କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ୧୦୬ତମ କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ

କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ୧୦୬ତମ କର୍ତ୍ତୃପକ୍ଷ ବୈଠକ ଆଜି ଅପରାହ୍ନରେ ସି.ଡି.ଏ ଅଧ୍ୟକ୍ଷ ତଥା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛିା
ବୈଠକ ପ୍ରାରମ୍ଭରେ ସି.ଡି.ଏ ଉପାଧ୍ୟକ୍ଷ ଶ୍ରୀ ପ୍ରତାପ ଚନ୍ଦ୍ର ଦାଶ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟାଙ୍କୁ ସ୍ୱାଗତ ଜଣାଇଥିଲୋ ପ୍ରଥମେ ୧୦୫ତମ କର୍ତ୍ତୃପକ୍ଷ ବୈଠକର କାର୍ଯ୍ୟସୂଚୀକୁ ପାରିତ କରାଯାଇଥିଲାା ୧୦୬ତମ କର୍ତ୍ତୃପକ୍ଷ କାର୍ଯ୍ୟସୂଚୀ ଅନୁଯାୟୀ ସି.ଡି.ଏର ଦୁଇଗୋଟି ପାର୍କ ଯଥାକ୍ରମେ ସେକଫର ୧୨ର ବିଜୁ ପଟ୍ଟନାୟକ ପାର୍କ ଓ ଜଷ୍ଟିସ୍ ଯୁଗୋଳ କିଶୋର ମହାନ୍ତି ପାର୍କର ବିକାଶ ଓ ସବୁଜୀକରଣ କରିବା ସହିତ ଅନ୍ୟ ପାର୍କଗୁଡିକର ରକ୍ଷଣାବେକ୍ଷଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛିା ଅନ୍ୟାନ୍ୟ ନିଷ୍ପତ୍ତିଗୁଡିକ ମଧ୍ୟରେ ସି.ଡି.ପି ଇଲାକାର ୧୧ଟି ଜୋନ୍ରେ ଆଞ୍ଚଳିକ ବିକାଶ ଯୋଜନା ପ୍ରସ୍ତୁତି, ସିଡିପି ଯୋଜନା ଓ ବିଲଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନ୍, ୨୦୧୦ର ସଂଶୋଧନ, ଗୃହ ନକ୍ସାର ଅନୁମୋଦନ ୧୦ ମିଟର ଗୃହ ଉଚ୍ଚତା ପର୍ଯ୍ୟନ୍ତ କନିଷ୍ଠ ଟାଉନ୍ ପ୍ଲାନର, ୧୨ ମିଟର ଉଚ୍ଚତା ପର୍ଯ୍ୟନ୍ତ ସହକାରୀ ଟାଉନ୍ ପ୍ଲାନର, ୧୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ସହଯୋଗୀ ଟାଉନ୍ ପ୍ଲାନର, ୧୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ଟାଉନ୍ ପ୍ଲାନର, ଯୋଜନା ସଦସ୍ୟଙ୍କର ମଧ୍ୟ ୧୫ ମିଟର ପର୍ଯ୍ୟନ୍ତ, ବି.ପି. କମିଟିର ୨୪ ମିଟର ଓ କର୍ତ୍ତୃପକ୍ଷଙ୍କ ୨୪ ମିଟରରୁ ଊ–ର୍ ପାଇଁ କ୍ଷମତା ପ୍ରଦାନ କରାଯାଇଛିା ମାପ ଓଜନ ସହକାରୀ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ଜମି ପ୍ରଦାନ, ସେକଫର ୯, ସିଡିଏ ବିଡାନାସୀରେ ଉଦ୍ୟାନ ଫ୍ରେସ୍ ପ୍ରକଳ୍ପ ସାମୟିକ ଜମି ଅଧିଗ୍ରହଣ, ୩ ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଏଜେନ୍ସୀ ମାଧ୍ୟମରେ କାର୍ଯ୍ୟରେ ନିୟୋଜନ, ମେସର୍ସ ଏ.କେ. ସାବତ୍ ଏଣ୍ଡ କୋ ଚାଟାର୍ଡ ଫାର୍ମକୁ ସେବା ଗ୍ରହଣ ଇତ୍ୟାଦି ନିଷ୍ପତ୍ତି ଏହି ବୈଠକରେ ଗ୍ରହଣ କରାଯାଇଛିା
ଏହି ବୈଠକରେ କଟକ ମହାନଗର ନିଗମ ମେୟର ଶ୍ରୀମତୀ ଅନୀତା ବେହେରା, ଚୌଦ୍ୱାର ପୌରାଧ୍ୟକ୍ଷ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଜି. ମାଥିଭାଥନନ୍, ସି.ଡି.ଏ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ, ଯୋଜନା ସଦସ୍ୟ, ଯନ୍ତ୍ରୀ ସଦସ୍ୟ, ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲୋ

Share in top social networks!