ଓଡିଶୀ ନୃତ୍ୟ ନାଟିକା ଓଡିଶୀ ନୃତ୍ୟ ନାଟିକା ନବକଳେବର ଓ କଥକରେ ‘ଭାବଚକ୍ର’ ମନ ମୋହିଲା ମନ ମୋହିଲା

konarkfestବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରର ପାଦଦେଶରେ ଆୟୋଜିତ କୋଣାର୍କ ଉସôବର ପ୍ରଥମ ସନ୍ଧ୍ୟାରେ ଓଡିଶୀ ନୃତ୍ୟ ନାଟିକା ‘ନବକଳେବର’ ଶ୍ରୀଜଗନ୍ନାଥ ଭାବଧାରାର ଅବତାରଣା କରିବା ସହ ଭାବ ଓ ଭକ୍ତିର ଚେତନାକୁ ବ୍ୟକ୍ତ କରିଛି । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଭୂବନେଶ୍ୱର ଓ ଉକôଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର ଶିଳ୍ପୀଙ୍କ ପରିବେଷଣରେ ଜଗନ୍ନାଥମୟ ହୋଇଥିଲା ମୁକ୍ତାକାଶ ରଙ୍ଗମଞ୍ଚ । ଆସୁଥିବା ବର୍ଷର ଶ୍ରୀ ଜିଉଙ୍କ ନବକଳେବର ଉପଲକ୍ଷେ ପ୍ରସ୍ତୁତି ଚାଲିଥିବା ବେଳେ ନୃତ୍ୟ ସଂଗୀତରେ ଏହାର ଉପସ୍ଥାପନା ଦର୍ଶକଙ୍କୁ ମୋହିତ କରିଥିଲା । ଗୁରୁ ନବ ମିଶ୍ରଙ୍କ ରଚନା ସହ ଗୁରୁ ମନୋରଜଂନ ପ୍ରଧାନ ଓ ଲିଙ୍ଗରାଜ ସ୍ୱାଇଁଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ସୁକାନ୍ତ କୁମାର କୁଣ୍ଡୁଙ୍କ ସଂଗୀତ ସଂଯୋଜନା ତଥା ଗୁରୁ ସଚିଦାନନ୍ଦ ଦାସଙ୍କ ତାଳ ସଂଯୋଜନାରେ ଉପସ୍ଥାପିତ ହୋଇଥିଲା ଏହି ନୃତ୍ୟ ।

ଏହା ପରେ ପରେ ମଞ୍ଚ ପ୍ରବେଶ କରିଥିଲେ ସ୍ୱନାମଧନ୍ୟା କଥକ ନୃତ୍ୟାଙ୍ଗନା ବିଦୁଷୀ ଶୋଭନା ନାରୟଣ ଓ ସାଥି । କାଳଚକ୍ରର ପ୍ରତୀକାତ୍ମକ ପ୍ରକାଶ ‘ଭାବଚକ୍ର’ କୁ ବେଶ୍‍ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ନୃତ୍ୟଶିଳ୍ପୀ । ସୂର୍ଯ୍ୟବନ୍ଦନାରୁ ଆରମ୍ଭ ହୋଇଥିଲା ଏହି ନୃତ୍ୟଭିନୟ ଓ ଏହାପରେ ପରେ ଶୃଙ୍ଗାର, ତାଣ୍ଡବ ଉଲ୍ଲାସ, ଚତୁରଂଗ ଓୁ ବିଶ୍ୱକବି ରବିନ୍ଦ୍ର ନାଥଙ୍କ ରଚନା ‘ମୋମୋ ଚିତ୍ତେ’ ଆଧାରିତ ନୃତ୍ୟ ‘ତା ତା ଥୋଇ ଥୋଇ’ ପରିବେଷିତ ହୋଇଥିଲା ।

ଏଥି ସହିତ ଚଦ୍ରଭାଗା ବେଳାଭୂମୀରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୂଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ପର୍ଯ୍ୟଟନ ଶାସନ ସଚିବ ଅରବିନ୍ଦ ପାଢୀ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଉପସ୍ଥିତ ରହି ଆର୍ନ୍ତଜାତିକ ବାଲୁକା କଳା ଉସôବକୁ ଆକାଶମାର୍ଗକୁ ବେଲୁନ
ଉଡାଇ ଉଦ୍‍ଘାଟିତ କରିଥିଲେ । ବିଶ୍ୱ ଐତିହ୍ୟ ଉପରେ ଥିବା ୩୬ ଜଣ ବାଲୁକା ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ବାଲୁକା କଳା ପ୍ରଦର୍ଶନ ପର୍ଯ୍ୟଟକ ମାନଙ୍କୁ ବେଶ୍‍ ଆକୃଷ୍ଟ କରିଥିଲା ।

Share in top social networks!