କୃତିତ୍ୱ ପାଇଁ ଓଡିଶା ରେଡ଼କ୍ରସ ୍ର ଅବୈତନିକ ସଚିବ ଡ଼ା. ଚକ୍ରଧର ପଣ୍ଡା ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ

redcrossଭାରତୀୟ ରେଡକ୍ରସ୍ ସୋସାଇଟି ଓ ସେଣ୍ଟଜନ୍ ଆମ୍ବୁଲାନ୍ସର ବାର୍ଷିକ ସମ୍ମିଳନୀ ଉପଲକ୍ଷେ ୧୮ ନଭେମର ତାରିଖରେ ନୂଆଦିଲ୍ଲୀସ୍ଥ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଓଡିଶା ରେଡ଼କ୍ରସ୍ର ଅଭୂତପୂର୍ବ କୃତିତ୍ୱ ପାଇଁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀଙ୍କ ଠାରୁ ରେଡ଼କ୍ରସ୍ ଓଡିଶା ଶାଖାର ଅବୈତନିକ ସଚିବ ଡ଼ା. ଚକ୍ରଧର ପଣ୍ଡା, ରେଡ଼କ୍ରସ୍ ପାଣ୍ଠି ୨୦୧୨-୧୩ ବର୍ଷ ପାଇଁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ପୁରସ୍କାର ସ୍ୱରୂପ ସିଲଡ ଗ୍ରହଣ କରିଥିଲେ ।

ଏ ଭବ୍ୟ ସମାରୋହରେ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗତ ପ୍ରକାଶ ନାଡା, ସେକ୍ରେଟାରୀ ଜେନେରାଲ ପଦ୍ମ ବିଭୂଷଣ ଡା. ଏସ୍.ପି.ଅଗ୍ରଓାଲ, ବିଭିନ୍ନ ରାଜ୍ୟର ସମ୍ମାନନୀୟ ରାଜ୍ୟପାଳଙ୍କ ସମେତ ରେଡ଼କ୍ରସ୍ ଓ ସେଣ୍ଟଜନ୍ ଆମ୍ବୁଲାନ୍ସର ପଦାଧିକାରୀ ଉପସ୍ଥିତ ଥିଲେ ।

Share in top social networks!