଜନ ମଲିଆ’ ଓ ଉକôଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରଧ୍ୟାପିକା ଡଃ ସଂଗୀତା ଗୋସାଇଁ, ପର୍ଯ୍ୟଟନ ବିଭାଗର ଅଧିକାରୀ ମାନେ କାର୍ଯ୍ୟକ୍ରମ’ ପରିଚାଳନାରେ ସହାୟତା କରିଥିଲେ ।

Share in top social networks!