ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ଏଡସ୍ ସଚେତନତା କାର୍ଯ୍ୟକ୍ରମ

redcross ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ତରଫରୁ ସ୍ଥାନୀୟ ରେଡ଼କ୍ରସ୍ ଭବନଠାରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାକୁ ମାନ୍ୟବର ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ତଥା ଜୁନିଅର ରେଡ଼କ୍ରସ୍ କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଏଡସ୍ର ନିରାକରଣ ସମ୍ପର୍କରେ ବ୍ୟାପକ ସଚେତନତା ମାଧ୍ୟମରେ ଏଚ.୍ ଆଇ.ଭି. ଏଡସ୍ ଭଳି ମାରାତ୍ମକ ବ୍ୟାଧି ରୋଗକୁ ପ୍ରତିହତ କରିହେବ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କୁ ଏଚ୍.ଆଇ.ଭି. ରୋଗର ନିରାକରଣ ନିମନ୍ତେ ଶପଥ ପାଠ କରାଇଥିଲେ ।
ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ ପ୍ରଦାନ କରିବା ସହ ଏଡସ୍ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଉପସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରଫେସର ଡଃ ଆଶା ହଂସ ଓ ଉଚ୍ଚଶିକ୍ଷା ବିଭାଗର ଉପନିଦେ୍ର୍ଧଶକ ଡଃ ସମର କୁମାର ପଟ୍ଟନାୟକ ଯୋଗ ଦେଇ ଆଜି ଦିନର ମହତ୍ତ୍ୱ ଓ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେବା ସହ ଏଡସ୍ର ଲକ୍ଷଣ, କାରଣ, ଭୟାବହଣ ଓ ନିରାକରଣ ସଂପର୍କରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଅବୈତନିକ ଯୁଗ୍ମ ସଚିବ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତ କାର୍ଯ୍ୟକ୍ରମର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ରେଡ଼କ୍ରସ୍ ଅଫିସର ଡ଼ଃ. ଦେବଦତ୍ତା ଶତପଥୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ପରେ ବି.ଜେ.ବି. କଲେଜ, ସିଟି ମହିଳା କଲେଜ, ଏକାମ୍ର କଲେଜ, ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ, ମହର୍ଷି କଲେଜ, ମହର୍ଷି ମହିଳା ମହାବିଦ୍ୟାଳୟ, ରାଜଧାନୀ କଲେଜ, କିଟ୍ କଲେଜ, କିମ୍ସ ମେଡ଼ିକାଲ କଲେଜ ରୁ ପ୍ରାୟ ୪୫୦ଜଣ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ, ଯୁବ ରେଡ଼କ୍ରସ ପରାମର୍ଶଦାତା ଓ ଓଡିଶା ରେଡ଼କ୍ରସ୍ ରାଜ୍ୟ ଶାଖାର ବହୁ ଆଜୀବନ ସଦସ୍ୟ/ସଦସ୍ୟା, କର୍ମଚାରୀମାନଙ୍କ ଦ୍ୱାରା ଏକ ମଶାଲ ରାଲି ଏବଂ ମାନବ -ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରେ ସିଟି ମହିଳା କଲେଜ, ରାଜଧାନୀ କଲେଜ, କିଟ୍ କଲେଜ, କିମ୍ସ ମେଡ଼ିକାଲ କଲେଜର ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀଙ୍କ ତରଫରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଏଡସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସ୍ଥାନୀୟ ଜନସାଧାରଣଙ୍କ ମନରେ ବେଶ ଉସôାହ ଓ ଆଗ୍ରହ ପରିଲକ୍ଷିତ ହୋଇଥିଲା ।

Share in top social networks!