ରାଜ୍ୟରେ ପୁଣି ଥରେ ବସଭଡା ହ୍ରାସ; ଆଜିଠାରୁ ଲାଗୁ ହେବ ନୂତନ ଦର

Minister Ramesh Majhiତୈଳ ଦରରେ ହ୍ରାସକୁ ଦୃଷ୍ଟିିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ରାଜ୍ୟରେ ବସ ଭଡା ହ୍ରାସ କରିଛନ୍ତିା ସରକାର ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ଗଠନ କରିଥିଲୋ କମିଟିର ରିପୋର୍ଟକୁ ଅନୁଧ୍ୟାନ କଲାପରେ ସରକାର ଏହି ନୂତନ ଯାତ୍ରୀଭଡା ଧାର୍ଯ୍ୟ କରିଛନ୍ତିା ଆଜି ଠାରୁ ଏହି ନୂତନ ବସଭଡା ଲାଗୁ କରାଯିବା
ରାଜ୍ୟରେ ଚଳାଚଳ କରୁଥିବା ଟାଉନବସ୍ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ବସ୍ ପାଇଁ ନୂତନ ଯାତ୍ରୀଭଡା ନିର୍ଦ୍ଧାରିତ କରାଯାଇଛିା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସାଧାରଣ (ଅର୍ଡିନାରୀ) ବସରେ ଯାତ୍ରୀଭଡାକୁ କିଲୋମିଟର ପିଛା ୬୨ ପଇସାକୁ ଧାର୍ଯ୍ୟ କରାଯାଇଛିା ଅର୍ଡିନାରୀ ବସରେ ସର୍ବନିମ୍ନ ଯାତ୍ରୀଭଡା ୫ଟଙ୍କା ରଖାଯାଇଛିା ସେହିପରି ଏକ୍ସପ୍ରେସ ବସ ପାଇଁ ଯାତ୍ରୀଭଡା କିଲୋମିଟର ପିଛା ୬୫ ପଇସା, ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୮୫ ପଇସା ଓ ଏ.ସି. ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୧ଟଙ୍କା ୦୪ ପଇସା ଧାର୍ଯ୍ୟ କରାଯାଇଛିା ଏକ୍ସପ୍ରେସ ବସରେ ସର୍ବନିମ୍ନ ଯାତ୍ରୀ ଭଡା ୫ଟଙ୍କା, ଡିଲକ୍ସ ବସ ଏବଂ ଏ.ସି. ଡିଲକ୍ସ ବସ ପାଇଁ ସର୍ବନିମ୍ନ ଯାତ୍ରୀ ଭଡା ୧୩ ଟଙ୍କା ରଖାଯାଇଛିା ଅର୍ଡିନାରୀ ବସ ଓ ଏକ୍ସପ୍ରେସ ବସରେ ଯାତ୍ରୀଭଡାକୁ ୧ ପଇସା କମ କରାଯାଇଥିବା ବେଳେ ଡିଲକ୍ସ ବସ ଓ ଏ.ସି. ଡିଲକ୍ସ ବସ ପାଇଁ ଯାତ୍ରୀଭଡାକୁ ୨ ପଇସା କମ କରାଯାଇଛିା
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଡିଜେଲ ଦରର ହ୍ରାସକୁ ଦୃଷ୍ଟିରେ ରଖି ରାଜ୍ୟରେ ଚଳାଚଳ କରୁଥିବା ଟାଉନବସ୍ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ବସ୍ ପାଇଁ ସରକାର ଗତ ଅକେଫାବର ୨୯ ତାରିଖ ଦିନ ସମୀକ୍ଷା କରି ବର୍ଦ୍ିଧିତ ଯାତ୍ରୀ ଭଡାକୁ ହ୍ରାସ କରିଥିଲୋ

Share in top social networks!