୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ

fmଓଡ଼ିଶା ବିଧାନସଭାରେ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତିା ଏଥିପାଇଁ ମୋଟ ବ୍ୟୟବରାଦ ବାବଦରେ ୫୨୫୩.୮୭ କୋଟି ଟଙ୍କା ଏବଂ ନିଟ୍ ବ୍ୟୟବରାଦ ବାବଦରେ ୪୫୦୨.୩୪ କୋଟି ଟଙ୍କା ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛିା
ବିଧାନସଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ, ଏଥିମଧ୍ୟରୁ ଅଣଯୋଜନା ବାବଦରେ ମୋଟ ବ୍ୟୟବରାଦ ୨୬୮୦.୪୯ କୋଟି ଟଙ୍କା ହୋଇଥିବା ବେଳେ ନିଟ୍ ବ୍ୟୟବରାଦ ୨୫୩୬.୮୭ କୋଟିି ଟଙ୍କାା ସେହିପରି ରାଜ୍ୟ ଯୋଜନା ବାବଦରେ ୨୫୬୮.୨୧ କୋଟି ଏବଂ ୧୯୬୦.୩୦ କୋଟି ଟଙ୍କା ଯଥାକ୍ରମେ ମୋଟ ବ୍ୟୟବରାଦ ଓ ନିଟ୍ ବ୍ୟୟବରାଦ ରହିଛିା କେନ୍ଦ୍ର ଯୋଜନାରେ ମୋଟ ବ୍ୟୟବରାଦ ୫.୧୭ କୋଟି ଟଙ୍କା ଏବଂ ନିଟ୍ ବ୍ୟୟବରାଦ ୫.୧୭କୋଟି ଟଙ୍କା ରହିଛିା
ବାର୍ଷିକ ବଜେଟ୍ ପ୍ରଣୟନ ପରବର୍ତ୍ତୀ ନୂତନ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଅର୍ଥ ବ୍ୟବସ୍ଥା, ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସହାୟତା, ମରାମତି ଏବଂ ଥଇଥାନ କାର୍ଯ୍ୟକ୍ରମ ଓ କୃଷକମାନଙ୍କୁ ସ୍ୱତନ୍ତ୍ର ସହାୟତା ପାଇଁ ଅତିରିକ୍ତ ବ୍ୟୟବରାଦ, ରାଜ୍ୟଯୋଜନା ଅନ୍ତର୍ଗତ ପୁନର୍ବିନ୍ୟାସିତ କେନ୍ଦ୍ର ପ୍ରବର୍ତ୍ତୀତ ଯୋଜନାରେ ରାଜ୍ୟ ଅଂଶ ଓ କେନ୍ଦ୍ର ଅଂଶ ପାଇଁ ବ୍ୟୟବରାଦ, ଚାଲୁଥିବା କେନ୍ଦ୍ର ଯୋଜନା ପାଇଁ ଅତିରିକ୍ତ ବ୍ୟୟବରାଦ, ଓଡ଼ିଶା ଆକସ୍ମିକ ପା=ିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା, ବିଭିନ୍ନ ଦାବୀରେ ହିସାବ ସମାୟୋଜନ ଆଦି ଆଧାରରେ ଚଳିତ ବର୍ଷର ଅତିରିକ୍ତ ବଜେଟ୍ କରାଯାଇଛିା
ଅତିରିକ୍ତ ବଜେଟ୍ରେ ବ୍ୟୟବରାଦ ହୋଇଥିବା ୪୫୦୨.୩୪ କୋଟି ଟଙ୍କା ମଧ୍ୟରୁ ୨୬୬୪.୫୭ କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ, ୧୨୬୫.୪୭ କୋଟି ଟଙ୍କା ବିଭିନ୍ନ ବିଭାଗ ଦ୍ୱାରା ସମର୍ପିତ ହେବାକୁ ଥିବା ବ୍ୟୟରୁ ଓ ବର୍ଷ ଶେଷକୁ ସଞ୍ଚୟ ଓ ସମର୍ପଣ ଜରିଆରେ ୫୭୪.୩୦ କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଇଛିା
ଅଣଯୋଜନା କ୍ଷେତ୍ରରେ ନିଟ୍ ବ୍ୟୟବରାଦ ୨୫୩୬.୮୭ କୋଟି ଟଙ୍କା ଅଟୋ ଏଥିମଧ୍ୟରୁ ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କର୍ପସ ପା=ି ନିମନ୍ତେ ୩୦୦ କୋଟି ଟଙ୍କା, କୃଷକମାନଙ୍କ ଧାନ ସଂଗ୍ରହ ପାଇଁ ସ୍ୱତନ୍ତ୍ର ବିପର୍ଯ୍ୟୟ ସହାୟତା ବାବଦରେ ୨୫୦ କୋଟି ଟଙ୍କା, ବାତ୍ୟା ଜନିତ କ୍ଷୟକ୍ଷତି ପାଇଁ ସହାୟତା ନିମନ୍ତେ ୫୪.୫୯ କୋଟି ଟଙ୍କା, ପରିଶୋଧ ଦେୟ ନିମନ୍ତେ ୧୪୭୫.୧୬ କୋଟି ଟଙ୍କା ଏବଂ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଅବଶିଷ୍ଟ ୪୫୭.୧୨ କୋଟି ଟଙ୍କା ଉ”ିଷ୍ଟା
ରାଜ୍ୟ ଯୋଜନା କ୍ଷେତ୍ରରେ ନିଟ୍ ବ୍ୟୟବରାଦ ୧୯୬୦.୩୦ କୋଟି ଟଙ୍କା ଅଟୋ ଏଥି ମଧ୍ୟରୁ ୬୭୯.୭୬ କୋଟି ଟଙ୍କା “ନିର୍ମଳ ଭାରତ ଯୋଜନା’, ୨୨୫.୭୭ କୋଟି ଟଙ୍କା “ସମନ୍ୱିତ ଜଳଛାୟା ପରିଚାଳନା କାର୍ଯ୍ୟକ୍ରମ’, ୧୩୭.୩୪ କୋଟି ଟଙ୍କା କୃଷି କ୍ଷେତ୍ରରେ ଅନ୍ୟାନ୍ୟ ଯୋଜନା, ୧୧୬କୋଟି ଟଙ୍କା ବୈଷୟିକ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ଉନ୍ନୟନ, ୩୯.୭୪ କୋଟି ଟଙ୍କା “ମଧୁବାବୁ ପେନ୍ସନ୍ ଯୋଜନା’, ୯୨ କୋଟି ଟଙ୍କା “ରାସ୍ତା କ୍ଷେତ୍ରରେ ଉନ୍ନତି’, ୨୦ କୋଟି ଟଙ୍କା “ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’କୁ ଅନୁଦାନ, ୨୦ କୋଟି ଟଙ୍କା “ଆଦର୍ଶ ବିଦ୍ୟାଳୟର ପୁନଃପୌନିକ ଖର୍ଚ୍ଚ’, ୫୦ କୋଟି ଟଙ୍କା “ଝାରସୁଗୁଡା ବିମାନଘାଟି’ ଉନ୍ନତି, ୬୦ କୋଟି ଟଙ୍କା “ବେସରକାରୀ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ’, ୧୫ କୋଟି ଟଙ୍କା “ରାଜସ୍ୱ କାର୍ଯ୍ୟାଳୟ ଗୃହ ନିର୍ମାଣ’ ଏବଂ ୬୮ କୋଟି ଟଙ୍କା “ରାଜ୍ୟ ସରକାରଙ୍କ ଦ୍ୱାରା ନଗରାଞ୍ଚଳ ଭିତ୍ତିଭୂମି ଓ ପରିଚାଳନାର ଉନ୍ନତି’ ନିମନ୍ତେ ଉ”ିଷ୍ଟା
କେନ୍ଦ୍ର ଯୋଜନା ପାଇଁ ୫.୧୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛିା ଏଥି ମଧ୍ୟରୁ “ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ଅନୁଷ୍ଠାନ ଭୁବନେଶ୍ୱର’କୁ ୩.୦୫ କୋଟି ଟଙ୍କା ଅନୁଦାନ ଏବଂ ୧.୯୬ କୋଟି ଟଙ୍କା ପଞ୍ଚମ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗଣନା ପାଇଁ ଉ”ିଷ୍ଟା
ସୀମିତ ସମ୍ବଳ ଏବଂ କ୍ରମବର୍ଦ୍ିଧିଷ୍ଣୁ ସମସ୍ୟା ସତ୍ତେ୍ୱ ଏକ ଜନମଙ୍ଗଳ ତଥା ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାକୁ ବିବେଚନାକୁ ନେଇ ରାଜ୍ୟ ସରକାର ଯେଉଁ ଅତିରିକ୍ତ ବ୍ୟୟବରାଦ କରିଛନ୍ତି, ତାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଆଶା ପ୍ରକାଶ କରିଛନ୍ତିା

Share in top social networks!