ନବକଳେବର ପ୍ରସ୍ତୁତି ବୈଠକ, ପୁରୀ ସହରରେ ପୌରାଞ୍ଚଳ ଅଧୀନରେ ଥିବା ୪ଟି ଡାକ୍ତରଖାନାର ଭିତ୍ତିଭୂମି ବିକାଶ କାର୍ଯ୍ୟ ସରକାର ହାତକୁ ନେଇଛନ୍ତି

puriphcଆଜି ପୂର୍ବାହ୍ନରେ ନବକଳେବର ଭିତ୍ତିଭୂମି ଅଧ୍ୟକ୍ଷ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ନବକଳେବର ନିମନ୍ତେ ସ୍ୱାସ୍ଥ୍ୟବିଭାଗର ପ୍ରସ୍ତୁତି ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାନ୍ତି କହିଲେ ଯେ, ନବକଳେବର ପରିପ୍ରେକ୍ଷୀରେ ପୁରୀ ସହରର ୪ଟି ହସ୍ପିଟାଲ୍କୁ ସରକାର ହାତକୁ ନେଇଛନ୍ତିା ପୁରୀ ସଂଲଗ୍ନ ଅଞ୍ଚଳଗୁଡିକରେ ୮ଟି ସି.ଏଚ୍.ସିରେ ୧୨୮ଟି ଅଧିକ ଶଯ୍ୟାର ବ୍ୟବସ୍ଥା କରାଯାଉଛିା ସମୁଦାୟ ୪୫୯ଟି ପି.ଏଚ୍.ସିକୁ ପୁରୀରେ କାର୍ଯ୍ୟକ୍ଷମ କରାଯାଉଛିା ପୁରୀରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକ୍ରମ ତ୍ୱରିତ ବେଗରେ କରାଯାଉଛିା
ନବକଳେବର ପାଇଁ ଭିତ୍ତିଭୂମିର ବିକାଶ ନିମନ୍ତେ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରମାନଙ୍କୁ ତାଲିମ, ଆଶୁ ଚିକିତ୍ସା ପାଇଁ ବ୍ୟବସ୍ଥା, ଜଳଯୋଗାଣ, ବିଦୁ୍ୟତଯୋଗାଣ ଓ ଶଯ୍ୟା ସଂଖ୍ୟା ୩୦କୁ ବୃଦ୍ଧି କରାଯାଇଛିା ଏହାଛଡା ପୁରୀ ହେଡ୍କ୍ୱାର୍ଟରରେ ଥିବା ହସ୍ପିଟାଲ୍ରେ ୧୦୦ ଶଯ୍ୟା ବିଶିଷ୍ଟ ମାତୃଓ ଶିଶୁ ଚିକିତ୍ସା କେନ୍ଦ୍ରଗୁଡିକୁ ସାତ ମହଲା ବିଶିଷ୍ଟ କରାଯାଇଛିା ଏହା ନବକଳେବର ପୂର୍ବରୁ କାର୍ଯ୍ୟକ୍ଷମ ହେବା ଏତଦ୍ବ୍ୟତୀତ ଛଅ ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ. ଜାନୁଆରୀ ୨୦୧୪ରୁ କାର୍ଯ୍ୟକ୍ଷମ ହୋଇସାରିଛିା ଏହାବ୍ୟତୀତ କୌଣସି ଆକସ୍ମିକ ଦୁର୍ଘଟଣାକୁ ମୁକାବିଲା କରିବା ନିମନ୍ତେ ଆଇ.ଡି.ଏଚ୍ରେ ୨୦୦ ଶଯ୍ୟାର ବ୍ୟବସ୍ଥା ଏବଂ ଗୋପବନ୍ଧୁ ଆର୍ୟୁବେଦିକ୍ ମହାବିଦ୍ୟାଳୟରେ ୨୦୦ ଶଯ୍ୟାର ବ୍ୟବସ୍ଥା ଓ ସବୁ ପ୍ରକାରର ଯନ୍ତ୍ରପାତି ଓ ଡାକ୍ତରଙ୍କ ସହିତ ଆନୁସଙ୍ଗିକ ବ୍ୟବସ୍ଥା ହୋଇଛିା ସଦର ମହକୁମା ହସ୍ପିଟାଲ୍ରେ ୨୪ ଘଣ୍ଟା ବିଦୁ୍ୟତ୍ ଓ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛିା ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ କରାଯାଇଛିା କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣିତ କରାଯାଇ ନବକଳେବର ପୂର୍ବରୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛିା ଏତଦ୍ବ୍ୟତୀତ ପୁରୀ ସଦର ମହକୁମାରେ ୨୦ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ଦୁର୍ଘଟଣାଜନିତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛିା ଏତଦ୍ବ୍ୟତୀତ ନବକଳେବର ସମୟରେ ୩୫୦ଜଣ ଡାକ୍ତର (୧୫୦ ସ୍ପେସାଲିଷ୍ଟ ଓ ୨୦୦ ଜଣ ଆସିଷ୍ଟାଣ୍ଟ ସର୍ଜନ) ଓ ୨୫୦ ପାରାମେଡିକାଲ(ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ)ନିଯୁକ୍ତ ହେବୋ ନବକଳେବର ସମୟରେ ୧୦୦ଟି ଆଶୁ ଚିକିତ୍ସା କେନ୍ଦ୍ର ଏବଂ ୧୦୦ଟି ଆମ୍ବୁଲାନ୍ସ& ବିଭିନ୍ନ ସ୍ଥାନରେ ରୋଗୀମାନଙ୍କର ଦୁର୍ଘଟଣା ଜନିତ ଆଶୁ ଚିକିତ୍ସା ପାଇଁ ନିୟୋଜିତ ହେବୋ
ଆଜିର ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଶ୍ରୀମତୀ ଆରତୀ ଆହୂଜା, ଏନ୍.ଆର୍.ଏଚ୍.ଏମ୍ର ଅଧ୍ୟକ୍ଷା ରୂପା ମିଶ୍ର, ଡି.ଏଚ୍.ଏସ୍ ନିେ”ର୍ଶକ, ଡି.ପି.ଏଚ୍ର ନିେ”ର୍ଶକ, ପୁରୀ ସି.ଡି.ଏମ୍.ଓ ଡଃ ଜ୍ଞାନେନ୍ଦ୍ର କୁମାର ସାହୁ, ଡଃ କେ.କେ ସରକାର ଆଦି ବହୁ ଅଧିକାରୀ ଉପସ୍ଥିତ ଥିଲୋ

Share in top social networks!