ଜାତୀୟ ଯୁଡୋ ଚମ୍ପିୟନଶିପ୍ ଉଦ୍ଘାଟିତ

ଯୁଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ (ଯେଏଫ୍ଆଇ) ଅନୁମୋଦନ କ୍ରମେ ଓଡିଶା ରାଜ୍ୟ ଯୁଡୋ ଆସୋସିଏସନ୍ ର ମିଳିତ ଆନୁକୁଲ୍ୟ ରେ ଜାତୀୟ ସିନିୟର୍ ଯୁଡୋ (ପୁରୁଷ ଓ ମହିଳା) ଚମ୍ପିୟନଶିପ୍ ଶୁକ୍ରବାର ଠାରୁ କିଟ୍ ବିଶ୍ୱବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଇନ୍-ଡୋର୍ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି |

୧୭ ବର୍ଷରୁ ଉର୍ଦ୍ଧ ବୟସ ର ଜୁଡୋକା ଙ୍କୁ ନେଇ ଆୟୋଜିତ ହେଉଥିବା ଏହି ସିନିୟର ଚମ୍ପିୟନସିପ୍ ର ଉଭୟ ପୁରୁଷ ଓ ମହିଳା ବିଭାଗରେ ମୋଟ ୧୪ଟି ଇଭେଣ୍ଟ ଆୟୋଜିତ ହୋଇଛି | ପ୍ରଥମ ଦିନରେ ୭ ଇଭେଣ୍ଟ ଶେଷ ହୋଇଥିବାବେଳେ ମଣିପୁର, ହରିୟାନା ୨ଟି ଲେଖାଏଁ ଏବଂ ପଞ୍ଜାବ, ଏଆଇପିସିବି ଏବଂ ସର୍ଭିସେସ୍ ଗୋଟିଏ ଲେଖାଏଁ ସ୍ଵର୍ଣ ପଦକ ହାସଲ କରିଛନ୍ତି | ପ୍ରଥମ ଦିନରେ ଓଡିଶା ପକ୍ଷରୁ ଗୀତାଞ୍ଜଳି ସାହୁ ଗୋଟିଏ ବାଉଟ୍ ଜିତି ପରବର୍ତ୍ତୀ ବାଉଟ୍ ହାରିଯାଇଥିବାବେଳେ ଅମର ନାୟକ ୨ ଟି ଜିତିବା ପରେ ହାରି ବ୍ରୋଞ୍ଜ ରାଉଣ୍ଡ ପ୍ରବେଶରୁ ବଞ୍ଚିତ ହୋଇଥିଲେ | କ୍ରୀଡା ମନ୍ତ୍ରୀ ରାମେଶ ମାଝୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ |

ଏଥିରେ ଓଡିଶା ସମେତ ସମସ୍ତ ୩୦ ଟି ରାଜ୍ୟ ଏବଂ ୬ ଟି ପରା ମିଲିଟାରୀ ସଂସ୍ଥା ଏସ୍.ଏସ୍.ସି.ବି,ଆଇଟିବିପି ,ସିଆଇଏସ୍ଏଫ୍ ରୁ ୫୫୦ ପ୍ରତିଯୋଗୀ ଭାଗ ନେଇଛନ୍ତି | ଉଦ୍ଘାଟନୀ ଉଶ୍ଚବ ରେ ଅନ୍ୟମାନଙ୍କ ମଧ୍ୟରେ ଅସ୍ଜା ସଭାପତି ବରିଷ୍ଠ ଆଇଏଏସ୍ ପ୍ରିୟବତ ପଟ୍ଟନାୟକ ଏବଂ ସାଧାରଣ ସମ୍ପାଦିକା ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ | ସନ୍ଧ୍ୟା ରେ ପଦକ ପ୍ରଦାନ ଉଶ୍ଚବ ରେ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅତିଥି ଭାବେ ଯୋଗ ଦେଇଥିଲେ |

Share in top social networks!