୧୬,୯୯,୦୦୦ ମେଟି୍ରକ୍ ଟନ୍ ଚାଉଳ ପାଇଁ ଧାନ ସଂଗ୍ରହ ନିମନ୍ତେ ଆପାତତଃ ଲକ୍ଷ୍ୟ ଧାର୍ଯ୍ୟ

ରାଜ୍ୟସରକାର ଚଳିତ ଖରିଫ ଋତୁରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତିା ଏ ବ୍ୟବସ୍ଥାର ସଫଳ ପ୍ରୟୋଗ ଓ ଅଭାବୀ ଧାନ ବିକ୍ରୀକୁ ରୋକିବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ପ୍ରକାଶ କରିଛନ୍ତିା
ଚଳିତ ଖରିଫ୍ ଋତୁରେ ପ୍ରଥମ ପର୍ଯ୍ୟାୟରେ ୧୬,୯୯,୦୦୦ ମେଟି୍ରକ୍ ଟନ୍ ଚାଉଳ ପାଇଁ ଧାନ ସଂଗ୍ରହ ନିମନ୍ତେ ଆପାତତଃ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ମିଲର ଏଜେଣ୍ଟଙ୍କ ଜରିଆରେ ୧,୧୩,୫୦୦ ମେଟି୍ରକ୍ ଟନ୍, ଯୋଗାଣ ନିଗମ ୧୩,୬୯,୫୦୦ ମେଟି୍ରକ୍ ଟନ୍, ମାର୍କଫେଡ୍ ୯୯,୦୦୦, ନାଫେଡ୍ ୫୪,୦୦୦, ଟିଡିସିସି ୪୩,୦୦୦ ଓ ଭାରତୀୟ ଖାଦ୍ୟ ନିଗମ ଜରିଆରେ ୨୦,୦୦୦ ମେଟି୍ରକ୍ ଟନ୍ ଚାଉଳ ପାଇଁ ଧାନ ସଂଗ୍ରହ କରାଯିବାକୁ ନିଷ୍ପତ୍ତି ହୋଇଛିା ରାଜ୍ୟ ସରକାର ଚଳିତ ଖରିଫ୍ ଋତୁରେ ୬୦ଟି ବ୍ଲକ୍ରେ ସମସ୍ତ ସମିତିରେ ଅନ୍ଲାଇନ୍ ବ୍ୟବସ୍ଥା ପିି-ପାସ ମାଧ୍ୟମରେ ଧାନ କ୍ରୟ କରୁଛନ୍ତିା ଧାନ କ୍ରୟ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୁସଂହତ କରାଯାଇଛିା
ଚଳିତ ଖରିଫ୍ ଋତୁରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହକୁ ବ୍ୟବସ୍ଥିତ ଭାବରେ କରିବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିେ”ର୍ଶ ଦେଇଛନ୍ତିା

Share in top social networks!