ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମୀକ୍ଷା

ଅନ୍ୟ ଜିଲ୍ଲା ତୁଳନାରେ ଭଦ୍ରକ ଜିଲ୍ଲାରେ ପଞ୍ଚାୟତିରାଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମଗୁଡିକର ଅଗ୍ରଗତି ଉତ୍ସାହଜନକ ନୁହୋଁ ଏଣୁ ତ୍ୱରାନ୍ୱିତ ଗତିରେ କାର୍ଯ୍ୟ କରିବା ସହ ଧାର୍ଯ୍ୟ ଲକ୍ଷ୍ୟ ହାସଲ ଓ ପା=ିର ପୂର୍ଣ୍ଣ ବିନିଯୋଗ କରିବାକୁ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିଭାଗୀୟ ଅଧିକାରୀଙ୍କୁ ନିେ”ର୍ଶ ଦେଇଛନ୍ତିା
ବିଧାନସୌଧସ୍ଥ ୫୪ ନମ୍ବର ପ୍ରକୋଷ୍ଠରେ ମନ୍ତ୍ରୀ ଡ. ସାହୁ ଭଦ୍ରକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତିା ୨୦୦୦-୦୧ରୁ ୨୦୧୨-୧୩ ମଧ୍ୟରେ ୪୮,୬୭୫ ଇନ୍ଦିରା ଆବାସ ମଧ୍ୟରୁ ୩୭,୪୬୭ ଅସମ୍ପୂର୍ଣ୍ଣ ରହିଛିା ୨୦୧୩-୧୪ ଆର୍ଥିକ ବର୍ଷରେ ମୋଟ ୩୧୬୧ ଇନ୍ଦିରା ଆବାସ ମଧ୍ୟରୁ ମାତ୍ର ୬୬ଟିକୁ ତୃତୀୟ ଇନ୍ଷ୍ଟଲ୍ମେଣ୍ଟ ଦିଆଯାଇଛିା ସେହିପରି ୨୦୧୪-୧୫ରେ ୩୪୭୧ ଇନ୍ଦିରା ଆବାସ ମଧ୍ୟରୁ ୧୪୯୬ ପାଇଁ କାର୍ଯ୍ୟାଦେଶ ଦିଆଯାଇଛିା ବିଜୁ ପMାଘର ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ୧୨୭୦ ଥିଲା ବେଳେ ୩୩୫ଟି ପାଇଁ କାର୍ଯ୍ୟଦେଶ ଦିଆଯାଇଛିା ରାଜ୍ୟ ସରକାର ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ଉପରେ ଅଗ୍ରାଧିକାର ଦେଉଥିବାରୁ ଏହାର ସଫଳତା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତିା
ମନରେଗାରେ ଭଦ୍ରକ ଜିଲ୍ଲାରେ ୨୩,୮୨୦ ଜବ୍କାର୍ଡ ଦିଆଯାଇଛି ଓ ମୋଟ ୫୫୮୨ ଶ୍ରମଦିବସ ସୃଷ୍ଟି କରାଯାଇଛିା ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ୍ ଲିଙ୍କେଜ୍ ପାଇଁ ୪୫୦୦ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଅକେଫାବର ମାସ ସୁଦ୍ଧା ୧୯୦୮ଟି ହୋଇଛିା ସମନ୍ୱୟ ମେଳା ଆୟୋଜନରେ ଜିଲ୍ଲା ପଛରେ ପଡିଛିା ସିମେଣ୍ଟ କଂକ୍ରିଟ୍ ରୋଡ୍ ଯୋଜନା, ରାଜୀବ ଗାନ୍ଧୀ ପଞ୍ଚାୟତ ସଶକ୍ତିକରଣ ଅଭିଯାନ, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଆଦିର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ସମୀକ୍ଷା ହୋଇଛିା
ଏହି ବୈଠକରେ ବିଧାୟକ ସର୍ବଶ୍ରୀ ପ୍ରଫୁଲ୍ଲ ସାମଲ, ମୁକ୍ତିକାନ୍ତ ମଣ୍ଡଳ, ଯୁଗଳ କିଶୋର ପଟ୍ଟନାୟକ, ବ୍ୟୋମକେଶ ରାୟଙ୍କ ସମେତ ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ଡି.କେ. ସିଂହ ଓ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲୋ

Share in top social networks!