ଖାଦ୍ୟ ସୁରକ୍ଷା ସଚେତନତା ଅଭିଯାନ ଉଦ୍ୟାପିତ

pecucଖାଦ୍ୟ ସୁରକ୍ଷା ଆଇନ ତଥା ଖାଦ୍ୟ ସୁରକ୍ଷା ସରକାରୀ ଯୋଜନା ବିଷୟରେ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ପିପୁଲସ୍ କଲ୍ଚରାଲ୍ ସେଣ୍ଟର (ପିକକ୍), ଅଲିଭା ମହିଳା ପଞ୍ଚାୟତ ପ୍ରତିନିଧି ମହାସଂଘ, ଦ ହଙ୍ଗର ପ୍ରୋଜେକ୍ଟ ସହେଯାଗରେ ବାଲିଅନ୍ତା ବ୍ଲକ ର ୧୩ଟି ପଞ୍ଚାୟତ ଓ ଭୁବନେଶ୍ୱର ବ୍ଲକ୍ର ୬ଟି ପଞ୍ଚାୟତରେ ଅକ୍ଟୋବର ୨୯ ତାରିଖରୁ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇ ଆଜି ଏହା ଉଦ୍ୟାପିତ ହୋଇଛି । ଏହି ସଚେତନତା ଅଭିଯାନରେ ପଞ୍ଚାୟତ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଜନସାଧାରଣ ଯୋଗ ଦେଇଥିଲେ ।

ଏହି ଅବସରରେ ସାଇ କଲ୍ଚାରାଲ୍ ଗ୍ରୁପ୍ ଦ୍ୱାରା ପାଣୁ ବେହେରାଙ୍କ ନିଦେ୍ଧର୍ଶନାରେ ନାଟକ “ଆସ ଆମେ ଜାଣିବା” ପଥପ୍ରାନ୍ତ ନାଟକ ଖାଦ୍ୟସୁରକ୍ଷା ଉପରେ ପରିବେଷଣ କରାଯାଇଥିଲା । ଏକ ସୁସଜ୍ଜିତ ଟାବୋଲୋ ତଥା ବିଭିନ୍ନ ସୂଚନା ନେଇ ଭ୍ରମଣ କରିଥିଲା । ଏହି ଅଭୀଯାନରେ ଭୁବନେଶ୍ୱର ବ୍ଲକ୍ ଉପାଧକ୍ଷ୍ୟ ସ୍ନେହଲତା ବାରିକ,ବାଲିଅନ୍ତା ବ୍ଲକ୍ ର ବ୍ଲକ୍ ଉନ୍ନୟନ ଅଧିକାରୀ ଅନାମିକା ଅଧିକାରୀ, ଚଳଚିତ୍ର ଅଭିନେତା ଭିକାରୀ ସ୍ୱାଇଁ ଓ ହାସ୍ୟ ଅଭିନେତା ନବକିଶୋର ନାୟକ ପ୍ରମୁଖ ଯୋଗଦେଇଥିଲେ ।

ଏତତ୍ ବ୍ୟତିତ ଅଲିଭା ମହିଳା ମହାସଂଘର ଅର୍ଚ୍ଚନା ସାହୁ, ସୁଲୋଚନା ଭୋଇ, ସୁମିତ୍ରା ସାମନ୍ତାରାୟ, ସୁଶମା ପ୍ରଧାନ, କଳ୍ପନା ସେଠୀ ଆଦି ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପିକକ୍ ର ଉପମା ମହାନ୍ତି, ପ୍ରଦିପ୍ତ ବେଉରା କାର୍ଯ୍ୟକ୍ରମକୁ ସହେଯାଗ କରିଥିଲେ ।

Share in top social networks!