ରାଜ୍ୟସ୍ତରୀୟ ପୁଲିସ ଅନ୍ତର୍ବାଟାଲିୟନ କମ୍ମାଣ୍ଡୋ ପ୍ରତିଯୋଗିତା

dgpରାଜ୍ୟସ୍ତରୀୟ ପୁଲିସ ଅନ୍ତର୍ବାଟାଲିୟନ କମ୍ମାଣ୍ଡୋ ପ୍ରତିଯୋଗିତା ଏସଓଜି, ଚନ୍ଦକାରେ ୧୮ ନଭେମ୍ବର ୨୦୧୪ ଦିନ ଶ୍ରୀ ସୁନିଲ ରାୟ, ଡ଼ାଇରେକଫର, ଗୁଇନ୍ଦା ନିେ”ର୍ଶକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ରାଜ୍ୟର ୧୨ଟି ସଶସ୍ତ୍ର ବାଟାଲିୟନ ତଥା ଏସଓଜିର ଦଳ ଭାଗ ନେଇଥିଲେ । ଦୀର୍ଘ ୪ ଦିନ ଧରି ଚାଲିଥିବା ପ୍ରତିଯୋଗିତାରେ ପ୍ରତିଯୋଗୀ ଦଳମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଶାରୀରିକ କ୍ଷମତା ଯୋଜାବଦ୍ଧ ଆକ୍ରମଣର ପ୍ରସ୍ତୁତି, ଫାୟାରିଂ ଏବଂ ଶାରୀରିକ କ୍ଷମତାର ପ୍ରତିଯୋଗିତା କରାଯାଇଥିଲା ।

ଏଥିରେ ଏସଓଜି ସର୍ବୋତ୍କୃଷ୍ଟ ସମୟ ଏବଂ ଉଚ୍ଚକୋଟିର ଫାୟାରିଂର କ୍ଷମତା ପ୍ରଦର୍ଶନ କରିଥିଲେ, ମାତ୍ର ଆୟୋଜକ ଦଳ ହୋଇଥିବାରୁ ବାକି ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତାକୁ ଭିତ୍ତି କରି ତୃତୀୟ ଆଇ ଆର ବାଟାଲିୟନ, କଳିଙ୍ଗ ନଗର, ଯାଜପୁର ଦଳ ପ୍ରଥମ ସ୍ଥାନ, ଚତୁର୍ଥ ଆଇ ଆର ବାଟାଲିୟନ, ଦେବଗଡ଼ ଦଳ ଦ୍ୱିତୀୟ ସ୍ଥାନ ଏବଂ ପଞ୍ଚମ ଆଇ ଆର ବାଟାଲିୟନ, ବୌଦ୍ଧ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଏହି ପ୍ରକାର ପ୍ରତିଯୋଗିତା ସର୍ବଭାରତୀୟ ସ୍ତରର କମ୍ମାଣ୍ଡୋ ପ୍ରତିଯୋଗିତାକୁ ଧ୍ୟାନରେ ରଖି ସେହି ପଦ୍ଧତିରେ କରାଯାଇଥିଲା । ପ୍ରତିଯୋଗିତା କମିଟିର ସଭାପତି ଶ୍ରୀ ସୌମ୍ୟେନ୍ଦ୍ର କୁମାର ପି୍ରୟଦର୍ଶୀ, ଆଇଜି (ଅପରେଶନ) ଓ ସମ୍ପାଦକ ଶ୍ରୀ ସତ୍ୟରଞ୍ଜନ ବେହୁରା, କମାଣ୍ଡାଣ୍ଟ, ଏସଓଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମ୍ମାଣ୍ଡୋ ପ୍ରତିଯୋଗିତା ୪ ଦିନ ଧରି ଏସଓଜି, ଚନ୍ଦକାଠାରେ ସୁପରିଚାଳିତ ହୋଇଥିଲା ।

ଶ୍ରୀ ସଂଜୀବ ମାରିକ, ମହାନିେ”ର୍ଶକ, ଓଡ଼ିଶା ପୋଲିସ, ୨୨ ନଭେମ୍ବର ଦିନ ପ୍ରତିଯୋଗିତାର ଉଦ୍ଯାପନ ସମାରୋହରେ ଉପସ୍ଥିତ ରହି ଶ୍ରେଷ୍ଠ ଦଳକୁ ଏବଂ ଶ୍ରେଷ୍ଠ ୫ ଜଣ କମ୍ମାଣ୍ଡୋଙ୍କୁ ପୁରସ୍କାର ପ୍ରଦାନ କରି ପ୍ରୋତ୍ସାହିତ କରିଥିଲେ । ଏହି ଅବସରରେ ସେ ଭବିଷ୍ୟତରେ ଆସୁଥିବା ସମସ୍ୟା ବିଶେଷ କରି ନକ୍ସଲ ସମସ୍ୟାର ମୁକାବିଲା କରିବା ପାଇଁ ପୋଲିସ ବଳରେ ଉଚ୍ଚମାନର ପ୍ରଶିକ୍ଷଣ ତଥା ମାନସିକ ଦୃଢ଼ ମନୋବୃତ୍ତି ଏବଂ ଉଚ୍ଚମନୋବଳର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉଦ୍ଯାପନ ଉତ୍ସବରେ ଯୋଗଦେଇଥିଲେ ।

Share in top social networks!