ଓଡିଶାରେ ଏସାର୍୍ ଷ୍ଟିଲ୍ ପକ୍ଷରୁ ବାର୍ଷିକ ୬ ନିୟୁତ ଟନ୍୍ କ୍ଷମତା ସଂପନ୍ନ ସମନ୍ୱିତ; ପେଲେଟ୍ କଂପ୍ଲେକ୍ସ କାର୍ଯ୍ୟକ୍ଷମ

pelletଭୁବନେଶ୍ୱର: ଓଡିଶାରେ ଆଜି ଏସାର୍୍ ଷ୍ଟିଲ୍୍ ପକ୍ଷରୁ ଏକ ସମନ୍ୱିତ ପେଲେଟ୍ କଂପ୍ଲେକ୍ସ
କାର୍ଯ୍ୟକ୍ଷମ ହେବାର ଘୋଷଣା କରାଯାଇଛି, ଯେଉଁଥିରେ କି କେନ୍ଦୁଝରର ଡାବୁନାଠାରେ ଏକ ଲୁହାପଥର ବେନିଫିସିଏସନ୍୍
ସୁବିଧା, ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଏକ ବାର୍ଷିକ ୧୨ ନିୟୁତ ଟନ୍୍ ଭାର ବହନ କରୁଥିବା ଏକ ୨୫୩
କି.ମି. ଦୀର୍ଘ ବେନିଫିସିଏସନ୍୍ ଓ ପେଲେଟ୍୍ ପ୍ଲାଣ୍ଟ ମଧ୍ୟରେ ସଂଯୋଗକାରୀ ପାଇପ ଲାଇନ ଅନ୍ତର୍ଭୁକ୍ତ । ଏହି ସମନ୍ୱିତ
କଂପ୍ଲେକ୍ସ ପ୍ରତିଷ୍ଠା ଲାଗି ଏସାର୍୍ ୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଛି । ବେନିଫିସିଏସନ୍୍ ପ୍ଲାଣ୍ଟରେ ନିମ୍ନମାନର
ଲୁହାପଥର ଫାଇନ୍ସର ଉପଯୋଗ ହେଉଛି । ସ୍ଲରୀ ପାଇପ ଲାଇନ୍୍ ସର୍ବନିମ୍ନ ଖର୍ଚ୍ଚରେ ଏବଂ ତ୍ୱରିତ ବେଗରେ ହେଉଥିବା
ଏକ ପରିବହନ ବ୍ୟବସ୍ଥା, ଯାହା କି ରେଳ ଓ ରାସ୍ତା ଉପରେ ପ୍ରଭାବକୁ ହ୍ରାସ କରେ ତଥା ସର୍ବନିମ୍ନ ପରିବେଶୀୟ ପ୍ରଭାବ
ସାଙ୍ଗକୁ କାର୍ବନ ଫୁଟ୍୍ ପ୍ରିଣ୍ଟ୍ ହ୍ରାସରେ ବି ସହାୟକ ହୋଇଥାଏ ।
ଏହି ସମନ୍ୱିତ କଂପ୍ଲେକ୍ସ କାର୍ଯ୍ୟକ୍ଷମ ହେବା ଦ୍ୱାରା, ଏସାର ଷ୍ଟିଲ୍୍ ଦେଶରେ ସର୍ବାଧିକ ପେଲେଟ୍୍ ଉପôାଦନକାରୀ ପ୍ଲାଣ୍ଟର
ମାନ୍ୟତା ଲାଭ କରିଛି, ଯାହାର ବାର୍ଷିକ ପେଲେଟ୍୍ ଉପôାଦନ କ୍ଷମତା ୧୪ ନିୟୁତ ଟନ୍୍ – ଭାଇଜାଗ୍୍ କଂପ୍ଲେକ୍ସ ବାର୍ଷିକ ୮
ନିୟୁତ ଟନ୍୍ ଏବଂ ଓଡିଶା କଂପ୍ଲେକ୍ସ ବାର୍ଷିକ ୬ ନିୟୁତ ଟନ୍୍ ଉପôାଦନ କ୍ଷମତା ବିଶିଷ୍ଟ । ଖୁବ୍୍ ଶୀଘ୍ର ପାରାଦୀପରେ ଆହୁରି
୬ ନିୟୁତ ଟନ୍୍ କ୍ଷମତା ସଂପନ୍ନ ପେଲେଟ୍୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି ତଥା ବେନିଫିସିଏସନ୍୍ ପ୍ଲାଣ୍ଟର ମଧ୍ୟ
ଅଭିବୃଦ୍ଧି ହେବ, ଯଦ୍ୱାରା ବାର୍ଷିକ ଓଡିଶା କଂପ୍ଲେକ୍ସରୁ ୧୨ନିୟୁତ ଟନ୍୍ ପେଲେଟ ଉପôାଦନ ହୋଇପାରିବ ।
ଜାତି ଉଦେ୍ଧଶ୍ୟରେ ଉତ୍ସର୍ଗ କରି, ଏସାର ଷ୍ଟିଲ୍୍ ର ଅଧ୍ୟକ୍ଷ ଶ୍ରୀ ଶଶି ରୁଇଆ ନିଜ ବାର୍ତ୍ତାରେ କହିଛନ୍ତି, “ ସାମଗ୍ରିକ ବିକାଶ
ଲାଗି ଏସାର୍୍ ଷ୍ଟିଲ୍ ସର୍ବଦା ଗୁରୁତ୍ୱାରୋପ କରିଆସିଛି । ଏହି ଅନନ୍ୟ କଂପ୍ଲେକ୍ସକୁ ଏପରି ଭାବେ ପରିକଳ୍ପନା କରାଯାଇଛି,
ଯଦ୍ୱାରା କି ରାଜ୍ୟରେ ଆମର ସମସ୍ତ ଲକ୍ଷ୍ୟ ଚରିିତାର୍ଥ ହୋଇପାରିବ । ଏହା ଗର୍ବର ବିଷୟ ଯେ, ଭାରତୀୟ ଯନ୍ତ୍ରୀମାନେ
ଏପ୍ରକାର ଆହ୍ୱାନମୂଳକ ପ୍ରକଳ୍ପକୁ ବିକାଶ ଓ ସ୍ଥାୟୀତ୍ୱ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି ଶେଷ କରିଛନ୍ତି । ”
ଆବଦ୍ଧ ଭିତ୍ତିଭୂମି
ଓଡିଶା ପେଲେଟ କଂପ୍ଲେକ୍ସ, ଏସାର୍୍ ପାୱାର୍୍ର ୧୨୦ ମେଗାୱାଟ କ୍ଷମତା ସଂପନ୍ନ ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ପାରାଦୀପ
ବନ୍ଦରରେ ଏସାର୍୍ ପୋର୍ଟ ଦ୍ୱାରା ସ୍ଥାପିତ ଆବଦ୍ଧ ବର୍ଥ୍୍ର ସମ୍ଭାରରେ ସୁସମୃଦ୍ଧ । ଏହି ଯାନ୍ତ୍ରିକ ବର୍ଥ୍୍କୁ ପେଲେଟ୍୍ ପ୍ଲାଣ୍ଟ୍୍ ଏକ
୯.୫ କି.ମି. ଦୀର୍ଘ କନ୍୍ଭେୟର୍୍ ବେଲ୍ଟ ଦ୍ୱାରା ସଂଯୁକ୍ତ, ଯାହା କି ଏସାର ପୋର୍ଟସର ନିଜସ୍ୱ ମାଲିକାନାରେ ରହିଛି । ଏହା
ଦ୍ୱାରା ପ୍ଲାଣ୍ଟରୁ ଜାହାଜକୁ ଅବିରତ ପରିବହନ ଏବଂ ପେଲେଟ୍୍ ଚଢାଇବା ସମ୍ଭବପର ହେଉଛି ।
ଶ୍ରୀ ଫିର୍ଦୋସ ଭାନେ୍ଦ୍ରୱାଲା, ନିର୍ବାହୀ ଉପାଧ୍ୟକ୍ଷ, ଏସାର୍୍ ଷ୍ଟିଲ୍୍ ଇଣ୍ଡିଆ କହିଲେ, “ ଆମେ କାର୍ଯ୍ୟ କରୁଥିବା
ସ୍ଥାନରେ, ରାଜ୍ୟର ତଥା ସ୍ଥାନୀୟ ଗୋଷ୍ଠୀ ବା ସମୁଦାୟଙ୍କ ବିକାଶ ଲାଗି ସୁଦୃଢ ଅବଦାନ କରିବା ଆମର ନୀତି । ଏହି
ସମନ୍ୱିତ ସୁବିଧା କାର୍ଯ୍ୟକ୍ଷମ ହେବା ଦ୍ୱାରା, ଆମେ ଏହି ନୀତିକୁ ଅଭ୍ୟାସରେ ପରିଣତ କରିବୁ । ଆମେ ରାଜ୍ୟର ବିକାଶ
ତଥା ଅଭିବୃଦ୍ଧି ଲାଗି ଏକ ଦୀର୍ଘମିଆଦୀ, ସ୍ଥାୟୀ ଏବଂ ଫଳପ୍ରଦ ସହଭାଗିତା ପ୍ରତି ପ୍ରତିବଦ୍ଧ । ”
ଆବଦ୍ଧ ଭିତ୍ତିଭୂମି
ଓଡିଶାରେ ଲୁହାପଥରର ସର୍ବାଧିକ ଭଣ୍ଡାର ରହିଛି ଏବଂ ଦେଶରେ ଏହା ସର୍ବାଧିକ ଲୁହାପଥର ଉପôାଦନକାରୀର ମାନ୍ୟତା
ଲାଭ କରିଛି । ଏହି ଉପôାଦନର ବହୁଳାଂଶ ହେଉଛି ଫାଇନ୍ସ, ଯାହାକୁ ପେଲେଟରେ ରୂପାନ୍ତର କରିବା ପରେ ଯାଇ ଲୁହା
ତିଆରିରେ ବିନିଯୋଗ କରାଯାଇପାରିବ । ପାରାଦୀପରେ ସର୍ୱ ଋତୁକାଳୀନ ଗଭୀର ବନ୍ଦର ରହିଛି ଏବଂ ଉଭୟ ପୂର୍ବ ଓ
ବିଦେଶୀ ବଜାର ସହ ଏହାର ସଂଯୋଗ ରହିଛି ।
ଏସାର ଷ୍ଟିଲର ସମନ୍ୱିତ ପେଲେଟ୍ କଂପ୍ଲେକ୍ସ, ଏସାର ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡ ଦ୍ୱାରା କାର୍ଯ୍ୟକ୍ଷମ ହୋଇଛି ଏବଂ
ଏପ୍ରକାର ବୃହତ ଓ ଆହ୍ୱାନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏହାର ଦକ୍ଷତାକୁ ପ୍ରତିପାଦନ କରୁଛି । ଦେଶରେ
ଖଣିଜ ଭିତ୍ତିକ ଶିଳ୍ପ ସ୍ଥାପନ କ୍ଷେତ୍ରରେ ଓଡିଶା ସର୍ବାଧିକ ପୁଞ୍ଜିନିବେଶ ଆକୃଷ୍ଟକାରୀ ରାଜ୍ୟ ଭାବେ ଗଣା ହୋଇଛି ।
ରାଜେନ୍ଦ୍ର ମିତ୍ତଲ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓଡିଶା, ଏସାର ଷ୍ଟିଲ୍୍ କହିଲେ, “ ଆମେ ବହୁତ ଆନନ୍ଦିତ ଯେ,
ବର୍ତ୍ତମାନ ପେଲେଟ୍୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି, ଯାହା କି ଇସ୍ପାତ ବା ଲୁହା ତିଆରି ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ pelletଅଂଶବିଶେଷ ହେବ ଏବଂ ନିମ୍ନମାନର ଲୁହାପଥର ଫାଇନ୍ସ ଉପଯୋଗ କରି ମୂଲ୍ୟଯୁକ୍ତ ଉପôାଦ ସୃଷ୍ଟି କରିବ । ଏହା ସମ୍ଭବ
ହୋଇପାରିଛି ଓଡିଶା ସରକାରଙ୍କ ସମସ୍ତ କ୍ଷେତ୍ରରେ ସହାୟତା ଓ ଶିଳ୍ପ ଅନୁକୂଳ ନୀତିଗୁଡିକ ଜରିଆରେ । ଆମେ ଏଥିପାଇଁ
ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ । ”
ଏସାର୍୍ ଷ୍ଟିଲ୍୍ ବିଶ୍ୱସ୍ତରରେ ସ୍ଥାନ
ଆଗାମୀ ବର୍ଷର ଦ୍ୱିତୀୟାର୍ଦ୍ଧରେ ଆମେରିକାର ମିନ୍ନେସୋଟାରେ ଏସାର୍୍ର ଏକ ବାର୍ଷିକ ୭ ନିୟୁତ ଟନ୍୍ ଉପôାଦନ କ୍ଷମତା
ସଂପନ୍ନ ପେଲେଟ୍୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ, ସମୁଦାୟ ବାର୍ଷିକ ୨୭ ନିୟୁତ ଟନ୍୍ ପେଲେଟ୍୍ ଉପôାଦନ କ୍ଷମତା ହାସଲ କରି
ଏହା ବିଶ୍ୱର ପ୍ରଥମ ୩ଟି ପେଲେଟ୍୍ ଉପôାଦନକାରୀଙ୍କ ମଧ୍ୟରେ ସାମିଲ ହୋଇପାରିବ ।

Share in top social networks!