ଓଡ଼ିଶା ମଣ୍ଡପ’କୁ ରୌପ୍ୟ ପଦକ ; ଓଡ଼ିଶା ପକ୍ଷରୁ ପୁରସ୍କାର ଗ୍ରହଣ କଲେ ସୂଚନା ଓ ଲୋକସମ୍ପର୍କ ଶାସନ ସଚିବ

madhubabuପ୍ରଗତି ମଇଦାନଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ବାଣିଜ୍ୟମେଳାରେ “ଓଡ଼ିଶା ମଣ୍ଡପ’କୁ ରୌପ୍ୟ ପଦକ ମିଳିଛି । ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଶେଷ ଦିବସରେ ଶକୁନ୍ତଳମ୍ ଅଡ଼ିଟେରିୟମଠାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଡ଼ଃ.ମହେଶ ଶର୍ମାଙ୍କଠାରୁ ସୂଚନା ଓ ଲୋକସମ୍ପର୍କ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଏହି ସମ୍ମାନ ଜନକ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ବାଣିଜ୍ୟ
ସଚିବ ଶ୍ରୀ ରାଜୀବ୍ ଖେର୍, ଆଇ.ଟି.ପି.ଓ. ର ଅଧ୍ୟକ୍ଷା ଶ୍ରୀମତୀ ରିତା ମେନନ୍ ସମେତ ସମସ୍ତ ରାଜ୍ୟର ବିରିଷ୍ଠ
ଅଧିକାରୀ ବିଭିନ୍ନ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ “ଓଡ଼ିଶା ମଣ୍ଡପ’ ଖୁବ୍ ଆକର୍ଷଣୀୟ ହୋଇ ପାରିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସହ ମହିଳା ସଶକ୍ତିକରଣ ସମ୍ପର୍କରେ ବ୍ୟାପକ ସୂଚନା ପ୍ରଦାନ କରାଯାଇ ପ୍ରଦର୍ଶନୀ ମଣ୍ଡପକୁ ସୁସଜ୍ଜିତ କରାଯାଇଥିଲା । ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଉପରେ ଆଧାରିତ ଏହି ମଣ୍ଡପକୁ ଏକ ଆକର୍ଷଣୀୟ ବୋଇତ ରୂପେ ସଜାଯାଇଥିଲା, ଯାହାକି ଅତୀତର ଗୌରବ ଗାଥା ତଥା ସମୃଦ୍ଧି ବହନ କରୁଥିଲା । ଏହା ତତ୍କାଳୀନ ଦକ୍ଷିଣ ପୂର୍ବ ଏସିଆ
ମହାଦେଶ ସହ ବାଣିଜ୍ୟକ ସମ୍ପର୍କକୁ ଦର୍ଶାଇବା ସଙ୍ଗେ ସଙ୍ଗେ ଓଡ଼ିଶାର କାରୁକାର୍ଯ୍ୟ ବିଶେଷ କରି ପଟ୍ଟଚିତ୍ର ଓ ଚାନ୍ଦୁଆରେ ସୁସଜ୍ଜିତ ଏହି ମଣ୍ଡପ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଏହାର ସମ୍ମୁଖରେ ଶୋଭା ପାଉଥିବା ହଂସ ସମୃଦ୍ଧି ଓ ପ୍ରଗତିକୁ ସୂଚନା ପ୍ରଦାନ କରୁଥିଲା । ଏହି ପୁରସ୍କୃତ ମଣ୍ଡପର ପରିକଳ୍ପନା (କ୍ତଔଏT) ଭୁବନେଶ୍ୱର ପକ୍ଷରୁ କରାଯାଇଥିବା ବେଳେ ଏହାକୁ ଭାରତୀ ଚିତ୍ରାଳୟ, କଟକଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ।

Share in top social networks!