ପାଠପଢା ସହିତ ଶିଶୁଙ୍କୁ ମୂଲ୍ୟବୋଧ ଭିତିକ ଶିକ୍ଷାଲାଗି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଙ୍କ ଆହ୍ୱାନ

pecucଶିଶୁମାନଙ୍କୁ ପାଠପଢା ସହିତ ନୈତିକତା ମୂଲ୍ୟବୋଧ ଏବଂ ପରୋପକାରୀତା ଉପରେ ଶିକ୍ଷା ଦିଆଯିବା ଆବଶ୍ୟକ । ଏହାହେଲେ ପିଲାମାନେ ଭବିଷ୍ୟତରେ ପରିସ୍ଥିତି ସହ ଖାପ ଖୁଆଇ ବଡମଣିଷ ହୋଇପାରିବେ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ୍ କହିଛନ୍ତି । ଆଜି ସ୍ଥାନୀୟ ଏକାମ୍ର ହାଟ ଠାରେ ଆୟୋଜିତ ୨୫ତମ ପିକକ୍ ଶିଶୁମେଳାର ଉଦ୍ୟାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଓରାମ ଏହି ମତ ଦେଇଛନ୍ତି ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବି ପ୍ରସାଦ ମିଶ୍ର କହିଛନ୍ତି ଯେ ପିଲାମାନଙ୍କୁ କେବେହେଲେ କେହି ହେୟ ନ ମଣନ୍ତୁ ଓ ପିଲାମାନେ ସର୍ବଦା ନିଜ ଭିତରେ ଥିବା ଦକ୍ଷତାକୁ ପଦର୍ଶନ କରନ୍ତୁ । ପିକକ୍ ଶିଶୁମେଳା କମିଟିର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ପ୍ରଶାସକ ଶ୍ରୀ ଅଶୋକ କୁମାର ତ୍ରିପାଠୀ, ସମ୍ବାଦର ସଂପାଦକ ସୈାମ୍ୟରଂଜନ ପଟନାୟକ, ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତି ଉଷା ପାଢୀ ଯୋଗଦେଇ କହିଥିଲେ ଯେ ପିଲାମାନେ ଆମର ଭିବିଷ୍ୟତ । ତାଙ୍କୁ ଏକ ସୁନ୍ଦର ଶୈଶବ ଓ ଉନ୍ନତ ପରିବେଶ ଦେବା ଆମ ସମସ୍ତଙ୍କର ଦାୟିତ୍ୱ । ସମ୍ବାଦର ସଂପାଦକ ସୈାମ୍ୟରଂଜନ ପଟନାୟକ କହିଥିଲେ ଯେ ପିଲାମାନେ ନିଜର ଭବିଷ୍ୟତ ଗଠନ ପାଇଁ ଯେତିକି ସମୟ ବ୍ୟୟ କରୁଛନ୍ତି ସେଥିରୁ ଅତିକମ୍ରେ ଘଂଟାଟିଏ ଅନ୍ୟମାନଙ୍କ ପାଇଁ ଦିଅନ୍ତୁ । ଏହା ହୋଇପାରିଲେ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ ସହ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ହେଇପାରିବ ।

ପିକକ୍ର ସଂପାଦକ ରଂଜନ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରି ଚଳିତ ବର୍ଷର କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ର ଅଧ୍ୟକ୍ଷା ଆଦରମଣି ବରାଳ, ପିକକ୍ର ଗୁଡ୍ଉଇଲ ଆମ୍ବାସାଡାର ଆକାଂକ୍ଷା କବି, ଅବସରପ୍ରାପ୍ତ ପ୍ରଶାସକ ନାରାୟଣ ଚନ୍ଦ୍ର ଜେନା ।
ପିକକ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯତୀନ୍ଦ୍ର ଦାଶଙ୍କୁ ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶୀତା ପାଇଁ ସ୍ୱରୂପ ଜେନା ସ୍ମାରକୀ ସମ୍ମାନ, ଶିକ୍ଷକ ଦାଶରଥୀ ନାୟକଙ୍କୁ ଅବନୀ ବରାଳ ସ୍ମାରକୀ ସମ୍ମାନ, ଡ. ଅନୁସୟା ମିଶ୍ରଙ୍କୁ ଶିଶୁସାଥୀ ସମ୍ମାନ, ଶିଶୁଅଧିକାର କର୍ମୀ ଶ୍ରୀମତି ଉଷାରାଣୀ ବେହେରାଙ୍କୁ ଡ. ପ୍ରଫୁଲ ଚନ୍ଦ୍ର ଦାସ ସ୍ମାରକୀ ଶିଶୁଅଧିକାର ସୁରକ୍ଷା ସମ୍ମାନ, ସମାଜସେବା ପାଇଁ ଦେବାଶିଷ ପାତ୍ରଙ୍କୁ ପ୍ରାଣନାଥ ପଟନାୟକ ସ୍ମାରକୀ ସମ୍ମାନ, ସାହସୀକତା ପାଇଁ ମହମ୍ମଦ୍ ଅକିଲଙ୍କୁ ବାଜିରାଉତ ସ୍ମାରକୀ ସମ୍ମାନ, ଶିଶୁକଳାକାର ଭୂମିକା ଦାସକୁ ଶରତ ପୂଜାରୀ ସ୍ମାରକୀ ସମ୍ମାନ, ତନ୍ଭି ମଲ୍ଲିକଙ୍କୁ ଡ. ପ୍ରଫୁଲ ଚନ୍ଦ୍ର ଦାସ ସ୍ମାରକୀ ଶିଶୁପ୍ରତିଭା ସମ୍ମାନ, ଜାତୀୟ ଗ୍ରାମୀଣ ମେଧାବୃତିି ପାଇଁ କୋ÷ସ୍ତୁବ୍ ଦାସ, ପ୍ରିୟଙ୍କା ମହାରଣାଙ୍କୁ କେତକୀ ପଟନାୟକ ସ୍ମାରକୀ ସମ୍ମାନ, ଗୁଡିଆ ପାଢୀଙ୍କୁ ବେବୀ ଅଫ୍ ଦି ଇୟର ସମ୍ମାନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।

ତଥା କୁଇଜ୍, କୈାତୁକ ପୋଷାକ ଓ ଓଡିଶୀ ନୃତ୍ୟରେ କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ରୁବେକା ଡ୍ୟାନସ୍ ଗ୍ରୁପ୍, ପିକକ୍ କେନ୍ଦ୍ୁଝର ଶ୍ରଦ୍ଧାଭବନ, ଏସ୍.ଓ.ଏସ୍. ଭିଲେଜ, ୟୁନିଟ – ୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭିକି ଡ୍ୟାନସ୍ ଗ୍ରୁପ୍, କୁ୍ୟଟି କିଡିସ୍, କଳିଙ୍ଗାନା ତ୍ରୟୋତ୍ରକମ୍, ଫ୍ଲାୱାରସ୍, ସନରାଇଜ ପବ୍ଲିକ ସ୍କୁଲ, ପରଲି ଇଂଟରନ୍ୟାସନାଲ୍ ସ୍କୁଲ, ପାନାସିଆ ଡ୍ୟାନସ୍ ଗ୍ରୁପ୍, ଅର୍କେଷ୍ଟ୍ରା ମଦର୍ସ ପବ୍ଲିକ୍ ସ୍କୁଲ, ଶାରଳା ଡ୍ୟାନସ୍ ଗ୍ରୁପ୍, ସେଫାଳି ଡ୍ୟାନସ୍ ଗ୍ରୁପ୍ର ପିଲାମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀନିବାସ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିକକ୍ର କାର୍ଯ୍ୟକର୍ତା ରନôା ଦାଶ, ଜ୍ୟୋତିଶଂକର ମହାନ୍ତି, ଜ୍ୟୋତି ମହାପାତ୍ର, ଗଣେଶ୍ୱର ସିଂ, ସୁନନ୍ଦା ବିଶ୍ୱାଳ, ଜୟଶ୍ରୀ ସାହୁ, ଅନିସା ମିତ୍ର, ଉପମା ମହାନ୍ତି, ସନ୍ତୋଷ ରାଉତ, ସୁଜିତ ସ୍ୱାଇଁ, ସୁରେନ୍ଦ୍ର ଦାଶ, ପ୍ରଦିପ୍ତ ବେଉରା ପ୍ରମୁଖ ପରିଚାଳନା କରିଥିଲେ ।

Share in top social networks!