ଗଣତନ୍ତ୍ରର ହତ୍ୟାକରୁଥିବା ନବୀନ ସରକାରକୁ ଲୋକେ ଜବାବ ଦେବେ-ରାସ୍ତାକୁ ଓହ୍ଲାଇଲା ବିଜେପି

ଚିଟଫଣ୍ଟ କେଲେଙ୍କାରୀର ଅପରାଧୀ ନବୀନ ସରକାର ବିରୋଧରେ ବିଜେପି ଆଜିଠାରୁ ରାଜ ରାସ୍ତାକୁ ଓହ୍ଲାଇ ଆନେ୍ଦାଳନ ଆରମ୍ଭ କରିଛି । ଏହି କ୍ରମରେ ଆଜି କଟକସ୍ଥିତ କଦମରସୁଲ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଆରଡିସି କାର୍ଯ୍ୟାଳୟ ନିକଟରେ ପହଁଚି ଆନେ୍ଦାଳନ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ।

ରାଜ୍ୟସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହ ଏଠାରେ ଉଦବୋଧନ ଦେଇ କହିଲେ ଯେ ନବୀନ ସରକାର ବିଧାନସଭାକୁ ଅଚଳ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ବିଧାନସଭା ବାହାରେ ମଧ୍ୟ ସରକାର ଏହା ଉପରେ ଆଲୋଚନା ନ କରି ପଳାୟନପନ୍ଥୀ ସାଜିଛନ୍ତି । ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର କହିଲେ ସିବିଆଇ ନବୀନ ନିବାସ ଭିତରେ ପଶି ସାରିଲାଣି ତଥାପି ସରକାର ଏହାକୁ ନିର୍ଲଜ ଭାବେ ରାଜନୈ÷ତିକ ଉଦେ୍ଧଶ୍ୟ ରଖି ସିବିଆଇ କାମକରୁଛି ବୋଲି କହୁଛନ୍ତି ।

bjdrdcଆଜି ଠାରୁ ରାଜରାସ୍ତାରେ ବିଜେପି ତାର ଆନେ୍ଦାଳନ ଆରମ୍ଭ କଲା । ଜମାକାରୀଙ୍କ ଅର୍ଥ ଫେରସ୍ତ ଓ ଲୁଟେରାମାନଙ୍କୁ ଗିରଫ ନହେବା ପର୍ଯ୍ୟନ୍ତ ବିଜେପି ତାର ଆନେ୍ଦାଳନ ଚଲାଇ ରଖିବ । ଓଡିଶା ରାଜନୈ÷ତିକ ଇତିହାସରେ କେବେ ବି ଏମିତି ପରିସ୍ଥିତି ଘଟି ନଥିଲା ବୋଲି ଉଲ୍ଲେଖ କରି ସେ କହିଲେ ଏହ ମଧ୍ୟ ଏକ ଇତିହାସ ସୃଷ୍ଟି କରିଛି । ସୁପ୍ରିମକୋର୍ଟଙ୍କ ଆଦେଶରେ ସିବିଆଇ ତଦନ୍ତ ଚାଲିଛି ଶ୍ରୀ ମହାପାତ୍ର ଏଠାରେ ଆହ୍ୱାନ ଦେଇଛନ୍ତି ଯେ କେହି ଆଇନର ଉର୍ଦ୍ଧରେ ନୁହଁନ୍ତି ସିବିଆଇ ସମସ୍ତ ଲୁଟେରାଙ୍କ ଗିରଫ କରୁ । ଏଥିପାଇଁ ସବୁ ଜିଲ୍ଲାପାଳଙ୍କ ଅଫିସ ବିଜେପି ଘେରାଉ କରିବ ବୋଲି ସେ ଏହି ଅବସରରେ କହିଥିଲେ । ଏହି ଆନେ୍ଦାଳନରେ ବିଜେପି ମୁଖ୍ୟ ମୁଖପାତ୍ର ଶ୍ରୀ ସୁରେଶ ପୂଜାରୀ, ଉପ-ସଭାପତି ପୃଥ୍ୱୀରାଜ ହରିଚନ୍ଦନ, ସମୀର ଦେ, ସାଧାରଣ ସଂପାଦକ ନୟନ କିଶୋର ମହାନ୍ତି, ମୁଖପାତ୍ର ସମୀର ମହାନ୍ତି, ମହିଳାମୋର୍ଚ୍ଚା ସଭାପତି ଶ୍ରୀମନ୍ତିନୀ ଜେନା, କୋଷାଧ୍ୟକ୍ଷ ବିନୋଦ ଦାଶ ଓ ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର ପ୍ରମୁଖ ଅଂଷଗ୍ରହଣ କରିଥିଲେ ।

Share in top social networks!