ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟଙ୍କୁ ରାଜ୍ୟ କୃଷିମନ୍ତ୍ରୀ ଦେବୀ ମିଶ୍ରଙ୍କ ଅଭିନନ୍ଦନ

ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ ୨୦୧୧ ବର୍ଷ ପାଇଁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇଁ ମୋନାନୀତ ହୋଇଥିବାରୁ ରାଜ୍ୟ କୃଷି, ମାଛ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଅଭିନନ୍ଦନ ଜଣାଇଛନ୍ତି |

Dr. Pratibha Royସେ ତାଙ୍କର ଅଭିନନ୍ଦନ ବାର୍ତ୍ତା ରେ କହିଛନ୍ତି ଯେ ଶ୍ରୀମତୀ ରାୟଙ୍କ ର ପ୍ରଥମ ଉପନ୍ୟାସ “ବର୍ଷା ବସନ୍ତ ବୈଶାଖ ” ପାଠକ ମହଲରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଯାଜ୍ଞସେନୀ ପାଇଁ ପଦ୍ମଶ୍ରୀ ପୁରସ୍କାର , ମୂର୍ତ୍ତିଦେବୀ ପୁରସ୍କାର , ସାରଳା ପୁରସ୍କାର ତାଙ୍କ ସାହିତ୍ୟ ସୃଷ୍ଟିର ଅନନ୍ୟ ଉଦାହରଣ | ସାହିତ୍ୟ କୁ ଜୀବନ ବ୍ୟାପୀ ଅବଦାନ ପାଇଁ ଏହି ସମ୍ମ୍ନାନ ଜନକ ଜ୍ଞାନପୀଠ ପୁରସ୍କାର ପାଇବାରେ ଡକ୍ଟର ରାୟ ହେଉଛନ୍ତି ଚତୁର୍ଥ ଓଡିଆ ଲେଖିକା |ତାଙ୍କର ବଳିଷ୍ଠ ଲେଖା ଗୁଡିକରେ ମହିଳା ମାନଙ୍କର ମାନସ୍ଵତ୍ଵ ତଥା ସେମାନଙ୍କର ସମସ୍ୟା ପ୍ରତିଫଳନ ହେବା ସଙ୍ଗେ ସଙ୍ଗେ ନାରୀ ପ୍ରଗତି ପାଇଁ ତାଙ୍କର ପ୍ରୟାସ ଅଭିନନ୍ଦନୀୟ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି |

Share in top social networks!