ଭାରତୀୟ ରେଡ଼କ୍ରସ୍ ସୋସାଇଟି ତରଫରୁ ତ୍ରିଦିବସୀୟ କର୍ମଶାଳା

redcrossଭାରତୀୟ ରେଡ଼କ୍ରସ୍ ଓଡ଼ିଶା ରାଜ୍ୟ ଶାଖା ତରଫରୁ କନିଷ୍ଠ ରେଡ଼କ୍ରସ୍ ଓ ଯୁବ ରେଡ଼କ୍ରସ୍ ପରାମର୍ଶଦାତାମାନଙ୍କର ଏକ ତିନିଦିନିଆ କର୍ମଶାଳା ହୋଟେଲ ଲା-ଫ୍ରାଙ୍କଲିନ୍ଠାରେ ଉଦ୍ଘାଟିତ ହୋଇଯାଇଛି । ଭାରତୀୟ ରେଡ଼୍ରକ୍ରସ୍ ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡ଼ ଚକ୍ରଧର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଂପାଦକ ଡ଼ ଅଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାମାଜିକ ଅଭିବୃଦ୍ଧି କ୍ଷେତ୍ରରେ ସ୍ୱେଚ୍ଛାସେବୀଙ୍କ ଭୂମିକା ସଂପର୍କରେ ଆଲୋଚନା କରିବା ସହ ଓଡ଼ିଶାର ବିଭିନ୍ନ ଅପହଞ୍ଚ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ ।

ଅନ୍ୟତମ ଅତିଥି ରେଡ଼କ୍ରସ୍ର ଯୁଗ୍ମ ସଂପାଦକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତ ଯୋଗଦେଇ କନିଷ୍ଠ ରେଡ଼କ୍ରସ୍ ଓ ଯୁବ ରେଡ଼କ୍ରସ୍ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଭାରତୀୟ ରେଡ଼କ୍ରସ୍ ପ୍ରତିନିଧି ଶ୍ରୀ କାମିଲି ରସିଦ୍ ଖାନ୍, ଶ୍ରୀ ଜନ୍ ଜର୍ଜ, ଶ୍ରୀ ଜିତିନ୍ ଯୋଶ୍ ଯୋଗ ଦେଇ ଓଡିଶା ରାଜ୍ୟ ଶାଖାର ବିଭିନ୍ନ କାର୍ଯ୍ୟକ୍ରମର ଲକ୍ଷ୍ୟ ସଂପର୍କରେ ଆଲୋଚନା କରିଥିଲେ । ପ୍ରଶିକ୍ଷକ ଭାବରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରର ଅଧ୍ୟାପକ ଡ଼. ଅଜୟ କୁମାର ତି୍ରିପାଠୀ ରେଡ଼କ୍ରସ୍ର ଇତିହାସ ଓ ମୌଳିକତା ସଂପର୍କରେ ବିଶଦ ଭାବରେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ ।

ଡ଼ଃ. ଡ଼ି.କେ ମହାପାତ୍ର, ସଚିବ, ରାଜ୍ୟ ପ୍ରବରଣ ମଣ୍ଡଳୀ, ସମାଜିକୀକରଣ, ସ୍ୱେଚ୍ଛାସେବା, ବ୍ୟକ୍ତିତ୍ୱର ବିକାଶ ଓ ନେତୃତ୍ୱ ସଂପର୍କରେ ଏବଂ ଅଧ୍ୟାପିକା ଶ୍ରୀମତୀ ଜୟଶ୍ରୀ ରାଉତ କୈଶୋର ସ୍ୱାସ୍ଥ୍ୟ ସଂପର୍କରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିବା ସହ ଆଲୋଚନାରେ ବହୁ ସାମ୍ବାଦିକ ଓ ଶିକ୍ଷାବିତ୍ ଅଂଶଗ୍ରହଣ କରିଥିଲେ ।

ଶ୍ରୀ ବିଶ୍ୱ ରଂଜନ ବେହେରା ସ୍ୱାଗତ ଭାଷଣ ପ୍ରଦାନ ଓ ଯୁବ ରେଡକ୍ରସ୍ ଅଧିକାରୀ ଡ଼ଃ. ଦେବଦତ୍ତା ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁଶ୍ରୀ ବିଜୟଲକ୍ଷ୍ମୀ ପାତ୍ର ପରିଚାଳନା କରିଥିଲେ ।

Share in top social networks!