ପର୍ଯ୍ୟଟନ ବିଭାଗର ଉତ୍ସବ ଋତୁ : ଜାନୁଆରୀ ମାସରେ ଚିଲିକା, ଚାନ୍ଦିପୁର ଓ ତଳସାରୀ ଉତ୍ସବ

ଡିସେମ୍ବର ମାସ ଆରମ୍ଭରୁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଉତ୍ସବ ଋତୁ ଆରମ୍ଭ ହୋଇଛିା ଗତ(ଡିସେମ୍ବର) ୧ ତାରିଖରେ କୋଣାର୍କ ନୃତ୍ୟୋତ୍ସବ ଉଦ୍ଘାଟିତ ହୋଇଛି ଓ ୫ ତାରିଖରେ ଶେଷ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛିା ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀମାନଙ୍କ ଦ୍ୱାରା ବାଲୁକା କଳା ପ୍ରଦର୍ଶନ ହୋଇଛିା ଆସନ୍ତା ଜାନୁଆରୀ ମାସ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାନ୍ଦିପୁର ବେଳାଭୂମିରେ ଉତ୍ସବ ପାଳିତ ହେବ ଓ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚିଲିକା ଉତ୍ସବ ଏବଂ ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ତଳସାରୀ ଉତ୍ସବ ଅନୁଷ୍ଠିତ ହେବା

ଏ ସମସ୍ତ ଉତ୍ସବ ସୁଚାରୁରୂପେ ସମ୍ପନ୍ନ ହେବା ପାଇଁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିା ପ୍ରତ୍ୟେକ ଉତ୍ସବ ପାଇଁ ସରକାର ୮ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦେବୋ ତେବେ ଚିଲିକା ଉତ୍ସବ ଏକ ନିଆରା ଢଙ୍ଗରେ ପାଳନ ହେବ ବୋଲି ସୂଚନା ମିଳିଛିା ବ୍ରହ୍ମଗିରି ବିଧାୟକ ତଥା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟଣ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ଉଦ୍ୟମ ଯୋଗୁଁ ଏହାକୁ ଏକ ସ୍ୱତନ୍ତ୍ର ଶୈଳୀରେ ଆୟୋଜନ କରାଯିବା ସୂଚନା ମୁତାବକ, ପ୍ରଥମ ଥର କରି ଚିଲିକା ମହୋତ୍ସବ ରାଜ୍ୟ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ପାଇବା ଚିଲିକାରୁ ସାତପଡା ପର୍ଯ୍ୟନ୍ତ ୨୫ଟି ବୋଟକୁ ଏକ ର୍ୟାଲି ଥିମ୍ ବ୍ୟାନର ସହ ଜଳଯାତ୍ରା କରିବୋ ଗତବର୍ଷ ର୍ୟାଲିର ଥିମ୍ “ଚିଲିକା ସୁରକ୍ଷା’ ଥିବା ବେଳେ ଚଳିତ ବର୍ଷ ମଧ୍ୟ ଚିଲିକାର ପ୍ରାକୃତିକ ଜୈବ ବିବିଧତାର ସୁରକ୍ଷା ଉପରେ ଆଧାରିତ ଏକ “ଥିମ୍’ ଚୟନ ହେବା
ସାତପଡାଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣ ସଭା ଓ ପ୍ରଦର୍ଶନୀ ଅନୁଷ୍ଠିତ ହେବା ୨୫ ଗୋଟି ଷ୍ଟଲ୍କୁ ପଲ୍ଲୀଶ୍ରୀ ମେଳା, ସ୍ମରଣିକା ପ୍ରକାଶନ, ପର୍ଯ୍ୟଟନ ବିଭାଗ ଦ୍ୱାରା ଫୁଡ୍କୋର୍ଟ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦର୍ଶନୀ ଆୟୋଜନ ହେବା ଏହା ବ୍ୟତୀତ ଦୁଃସାହସିକ କ୍ରୀଡା ମଧ୍ୟରେ ଚିଲିକାରେ ସ୍କୁବା ଡାଇଭିଂ ଓ ସର୍ଫିଂ ପରି ଜଳକ୍ରୀଡା ଅନୁଷ୍ଠିତ ହେବା ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ପୁରୀରୁ ସାତପଡା ମଧ୍ୟରେ ୧୫ଟି ହୋର୍ଡିଂ ବିଭିନ୍ନ ସ୍ଥାନରେ ସ୍ଥାନ ପାଇବା ସଂସ୍କୃତି ବିଭାଗ ଦ୍ୱାରା ୩ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବା
ସେହିପରି ଚାନ୍ଦିପୁର ଓ ତଳସାରୀଠାରେ ଆଇ.ସି.ସି.ଆର୍ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବା ସହ ୨ଟି ଯାକ ସ୍ଥାନରେ ଫୁଡ୍ ଫେଷ୍ଟିଭାଲ ଓ ପର୍ଯ୍ୟଟନ ବିଭାଗ ଦ୍ୱାରା ଫୁଡ୍ କୋର୍ଟର ଆୟୋଜନ କରାଯାଉଛିା ସକାଳେ ପର୍ଯ୍ୟଟନ ସଚେତନତା ପାଇଁ ସ୍କୁଲ ଓ କଲେଜ ପିଲାଙ୍କ ଦ୍ୱାରା ପଦଯାତ୍ରା ଅନୁଷ୍ଠିତ ହେବା କଲିକତାସ୍ଥ ଉତ୍କଳ ଭବନ ସମେତ ଉପରୋକ୍ତ ଦୁଇଗୋଟି ସ୍ଥାନ ପାଇଁ ଜିଲ୍ଲା ସଦର ମହକୁମା ଠାରୁ ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହୋର୍ଡିଂ ଲାଗିବା
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ବିଭାଗୀୟ ଶାସନ ସଚିବ ଡକଫର ଅରବିନ୍ଦ କୁମାର ପାଢୀ, ପର୍ଯ୍ୟଟନ ନିେ”ର୍ଶକ ଅଶୋକ କୁମାର ତାରିଣିଆ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ପ୍ରତିନିଧି ଓ ପର୍ଯ୍ୟଟନ ବିଭାଗର ଉଚ୍ଚପଦସ୍ଥ ଅଧକାରୀମାନେ ଉପସ୍ଥିତ ଥିଲୋ

Share in top social networks!