ବଧିର ଓ ମୁକ ରାଜ୍ୟ ସରକାରୀ କର୍ମଚାରୀ ଯାତାୟତ ଭତ୍ତା ପାଇବେ

ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟକରୁଥିବା ବଧିର ଓ ମୁକ କର୍ମଚାରୀ ମାସିକ ୩୫୦ଟଙ୍କା ଯାତାୟତ ଭତ୍ତା ସୁବିଧା ପାଇବେ ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ଏକ ନିେ”ର୍ଶନାମାରେ ପ୍ରକାଶ ପାଇଛିା

ଏ ସମ୍ପର୍କରେ ବଧିର ଓ ମୁକ ରାଜ୍ୟ ସରକାରୀ କର୍ମଚାରୀ ସଂଘ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲୋ ରାଜ୍ୟ ସରକାର ଏହି ବିଷୟରେ ଅନୁଧ୍ୟାନ କରି ବଧିର ଓ ମୁକ ସରକାରୀ କର୍ମଚାରୀଙ୍କୁ ମାସିକ ୩୫୦ ଟଙ୍କା ଯାତାୟତ ଭତ୍ତା ବାବଦରେ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତିା

କାର୍ଯ୍ୟାଳୟର ପରିସରରେ ରହୁଥିବା ବା କାର୍ଯ୍ୟସ୍ଥାନରୁ ଏକ କିଲୋମିଟର ମଧ୍ୟରେ ସରକାରୀ ଭାବେ ରହିବାର ସୁବିଧା ଯୋଗାଇ ଦିଆଯାଇଥିବା ବଧିର ଓ ମୁକ କର୍ମଚାରୀଙ୍କ କ୍ଷେତ୍ରରେ ଏହି ଭତ୍ତାର ସୁବିଧା ଲାଗୁ ହେବ ନାହିାଁ ଏକ କିଲୋମିଟର ସୀମା ମଧ୍ୟରେ ସରକାରୀ ଭାବେ କୌଣସି ରହିବା ବ୍ୟବସ୍ଥା ଦିଆଯାଇ ନଥିବା ସମ୍ପର୍କରେ କର୍ମଚାରୀଙ୍କୁ ଏକ ପ୍ରମାଣପତ୍ର ଦାଖଲ କରିବାକୁ ପଡିବା ସରକାରୀ ପରିବହନ ସୁବିଧା ଯୋଗାଇ ଦିଆଯାଇଥିବା ବଧିର ଓ ମୁକ କର୍ମଚାରୀଙ୍କୁ ଏହି ଭତ୍ତା ଲାଗୁ ହେବ ନାହିାଁ ସେହିପରି କାର୍ଯ୍ୟରୁ ୩୦ ଦିନରୁ ଅଧିକ କାଳ ଛୁଟି, ତାଲିମ ଓ ଗସ୍ତ ଇତ୍ୟାଦି ପାଇଁ ଅନୁପସ୍ଥିତ ରହିଥିବା ସମୟରେ ଏହି ଭତ୍ତା ଲାଗୁ ହେବ ନାହିାଁ

ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଦୃଷ୍ଟିହୀନ ଏବଂ ଶାରୀରିକ ଭାବେ ଭିନ୍ନକ୍ଷମଙ୍କୁ ୨୦୧୩ ଏପ୍ରିଲ୍ ୧୭ ତାରିଖରେ ପ୍ରକାଶ ପାଇଥିବା ସରକାରୀ ନିେ”ର୍ଶନାମା ଅନୁସାରେ ଯାତାୟତ ଭତ୍ତା ବାବଦରେ ମାସିକ ୩୫୦ ଟଙ୍କା ଦିଆଯାଉଛିା ଇତିମଧ୍ୟରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଖର୍ଚ୍ଚ ବିଭାଗ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ବଧିର ଓ ମୁକ ଶ୍ରେଣୀର କର୍ମଚାରୀଙ୍କ ପାଇଁ ପରିବହନ ଭତ୍ତା ସୁବିଧା ପ୍ରଦାନ କରିଛନ୍ତିା

Share in top social networks!