ପାଞ୍ଚଗୋଟି ଜିଲ୍ଲାକୁ ଅତିରିକ୍ତ ଚାଉଳ ସଂଗ୍ରହ ପାଇଁ ଦାୟିତ୍ଵ

୨୦୧୨-୧୩ ଖରିଫ୍ ମାର୍କେଟିଂ ସିଜିନ୍ ରେ ଗତ ନଭେମ୍ବର ମାସରୁ ଧାନ ସଂଗ୍ରହ ଆରମ୍ଭ କରିଥିବା ଅନେକ ଜିଲ୍ଲା ଗୁଡିକ ମଧ୍ୟରୁ ୫ ଗୋଟି ଜିଲ୍ଲା ଯଥା:- ବରଗଡ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା କୁ ଅତିରିକ୍ତ ଚାଉଳ ସଂଗ୍ରହ ପାଇଁ ସରକାର ନିର୍ଦେଶ ଦେଇଛନ୍ତି | ପ୍ରାରମ୍ଭିକ ପର୍ଯ୍ୟାୟ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଚାଉଳ ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ଉପରଲିଖିତ ପାଞ୍ଚଗୋଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଲିଖିତ ନିର୍ଦେଶ ଦିଆଯାଇଛି |

ସୂଚନା ମୁତାବକ, ବରଗଡ ଜିଲ୍ଲାର ପ୍ରାଥମିକ ପର୍ଯ୍ୟାୟ ରେ ଧାର୍ଯ୍ୟ ଲକ୍ଷ୍ୟ ୩,୫୦,୦୦ ମେଟ୍ରିକ ଟନ୍ ଥିବାବେଳେ ଏହାକୁ ଅଧିକ ୫୦,୦୦୦ ମେଟ୍ରିକ ଟନ୍ ସଂଗ୍ରହ ପାଇଁ ଦାୟିତ୍ଵ ଦିଆଯାଇଛି | ଅନୁରୂପ ଭାବେ ବଲାଙ୍ଗିର ଜିଲ୍ଲାର ଧାର୍ଯ୍ୟ ଥିବା ୭୨,୦୦୦ ମେଟ୍ରିକ ଟନ୍ ସହ ଅତିରିକ୍ତ ୨୦,୦୦୦ ବୃଦ୍ଧି କରାଯାଇ ସମୁଦାୟ ୯୨,୦୦୦ ମେଟ୍ରିକ ଟନ୍, ବୌଦ୍ଧ ଜିଲ୍ଲାର ଧାର୍ଯ୍ୟଲକ୍ଷ୍ୟ ୧୦,୦୦୦ ମେଟ୍ରିକ ଟନ୍ ସହ ଅତିରିକ୍ତ ୬,୦୦୦ ମେଟ୍ରିକ ଟନ୍ ସହ ସମୁଦାୟ ୧୬,୦୦୦ ମେଟ୍ରିକ ଟନ୍, କଳାହାଣ୍ଡି ଜିଲ୍ଲାର ୧ ଲକ୍ଷ ୨୦ ହଜାର ମେଟ୍ରିକ ଟନ୍ ସହ ଅତିରିକ୍ତ ଧାର୍ଯ୍ୟଲକ୍ଷ୍ୟ ୨୫,୦୦୦ ମେଟ୍ରିକ ଟନ୍ଦିଆଯାଇ ମୋଟ ୧,୪୫,୦୦୦ ମେଟ୍ରିକ ଟନ୍ ଓ କୋରାପୁଟ ଜିଲ୍ଲାର ୫୪,୦୦୦ ମେଟ୍ରିକ ଟନ୍ ସହ ଅତିରିକ୍ତ ଧାର୍ଯ୍ୟଲକ୍ଷ୍ୟ ୨୦,୦୦୦ ମେଟ୍ରିକ ଟନ୍ ବୃଦ୍ଧି କରାଯାଇ ମୋଟ ୭୫ ହଜାର ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ପାଇଁ ସ୍ଥିର କରାଯାଇଛି |
10801_PADDY
ଧାନ ସଂଗ୍ରହ କାରୀ ମୁଖ୍ୟ ସଂସ୍ଥା ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ଧାର୍ଯ୍ୟ ଲକ୍ଷ୍ୟ ୧୯,୪୭,୦୦୦ ମେଟ୍ରିକ ଟନ୍ ଓ ନାଫେଡ୍ ର ଧାର୍ଯ୍ୟ ଲକ୍ଷ୍ୟ ୧,୫୦,୦୦୦ ମେଟ୍ରିକ ଟନ୍ କୁ ମଧ୍ୟ ବୃଦ୍ଧି କରାଯାଇଛି |

Share in top social networks!
Powered By Indic IME