ସମ୍ବଲପୁର ସହରରେ ଦେଖା ଦେଇଥିବା କାମଳରୋଗ ସଂପର୍କରେ ସମୀକ୍ଷା

ସଂପ୍ରତି ସମ୍ବଲପୁର ସହରରେ ଦେଖା ଦେଇଥିବା କାମଳରୋଗ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମୀକ୍ଷା କରିଛନ୍ତି । ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଗତ କିଛିଦିନ ଧରି ଲୋକମାନେ କାମଳରୋଗରେ ଆକ୍ରାନ୍ତ ହେଉଥିବା ଏବଂ କ୍ରମଶଃ ଅଧିକରୁ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ତ୍ରୀ ଶ୍ରୀ ନାୟକଙ୍କ ନିଦେ୍ର୍ଧଶକ୍ରମେ ସେଠାରେ ବୁର୍ଲ୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜରୁ ଡାକ୍ତରୀ ଦଳ ମୁତୟନ ହୋଇଛନନ୍ତି ଏବଂ ଆଜି ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିଦେ୍ର୍ଧଶକ ଡାଃ ବିକାଶ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୪ ଜଣିଆ ଦଳ ଯାଇ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏହି ଦଳ ସେଠାରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ହେବା ପର୍ଯ୍ୟନ୍ତ କୁହାଯାଇଛି । ଇତି ଅବସରରେ ଯେଉଁମାନେ କାମଳରୋଗରେ ଆକ୍ରାନ୍ତ ହୋଇ ଆସୁଛନ୍ତି ସେମାନଙ୍କର ରକ୍ତ ପରୀକ୍ଷା ଆଦି ମାଗଣାରେ କରାଯିବାକୁ ଏବଂ ତୁରନ୍ତ ଚିକିତ୍ସା କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
ଦୁଷିତ ପାନୀୟଜଳ ବ୍ୟବହାର କରି ଲୋକମାନେ ଆକ୍ରାନ୍ତ ହେଉଥିବା ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନଗରଉନ୍ନୟନ ବିଭାଗକୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣକରିବାକୁ ଅନୁରୋଧ କରାଯାଇଛି । ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନାୟକ ନଗରଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ବାହାରେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥକୁ କଡାକଡି ଭାବେ ଯାନ୍ଚ କରିବାକୁ ଏବଂ ନମୂନା ସଂଗ୍ରହ କରି ପରୀକ୍ଷାଗାରରେ ପରୀକ୍ଷା କରିବାକୁ କୁହାଯାଇଛି । ଖାଦ୍ୟନିରାପତା କମିଶନର ତୁରନ୍ତ ସମ୍ବଲପୁର ଯାଇ ସେଠାରେ ଖାଦ୍ୟଯାନ୍ଚ ଏବଂ ନମୂନା ସଂଗ୍ରହ ପ୍ରକ୍ରିୟାକୁ ଯୋରଦାର କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ନିଦେ୍ର୍ଧଶ ଦେଇଛନ୍ତି । ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସପିଟାଲରେ କାମଳରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି ।
ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଆରତୀ ଆହୁଜା , ସ୍ୱତନ୍ତ୍ର ସଚିବ ଡାଃ ନଳିନୀକାନ୍ତ ଦାଶ ଏବଂ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାଃ କୈଳାଶଚନ୍ଦ୍ର ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!