ଓଡ଼ିଆ ପୁଅର ଦ୍ୱାଦଶ ବୋଇତ ବନ୍ଦାଣ ଉତ୍ସବରେ ମାଗୁଣିଙ୍କ କଣ୍ଢେଇ ଓ ଉତ୍ସବଙ୍କ ଘୋଡ଼ା ନାଚରେ ପ୍ରବାସୀ ଓଡ଼ିଆଙ୍କ ସହ ଅଣ ଓଡ଼ିଆ ଦର୍ଶକ ମନ୍ତ୍ରମୁଗ

IMG_7465 ଓଡ଼ିଆ ପୁଅ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ତ୍ୟାଗରାଜ ନଗରର ମିଳିତ ସହଯୋଗରେ ନୂଆଦିଲ୍ଲୀଠାରେ ଦ୍ୱାଦଶ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । କାର୍ତିକ ପୂର୍ଣ୍ଣିମା ଦିନ ପ୍ରାତଃ ସମୟରେ ସୂର୍ଯ୍ୟ ଉଦୟ ପୂର୍ବରୁ ଓଡ଼ିଆ ପୁଅ ତର‘ରୁ ଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ସାଂକେତିକ ଭାବରେ ବୋଇତ ଭସାଯାଇ ଏହି ଉତ୍ସବର ପ୍ରାରମ୍ଭ କରାଯାଇଥିଲା । ଏଥିରେ ଶତାଧିକ ଓଡ଼ିଆ ଲୋକ ଯୋଗଦେଇଥିଲେ । ଏହି ପବିତ୍ର ଦିବସର ସଂଧ୍ୟାଂରେ ଶ୍ରୀ ଜଗନ୍ନାଥ ମନ୍ଦିର ତ୍ୟାଗରାଜ ନଗର ନିକଟରେ ଏକ ସାଂସ୍କୃତିକ ସଂଧ୍ୟାର ଆୟୋଜନ କରାଯାଇଥିଲା । ଏହି ସଂଧ୍ୟାରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଏହିଦିନ ସଂଧ୍ୟାରେ ଓଡ଼ିଶା ସରକାରଙ୍କର ସଂସ୍କୃତି ବିଭାଗର ସହାୟତାରେ ଦିଲ୍ଲୀକୁ ପ୍ରଥମ ଥର ପାଇଁ କେନ୍ଦୁଝରରୁ ଆସିଥିବା ରଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଏବଂ ଭଞ୍ଜ ସମ୍ମାନରେ ସମ୍ମାନୀତ ସୁନାମଧନ୍ୟ କଳାକାର ମାଗୁଣି ଚରଣ କୁଅଁରଙ୍କ କଣ୍ଢେଇ ନାଚ ଏବଂ କଟକର ଚୌଦ୍ୱାରରୁ ଆସିଥିବା ସୁନାମଧନ୍ୟ କଳାକାର ଉତ୍ସବ ଦାସଙ୍କର ଘୋଡ଼ା ନାଚ ଉପସ୍ଥିତ ଦର୍ଶକଙ୍କର ମନମୁଗ୍ଧକରିଥିଲା । ଏତଦ୍ ବ୍ୟତିତ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ତିନିଜଣ ମହାମାନ୍ୟଙ୍କୁ ଓଡ଼ିଆ ପୁଅ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେମାନେ ହେେଲେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ପ୍ରବକ୍ତା ଡାକ୍ତର ସଂଦୀପ ପାତ୍ର, ଏନ୍.ଟି.ପି.ସିର ମାନବ ସମ୍ବଳ ନିଦେ୍ର୍ଧଶକ ଶ୍ରୀ ଉମେଶ ପ୍ରସାଦ ପାଣି ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ତ୍ୟାଗରାଜ ନଗରର ସଂପାଦକ ଶ୍ରୀ କାମଦେବ ବିଶ୍ୱାଳ ।

ଏତଦ୍ ବ୍ୟତୀତ ଓଡ଼ିଶା ଡାଏରୀର ପ୍ରତିଷ୍ଠାତା ସଂପାଦକ ଶ୍ରୀ ରଶ୍ମୀରଂଜନ ପରିଡ଼ାଙ୍କୁ ଓଡ଼ିଆ ପୁଅ ଯୁବ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହା ସହ ପ୍ରଥମ ଥର ପାଇଁ ଓଡ଼ିଆ ପୁଅ ତର‘ରୁ କଳିଙ୍ଗ କନ୍ୟା ସମାଜ ସେବିକା ସମ୍ମାନରେ ପରିଚୟ ‘ାଉଣ୍ଡେସନ୍ର ସଭାପତି ରୋଜାଲିନ୍ ପାଟ୍ଟଶାଣୀଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ସାମ୍ବାଦିକତା କ୍ଷେତ୍ରରେ ଗବେଷଣା ମୁଳକ ସଂବାଦ ପାଇଁ ଦିଲ୍ଲୀରୁ ସମାଜର ପ୍ରତିନିଧି ଶ୍ରୀ କିଶୋର ଦ୍ୱିବେଦୀ, ଧରିତ୍ରୀ ପ୍ରତିନିଧି ଶ୍ରୀ ନିଗମାନନ୍ଦ ପୃଷ୍ଟି, ସମାଜ ସେବା ପାଇଁ ଶ୍ରୀ ଶ୍ରୀ ନିଳାଚଂଳ ସେବା ସଂଘର ସଂପାଦକ ଶ୍ରୀ ରବିି ନାରାୟଣ ପ୍ରଧାନ, ଓଡ଼ିଶା ସାଂସ୍କୃତିକ ସଂଘର ସଭାପତି ଶ୍ରୀ ବିଜୟ ମହାନ୍ତି, ହରପ୍ରୀୟା ନବଦୁର୍ଗାପୁଜା କମିଟି, ଗୁଡଙ୍ଗାଓର ସଭାପତି ଶ୍ରୀ ରାଜାଦାଶ, ସମାଜ ସେବୀ ତଥା ଓକିଲ ଶ୍ରୀ ସଂଜୀବ ମହାନ୍ତି ଦିଲ୍ଲୀରେ ସଂସ୍କୃତି ଏବଂ କଳାର ପୂଜାରୀ ଶ୍ରୀ ଲକ୍ଷ୍ମୀନାରାୟଣ ବେବର୍ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ଅଙ୍ଗ ବସ୍ତ୍ର ଦ୍ୱାରା ସଂମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଓଡ଼ିଶା ବିଜେପି ନେତା ତଥା ସମାଜ ସେବୀ ଶ୍ରୀ ଅଶୋକ ସାହୁ, ବରିଷ୍ଠ ପ୍ରଶାସକ ରବିନାରାୟଣ ଦାସ, ବରିଷ୍ଠ ପ୍ରଶାସକ ଡ଼. ଅରୁଣ କୁମାର ରଥ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ପ୍ରକାଶ ମିଶ୍ର, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଅର୍ଥ ପରାମର୍ଶ ଦାତା ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା, ବରିଷ୍ଠ ପ୍ରଶାସକ ବିଧାନ ନାୟକ, ରାଜ୍ୟସଭାର ସଂଯୁକ୍ତ ସଚିବ ସତ୍ୟନାରାୟଣ ସାହୁ, ବରିଷ୍ଠ ପ୍ରଶାସକ ଦେବୀ ପ୍ରସାଦ ଦାଶ ଚଳଚିତ୍ର ପ୍ରଯୋଜକ ଶ୍ରୀ ଜିତେନ୍ଦ୍ର ମିଶ୍ର, ଦେବଜିତ ରଥ ଶ୍ରୀଦେବ ନନ୍ଦ, ସଂଗୀତ ନଦେ୍ର୍ଧଶକ ଦେବାଶିଷ ମହାପାତ୍ରଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ମଂଚ ପରିଚାଳନା କରିଥିଲେ ସ୍ୱଣ୍ୱର୍ପ୍ରଭା ପତି, କଳିଙ୍ଗ କନ୍ୟା ଏବଂ ସୁମନ୍ତ ହରିଚନ୍ଦନ । ଓଡ଼ିଆ ପୁଅର ସଂପାଦକ ଶ୍ୟାମସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!