ରାଉଲକେଲା ଠାରେ ପାସ୍ପୋର୍ଟ ସେବାକେନ୍ଦ୍ର ଓ ଅଧିବକ୍ତା ପରିଷଦର ରାଜ୍ୟସ୍ତରୀୟ କର୍ମଶାଳା ଳେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ଉଦ୍ଘାଟନ ।

passportକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ତାଙ୍କ ୨ ଦିନିଆ ରାଉଲକେଲା ଗସ୍ତ ଅବସରରେ ଏନ.ଆଇ.ଟି ପ୍ରେକ୍ଷାଳୟରେ ଦୁଇଦିନିଆ କ୍ଷେତ୍ରୀୟ ପାସପୋର୍ଟ ସେବା ଶିବିରକୁ ଉଦ୍ଘାଟିତ କରି କହିଲେ ଯେ, ଏନ୍.ଆଇ.ଟି ଆନ୍ତର୍ଜାତିକ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ଏହା ନିଶ୍ଚିତ ଭାବରେ ପ୍ରଶଂସାର ପାତ୍ର ।

ଶ୍ରୀ ଓରାମ କହିଲେ ଯେ, ରାଉଲକେଲା ଠାରେ ପାସ୍ପୋର୍ଟ ସେବାକେନ୍ଦ୍ର ପ୍ରତିଷ୍ଠା ପାଇଁ ରାଉଲକେଲା, ସମ୍ବଲପୁର ଓ ଝାରସୁଗୁଡ଼ାର ବହୁମାନ୍ୟଗଣ୍ୟ ବ୍ୟକ୍ତି ମୋତେ ବହୁବାର ପତ୍ରଲେଖି ତଥା ବ୍ୟକ୍ତଗତ ଭାବେ ନିବେଦନ କରିଥିଲେ । ଏହାର ଆବଶ୍ୟକତାକୁ ଅନୁଭବ କରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲିି । ଏହି ପତ୍ରକୁ ଗୁରୁତର ସହ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ୱରାଜ ରାଉଲକେଲା ଠାରେ ପ୍ରଥମେ ଏକ ପାସପୋର୍ଟ ସେବା ଶିବିର ଆରମ୍ଭ କରିବା ନେଇ ସେ ବିଭାଗୀୟ କର୍ତୁପକ୍ଷଙ୍କୁ ନିଦେ୍ର୍ଧଶ ଦେଇଥିବାର ଶ୍ରୀ ଓରାମ ପ୍ରକାଶ କରିଥିଲେ ।

ରାଉଲକେଲା ଠାରେ ସ୍ଥାୟୀ ପାସପୋର୍ଟ ସେବାକେନ୍ଦ୍ରର ପ୍ରତିିଷ୍ଠା ନେଇ ସେ କେନ୍ଦ୍ର ବୈଦେଶିକ ମନ୍ତ୍ରୀଙ୍କ ସହ ଖୁବ୍ଶୀଘ୍ର ଆଲୋଚନା କରିବେ ବୋଲି ଶ୍ରୀ ଓରାମ କହିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ିଜିଟାଲ ଭାରତ ପରିକଳ୍ପନା ବାବଦରେ ଉପସ୍ଥିତ ବ୍ୟକ୍ତିଙ୍କୁ ସୂଚନା ଦେଇ ପାସପୋର୍ଟ ମେଳାରେ ବହୁସଂଖ୍ୟାରେ ଭାଗ ନେବାକୁ ଶ୍ରୀ ଓରାମ ନିବେଦନ କରିଥିଲେ । ଏହି କାର୍ଯକ୍ରମରେ ଭାଗନେଇ ଆଂଚଳିକ ପାସପୋର୍ଟ ଅଧିକାରୀ ପଦ୍ମା ମହାନ୍ତି ଏହି ପାସପୋର୍ଟ ଶିବିରର ଆଭିମୁଖ୍ୟ ବାବଦରେ ବର୍ଣ୍ଣନା କରିଥିଲେ । ଟିସିଏସ୍ ସହଯୋଗୀତାରେ ଏନ୍ଆଇଟିର ଭୁବନେଶ୍ୱର ବେହେରା ଅଡ଼ିଟୋରିୟମରେ ଆୟୋଜିତ ଏହି ମେଳାରେ ଏନ୍ଆଇଟିର ଛାତ୍ରଛାତ୍ରୀଙ୍କ ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଲୋକମାନଙ୍କର ସୁବିଧା ସକାଶେ କରାଯାଇଥିବା ସେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ମିଶ୍ର, ଅଶ୍ୱିନୀ କୁମାର ରାୟ ପ୍ରମୁଖ ଯୋଗ ଦେଇଥିଲେ ।

ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଓରାମ ରାଉଲକେଲା ଭଞ୍ଜଭବନ ଠାରେ ଅନୁଷ୍ଠିତ ଅଧିବକ୍ତା ପରିଷଦର ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଓରାମ କହିଲେ ଯେ, ଆଇନ୍ଜୀବିମାନେ ବହୁତ ସହଜରେ କାମ କରନ୍ତି ବୋଲି ଜନସାଧାରଣଙ୍କ ଭ୍ରମ ରହିଛି । କିନ୍ତୁ ପ୍ରକୃତିରେ ସେଇଆ ନୁହେଁ । ଏମାନଙ୍କର କାର୍ଯ୍ୟକ୍ଷେତ୍ର ବହୁତ କଷ୍ଟକର । ଆଇନ୍ଜୀବିମାନେ ଚାହିଁଲେ ସମାଜକୁ ସୁଧାର କରିପାରିବେ । ଏହି ମହତ୍କାର୍ଯ୍ୟକୁ ଆଖିଆଗରେ ରଖି ଏଥିପ୍ରତି ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ସେ କହିଥିଲେ । ଏଥିସହ ପରିଷଦକୁ ପ୍ରତ୍ୟେକ ଜିଲ୍ଲା, ବ୍ଳକରେ ପହଚାଂଇ ଏହାର ପରିସରକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଓରାମ କହିଥିଲେ । ସମ୍ମିଳନୀରେ ଅଧିବକ୍ତା ପରିଷଦର ସଭାପତି ପ୍ରଭାକର ସାହୁ, ସାଧାରଣ ସମ୍ପାଦକ ତୁଷାରକାନ୍ତି ଶତପଥୀ, ଜିଲ୍ଲା ସଭାପତି ଅଖଣ୍ଡମଣ୍ଡଳ ପଣ୍ଡା ସମେତ ୪ ଶହରୁ ଉଦ୍ଧ୍ୱର୍ ଅଧିବକ୍ତା ଉପସ୍ଥିତ ଥିଲେ ।

ସଂନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ଓରାମ ଟେନ୍ସା ଠାରେ ଭାରତୀୟ ମଜଦୁର ସଂଘର କାର୍ଯ୍ୟକର୍ତାମାନଙ୍କ ଦ୍ୱାରା ଆୟୋଜିତ ଏକ ବୈଠକରେ ଯୋଗଦେଇ ସେମାନଙ୍କ ସହ ଆଲୋଚନା କରିଥିଲେ ।

Share in top social networks!