ନୂଆଦିଲ୍ଲୀ ଠାରେ ନାଲ୍‍କୋର ନୂତନ ଷ୍ଟକ୍‍ୟାର୍ଡ୍‍ ଉଦ୍‍ଘାଟିତ

nalcostockଭାରତ ସରକାରଙ୍କ ନବରତ୍ନ ସରକାରୀ ଉଦ୍ୟୋଗ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ନୂଆଦିଲ୍ଲୀ ଠାରେ ଏକ ନୂତନ ଷ୍ଟକ୍‍ୟାର୍ଡ୍‍ ଉଦ୍‍ଘାଟିତ ହୋଇଛି । ନଭେମ୍ବର ୨୪ ତାରିଖରେ, କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଅଂଶୁମାନ ଦାସ ଏହି ଷ୍ଟକ୍‍ୟାର୍ଡ୍‍ର ଉଦ୍‍ଘାଟନ କରିଥିଲେ । ଏହି ଅବସରରେ, କମ୍ପାନୀର ନିଦେ୍ର୍ଧଶକ (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ, କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ମାର୍କେଟିଂ) ଶ୍ରୀ ଆର୍‍.ଏନ୍‍. ଲେଙ୍କା, ଉତ୍ତରାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପରିଚାଳକ ଶ୍ରୀ ଏ.ଏସ୍‍. ଆହଲୁୱାଲିଆ, ନାଲ୍‍କୋର ଅନ୍ୟ ଅଧିକାରୀବୃନ୍ଦ ଏବଂ ଏହି ଅଞ୍ଚଳର ଗ୍ରାହକମାନେ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନୂଆଦିଲ୍ଲୀ ଠାରେ ସ୍ଥାପିତ ଏହି ଷ୍ଟକ୍‍ୟାର୍ଡ୍‍ଟି ଦେଶରେ ନାଲ୍‍କୋର ଏକାଦଶ ଷ୍ଟକ୍‍ୟାର୍ଡ୍‍ ଅଟେ । ଏହି ଷ୍ଟକ୍‍ୟାଡ୍‍ର୍ ଆରମ୍ଭ ହେବା ଫଳରେ ଏହି ଉତ୍ତରାଞ୍ଚଳରେ ଆଲୁମିନିୟମ୍‍ ଧାତୁର ବିକ୍ରି ବୃଦ୍ଧି ହୋଇପାରିବ ।

Share in top social networks!