ଶାସ୍ତ୍ରୀୟ କୁଚିପୁଡି ଓ ଓଡିଶୀର ‘ଗୀତ ଗୋବିନ୍ଦ’ରେ ନୃତ୍ୟମୟ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ

konarkfestଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉସôବର ୩ ୟ ସଂଧ୍ୟାରେ ପରିବେଷିତ କୁଚିପୁଡି ନୃତ୍ୟ ଓ ଓଡିଶୀ ନୃତ୍ୟରେ ଏକ ଅପୂର୍ବ ଆଧ୍ୟାତ୍ମ ଭାବ ସୃଷ୍ଟି ହୋଇଥିଲା । ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସଚିବ ଡଃ ଅରବିନ୍ଦ କୁମାର ପାଢୀ ଓ ନିଦେ୍ର୍ଧଶକ ସୁଶୀଲ କୁମାର ଦାସ ଦ୍ୱାରା ପ୍ରଦୀପ ପ୍ରଜୋ୍ୱଳନ
ହୋଇ ସଂଧ୍ୟାର ଶୁଭାରମ୍ଭ ହେବା ପରେ ପରେ କୁଚୁପୁଡି ନତ୍ୟ ଶିଳ୍ପୀ ନୃତ୍ୟ ବିଦୁଷୀ ଶୋଭାନାଇଡୁଙ୍କ ସରଂଚନାକୁ ମଞ୍ଚରେ ଉପସ୍ଥାପନା କରିଥିଲେ ଶିଳ୍ପୀ । ପ୍ରାରମ୍ଭରେ ‘ପ୍ରଣମାମ୍ୟହମ’ ଓ ପରେ ପରେ ‘ରାଜ ରାଜେଶ୍ୱରୀ ଅଷ୍ଟକମ୍‍’ ‘ଦେବ ଦେବମ୍‍ ଭବେ’’ ସ୍ୱାଗତମ କ୍ରିଷ୍ଣା’ ଓ ‘ମଙ୍ଗଳମ୍‍’ ଆଦି ପରଶି ଦେଇ ଏକ ଭାବ-ଭକ୍ତିର ଆବେଦନ ସୃଷ୍ଟି କରିଥିଲେ ଶିଳ୍ପୀ ।

ପରେ ପରେ ଓଡିଶୀ ନୃତ୍ୟର ସୂକ୍ଷ୍ମ ବିଭବକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ‘ରଞ୍ଜନା ଗୌହର’ ଓ ସାଥି । ଦ୍ୱାଦଶ ଶତାଦ୍ଧୀର ପ୍ରସିଦ୍ଧ ବୈଷ୍ଣବ କବି ଶ୍ରୀ ଜୟଦେବ କୃତ ‘ଶ୍ରୀ ଗୀତ ଗୋବିନ୍ଦମ୍‍’ ର ରାଧା କୃଷ୍ଣ ପ୍ରୀତି ବିଳାସର ଏକ ନିଖୁଣ ଉପସ୍ଥାପନାକୁ ଭେଟି ଦେଇଥିଲେ ଶିଳ୍ପୀଗଣ । ରଂଜନା ଗୌହରଙ୍କ ନୃତ୍ୟ ସଂଯୋଜନା ଆଧାରରେ ଅଷ୍ଟପଦୀ ସମ୍ବଳିତ
‘ଶ୍ରୀଗୀତ ଗୋବିନ୍ଦମ୍‍’ର ନୃତ୍ୟ ଉପସ୍ଥାପନାରେ ବିଭୋର ହୋଇଥିଲେ ସମବେତ ଦର୍ଶକ ।

ପରିସରର ସ୍ଥାପତ୍ୟ ଶିବିର ଓ ଚିତ୍ରକଳା ଶିବିରରେ ଆଦି ବହୁଳ ଦର୍ଶକଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଆଲୋକ ଓ ସାଜସଜ୍ୱାର ଓøଜଲ୍ୟରେ କୋଣାର୍କ ମନ୍ଦିର ପାଦଦେଶର ମୁକ୍ତାକାଶ ମଞ୍ଚ ବେଶ ବର୍ଣ୍ଣାଢ୍ୟ ଦିଶିଥିଲା । ଡଃ ମୃତ୍ୟୁଞ୍ଜୟ ରଥ ଓ ଡଃ ସାଧନା ଶ୍ରୀବାସ୍ତବଙ୍କ
ସଂଯୋଜନାରେ ପ୍ରସ୍ତୁତ ହୋଇଥିବା ପ୍ରତିଟି ନୃତ୍ୟ ଉପସ୍ଥାପନା ବେଶ ମନଛୁଆଁ ହୋଇଥିଲା ।

ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ‘ଚିତ୍ତ ରଂଜନ ମଲିଆ’ ଓ ଉକôଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରଧ୍ୟାପିକା ଡଃ ସଂଗୀତା ଗୋସାଇଁ, ପର୍ଯ୍ୟଟନ ବିଭାଗର ଅଧିକାରୀ ମାନେ କାର୍ଯ୍ୟକ୍ରମ’ ପରିଚାଳନାରେ ସହାୟତା କରିଥିଲେ । ଚନ୍ଦ୍ରଭାଗର ବାଲୁକା ଶଯ୍ୟାରେ ଆନ୍ତର୍ଜାତୀୟ ବାଲୁକା କଳାର ପ୍ରଦର୍ଶନୀର ତୃତୀୟ ଦିନରେ ବାଲୁକା ଶିଳ୍ପୀମାନେ ବିଶ୍ୱ ଭିନ୍ନକ୍ଷମ ଦିବସକୁ ଭିନ୍ନ ଭିନ୍ନ
କଳାକୃତ୍ତି ମାଧ୍ୟମରେ ଦର୍ଶକମାନଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଆୟୋଜିତ ଏକ ଫଟୋ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ସଚିବ ଡ଼. ଅରବିଂଦ କୁମାର ପାଢୀ ଓ ବିଶିଷ୍ଟ ସମାଜସେବୀ ସୃତି ମହାପାତ୍ର ଉଦ୍‍ଘାଟନ କରିଥିଲେ । ବାଲୁକା କଳା ଉତ୍ସବର ତୃତୀୟ ଦିନରେ ଚନ୍ଦ୍ରଭାଗା ବେଳାଭୁମିରେ konarkfestହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥିଲା ।

Share in top social networks!