ଜନଜାତି କଳା ଓ କଳାବସ୍ତୁ ମେଳା-୨୦୧୪ ; ଆଦିବାସୀ କଳାକୃତିର ସମ୍ଭାର

tribalartଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ନଭେମ୍ବର ୧୯ ତାରିଖରୁ ଆରମ୍ଭ ହୋଇଥିବା କଳା ଓ କଳାବସ୍ତୁ ମେଳାରେ ୮ଟି ରାଜ୍ୟର ୨୨ଟି ଜନଜାତି ଗୋଷ୍ଠୀର ୮୧ ଜଣ କଳାକିର୍ତ୍ତୀ ଅଂଶଗ୍ରହଣ କରିଛନ୍ତିା ଦର୍ଶକମାନଙ୍କର ଆଗ୍ରହ କ୍ରମଶଃ ବଢିବାରେ ଲାଗିଛିା ଓଡ଼ିଶା ସମେତ ଆଠଟି ରାଜ୍ୟର କଳାଶିଳ୍ପୀ ଓ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ କଳାବସ୍ତୁ ଏହି ମେଳାର ମୁଖ୍ୟ ଆକର୍ଷଣା ଜନଜାତିଙ୍କ ପାରମ୍ପରିକ କଳାକୌଶଳ ଓ ହସ୍ତଶିଳ୍ପର
ନିର୍ମାଣଶୈଳୀ ଓ ପ୍ରସ୍ତୁତି ପ୍ରଣାଳୀକୁ କଳାକାରମାନେ ସିଧାସଳଖ ଦର୍ଶକଙ୍କ ନିକଟରେ ଉପସ୍ଥାପନକରୁଛନ୍ତିା

ବିଦ୍ୟାର୍ଥୀ, ଗବେଷକ ଓ ଜିଜ୍ଞାସୁମାନଙ୍କ ପାଦ ଚିତ୍ରକଳା ପାଖରେ ଅଟକି ଯାଉଛିା ଝାଡଖଣ୍ଡର ପଟକାର ଚିତ୍ର ଓଡ଼ିଶାର ପଟ୍ଟଚିତ୍ର ପରି ସୁନ୍ଦର ହୋଇଛିା ପଟକାରମାନେ ପଥର, ଫୁଲ, ମାଟି, ପତ୍ର ଆଦି ପ୍ରାକୃତିକ ରଙ୍ଗ ବ୍ୟବହାର କରି ଚିତ୍ର ଅଙ୍କନ କରନ୍ତିା ମଧ୍ୟପ୍ରଦେଶର ଗଣ୍ଡବାଦୀମାନଙ୍କର ପାରମ୍ପରିକ ଚିତା କୁଟା ବେଶ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛିା ମେଳାରେ ପଦର୍ଶିତ ଛତିଶଗଡ ଓରାଓଁ ଚିତ୍ରକଳା ବେଶ୍ ମନୋରମ ହୋଇଛିା

ସେହିପରି ମହାରାଷ୍ଟ୍ର ଚିତ୍ର ଶିଳ୍ପୀମାନେ ରାମାୟଣ, ମହାଭାରତ, ନନ୍ଦୀ ପୁରାଣ ଆଦି ମହାକାବ୍ୟର ବାର୍ତ୍ତାକୁ ଚିତ୍ର ମାଧ୍ୟମରେ ଏପରି ଆକର୍ଷଣୀୟ ଢଙ୍ଗରେ ପରିବେଷଣ କରିଛନ୍ତି ଯାହା ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିଦେଉଛିା ଚିତ୍ରଶିଳ୍ପୀ ଚେତନ ପର୍ଶୁରାମ ଗଙ୍ଗାଓ୍ୱାନେ କୁହନ୍ତି ଚିତ୍ରକଥି ସେମାନଙ୍କର ପାରମ୍ପରିକ କଳାା ମହାରାଜା ଶିବାଜୀଙ୍କ ସମୟରେ ସେମାନେ ଗାଁ ଗାଁ ବୁଲି “ଚିତ୍ରନାଟ୍ୟ’ ମାଧ୍ୟମରେ ଲୋକମାନଙ୍କୁ ଆମୋଦପ୍ରମୋଦର ଖୋରାକ ଯୋଗାଉଥିଲୋ

ଏଥିସହିତ ଲୋକମାନଙ୍କ ମତାମତ ଓ ଗୁପ୍ତତଥ୍ୟକୁ ଶିବାଜୀଙ୍କୁ ଜଣାଉଥିଲୋ ଚିତ୍ରଶିଳ୍ପୀମାନେ ଗୁପ୍ତଚର ପରି କାମ କରି ରାଜ୍ୟ ଶାସନରେ ରାଜାଙ୍କୁ ସହାୟତା କରୁଥିଲୋ ଏହି ମେଳା ଦେଖିବାକୁ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ଦର୍ଶକମାନଙ୍କର ଗହଳି ଦିନକୁ ଦିନ ବଢିଚାଲିଛିା ଲଣ୍ଡନ, ଜର୍ମାନ, ଇଉରୋପ, ସୁଇଜରଲ୍ୟାଣ୍ଡ ଆଦି ଦେଶର ପର୍ଯ୍ୟଟକମାନେ ଏହି କଳାବସ୍ତୁ ମେଳା ଦେଖି ଭାରତୀୟ କଳାର ଉଚ୍ଚପ୍ରଶଂସା କରୁଛନ୍ତିା ଏଥିରେ ପାରମ୍ପରିକ ହସ୍ତଶିଳ୍ପୀମାନେ ସେମାନଙ୍କର ସାମଗ୍ରୀର ବଜାର ଚାହିଦା ଥିବାରୁ ଏହାର ମାର୍କେଟିଂ ପାଇଁ ବିଭାଗ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛିା ଏହି ମେଳା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବା

Share in top social networks!