ନବକଳେବର ପୂର୍ବରୁ ସମସ୍ତ ପୁନର୍ଗଠନ କାର୍ଯ୍ୟ ଶେଷ ହେବ

ଆଜି ନବକଳେବର ଭିତ୍ତିଭୂମି ତଦାରଖ କମିଟିର ଅଧ୍ୟକ୍ଷ ମହେଶ୍ୱର ମହାନ୍ତିଙ୍କ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ଆସନ୍ତା ନବକଳେବର ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ନବକଳେବର ପୂର୍ବରୁ ପୁରୀରେ ସମସ୍ତ ପୁନର୍ନିମାଣ ଓ ମରାମତି କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତିା ପୁରୀ ଜିଲ୍ଲାର ସମସ୍ତ ପି.ଏଚ୍.ସି ଓ ସି.ଏଚ୍.ସିର ନିର୍ମାଣ ଓ ଉନ୍ନତିକରଣ କାର୍ଯ୍ୟ ଉପରେ ଏହି ବୈଠକରେ ସମୀକ୍ଷା କରାଯାଇଛିା

ପୁରୀ ସଦର ମହକୁମା ଡାକ୍ତରଖାନାରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ମାତୃଓ ଶିଶୁ ଚିକିତ୍ସା କେନ୍ଦ୍ରଗୁଡିକର ଉନ୍ନତିକରଣ କରାଯାଉଛି ଓ ଆଇ.ଡି.ଏଚ୍ରେ ଅଧିକ ୨୦୦ଟି ଶଯ୍ୟାର ନିର୍ମାଣ କାମ ଜାନୁଆରୀ-୨୦୧୫ ସୁଦ୍ଧା ଶେଷ କରାଯିବା ଜିଲ୍ଲା ହସ୍ପିଟାଲରେ ନବକଳେବର ପୂର୍ବରୁ “ନବକଳେବର ସେଲ୍’ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ୨୦୧୫ ସୁଦ୍ଧା ଟ୍ରମା କେୟାର ସେଣ୍ଟର କାର୍ଯ୍ୟ ଶେଷ ହେବା ଡିସେମ୍ବର-୨୦୧୪ ଶେଷ ସୁଦ୍ଧା ଜିଲ୍ଲା ସଦର ମହକୁମାରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯିବା ପୁରୀ ସହରର ସ୍ୱର୍ଗଦ୍ୱାର ପାଖରେ ଥିବା ଅଛିଆ

ଡାକ୍ତରଖାନା, କମଳାଦେବୀ ଡାକ୍ତରଖାନା, ଚନ୍ଦନହଜୁରୀ ଶିଶୁ ଡାକ୍ତରଖାନା, ଦୋଳବେଦୀ ଡାକ୍ତରଖାନା ଆଦି ଚାରୋଟି ଡାକ୍ତରଖାନାକୁ ନୂଆ ପି.ଏଚ୍.ସି ଭାବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇ ଏଗୁଡିକର ରିନୋଭେସନ୍ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ
ଅର୍ଥ ଯୋଗାଇ ଦେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲାା ନବକଳେବର ପୂର୍ବରୁ ନୂଆ ନିର୍ମାଣ କାର୍ଯ୍ୟ ବ୍ୟତୀତ ସମସ୍ତ ମରାମତି ଓ ଉନ୍ନତିକରଣ କାର୍ଯ୍ୟ ଶେଷ କରାଯିବା ପୁରୀ ଚତୁଃପାଶ୍ୱର୍ରେ ଥିବା କୋଣାର୍କ ପି.ଏଚ୍.ସିକୁ ସି.ଏଚ୍.ସିରେ ପରିଣତ କରାଯିବା ପାଇଁ ବୈଠକରେ
ନିଷ୍ପତ୍ତି ଗ୍ରହଣ କରାଗଲାା ନିମାପଡା ସି.ଏଚ୍.ସି, ପିପିଲି ସି.ଏଚ୍.ସି, ମଙ୍ଗଳପୁର ସି.ଏଚ୍.ସି, ସାକ୍ଷୀଗୋପାଳ ହସ୍ପିଟାଲ୍, ଗୋପ ସି.ଏଚ୍.ସି, ଚିଲିକା-ନୂଆପଡା ସି.ଏଚ୍.ସି, କୃଷ୍ଣପ୍ରସାଦ ସି.ଏଚ୍.ସି, ରାବଣା-ନାଉଗାଁ ସି.ଏଚ୍.ସି, ଡେଲାଙ୍ଗ ସି.ଏଚ୍.ସି, କଣାସ ସି.ଏଚ୍.ସି, ଚନ୍ଦନପୁର ସି.ଏଚ୍.ସି, ସାତଶଙ୍ଖ ପି.ଏଚ୍.ସି, ସାତପଡା ପି.ଏଚ୍.ସିର ଉନ୍ନତିକରଣ କାର୍ଯ୍ୟ ଯଥାକ୍ରମେ ଜାନୁଆରୀ ଓ ମାର୍ଚ୍ଚ ୨୦୧୫ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ କରାଯିବା

ଆଜିର ବୈଠକରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲା, ପୁରୀ ଆର୍.ଡବ୍ଲ&ୁ୍ୟ (ପି.ଏଚ୍) ଡିଭିଜନର ଏକkିକୁଟିଭ୍ ଇଞ୍ଜିନିୟର ଅନାଦି ଚରଣ ସାହୁ, ପୁରୀ ଆର.ଆଣ୍ଡ ବି. ଡିଭିଜନର ଏକkିକୁଟିଭ୍ ଇଞ୍ଜିନିୟର ପି.କେ. ସୁତାର, ସି.ଡି.ଏମ୍.ଓ ପୁରୀ ଡକଫର ଜି.କେ ସାହୁ, ପୁରୀ ଆର୍.ଡବ୍ଲ&ୁ୍ୟ (ଇଲେକଫିକାଲ୍) ଡିଭିଜନର ଏକkିକୁଟିଭ୍ ଇଞ୍ଜିନିୟର ସୁରେଶ ଚନ୍ଦ୍ର ମହାରଣା, ପୁରୀ ପବ୍ଲିକ୍ ହେଲ୍ଥ ଡିଭିଜନର ଏକkିକୁଟିଭ୍ ଇଞ୍ଜିନିୟର ସର୍ବେଶ୍ୱର ବି. ମହାପାତ୍ର, ନିମାପଡା ଆର୍.ଡବ୍ଲ&ୁ୍ୟ ଡିଭିଜନର ଏକkିକୁଟିଭ୍ ଇଞ୍ଜିନିୟର ଟି. ଦେବତା ଉପସ୍ଥିତ ଥିଲୋ

Share in top social networks!