ଗ୍ରୁଣ୍ଡୋଫୋସ୍ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଭ୍ରାମ୍ୟମାଣ ଅଭିଯାନ ‘ଡିମାଣ୍ଡ୍ ମୋର୍’ ଭୁବନେଶ୍ୱରରେ ପହଞ୍ଚିଲା

groundfଗ୍ରୁଣ୍ଡୋଫୋସ୍ ପମ୍ପସ୍ ଇଣ୍ଡଆ ପ୍ରା.ଲିଃ.(ଗ୍ରୁଣ୍ଡୋଫୋସ୍ ଇଣ୍ଡିଆ) ପକ୍ଷରୁ ଆୟୋଜିତ ଭ୍ରାମ୍ୟମାଣ ଅଭିଯାନ ‘ଡିମାଣ୍ଡ୍ ମୋର୍’ ଭୁବନେଶ୍ୱରରେ ଆସି ପହଞ୍ଚିଛି । ଉପôାଦ ସମ୍ପର୍କରେ ଦକ୍ଷତା ତଥା ଉପôାଦ ସସ୍ଷ୍ଟେନ୍ବିଲିଟି ସମ୍ବନ୍ଧିତ ନୂତନ ବେଞ୍ଚ୍ମାର୍କ ସୃଷ୍ଟି କରିବ । ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ।
ଏହି ଷ୍ଟେଟ୍୍ ଅଫ୍ ଆର୍ଟ ମୋବାଇଲ୍ ଶୋ’ରୁମ୍ରେ କମର୍ସିଆଲ୍ ତଥା ଘରୋଇ ବିଲ୍ଡିଂ କ୍ଷେତ୍ରରେ ବ୍ୟବହୃତ ହେଉଥିବା ମାଗ୍ନା-୩( ଗରମ ଓ ଥଣ୍ଡା ପାଣି ପ୍ରବାହ), ଏସ୍ପି(ଜଳ ଯୋଗାଣ), ଡିଡବ୍ଲୁ୍ୟକେ( ଡିୱାଟରିଙ୍ଗ୍ ପମ୍ପ୍), ଅକ୍ସିପ୍ରେମ୍ ପ୍ରୋ( ୱାଟର୍ ଟ୍ରିଟ୍ମେଣ୍ଟ୍), ଏସ୍କୁ୍ୟ ଏବଂ ସିଆର୍ ସୋଲାର୍ ପମ୍ପ୍, ଅଗ୍ନି ସୁରକ୍ଷା ପ୍ରଣାଳୀ ଏବଂ ଅନ୍ୟ ପମ୍ପ୍ ସମ୍ପର୍କିତ ଉପôାଦ ସମାଧାନ ଉପଲବ୍ଧ ହେଉଛି ।
ବିଲ୍ଡର୍, ଆକ୍ଟ୍ରିଟେକ୍ଟ୍୍, ପ୍ରୋଜେକ୍ଟ୍ ମ୍ୟାନେଜର୍, କନସଲଟାଣ୍ଟ୍ ଏବଂ ପମ୍ପ୍ ବ୍ୟବସାୟୀ କଳିଙ୍ଗ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି(କିଟସ୍)ଠାରେ ଥିବା ଏହି ମୋବାଇଲ୍ ଶୋ’ରୁମ୍ ପରିଦର୍ଶନ କରିଛନ୍ତି । ଦେଶବ୍ୟାପି ବିଭିନ୍ନ ପ୍ରମୁଖ ସହର ତଥା ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଆୟୋଜିତ ହେବାକୁଥିବା ଏହି ୭୫ ଦିନିଆ ଅଭିଯାନରେ ବିଲଡର୍ ଗୋଷ୍ଠୀଙ୍କୁ ଆକୃଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ଅଭିଯାନ ଦିଲ୍ଲୀ, ଅହମ୍ମଦାବାଦ୍, ମୁମ୍ବାଇ, ପୁଣେ ଏବଂ ବାଙ୍ଗାଲୋର୍ରେ ଖୁବ୍ ଶୀଘ୍ର ପହଞ୍ଚିବାର ଯୋଜନା ରହିଛି ।
ଏହି ଅବସରରେ ସ୍ୱିଏଜ୍ ଆପ୍ଲିକେସନ୍ରେ ବ୍ୟବହୃତ ହେଉଥିବା ଏସ୍ଇଜି-ଅଟୋ ଆଡପ୍ଟ୍ ଗ୍ରାଇଣ୍ଡର୍ ପମ୍ପ୍ର ବଜାର ପ୍ରବେଶ କରାଯାଇଛି । ଏହି ପମ୍ପ୍ଟି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଛି ଯାହାଦ୍ୱାରା ପ୍ରଦୂଷଣକାରୀ ଦ୍ରବ୍ୟ ଏବଂ ଅଶୋଧିତ ଘରୋଇ ସ୍ୱିଏଜି କ୍ଷୁଦ୍ର କମୁ୍ୟନିଟି କିମ୍ବା ଅଳ୍ପ ଜନସଂଖ୍ୟା ସାନ୍ଦ୍ରତା ବିଶିଷ୍ଟ ଅଞ୍ଚଳରେ ବ୍ୟବହାର କରାଯାଇପାରିବ । ଏସବୁ ଅଞ୍ଚଳରେ ଗ୍ରାଭିଟେସନ୍ ପ୍ରଣାଳୀ କାର୍ଯ୍ୟ କରିବାକୁ ପା୍ରୟତଃ ସକ୍ଷମ ହୋଇନଥାଏ । ଏହା ଇଣ୍ଡଷ୍ଟ୍ରି୍ରଆଲ୍ ଆପ୍ଲିକେସନ୍ ଅର୍ନ୍ତଗତ ପ୍ରଦୂଷିତ ଫାଇବର୍ ଆର୍ବଜନାକୁ ସ୍ୱଚ୍ଛ କରିବାକୁ ସକ୍ଷମ ହୋଇଥାଏ । ଏସ୍ଇଜି-ଅଟୋ ଆଡପ୍ଟ୍ ରେଞ୍ଜ୍ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଛି ଯାରହାଦ୍ୱାରା ଲାଇଫ୍ ଟାଇମ୍ କ୍ଷେତ୍ରରେ ଏହା ଶକ୍ତି ସଞ୍ଚୟକାରୀ ସାବ୍ୟସ୍ତ ହୋଇଥାଏ ଏବଂ ନିଜସ୍ୱଦକ୍ଷତା ବଜାଇ ରଖିଥାଏ ।
ଏହି ଭ୍ରାମ୍ୟମାଣ ଅଭିଯାନ ଅବସରରେ ଗ୍ରୁଣ୍ଡୋଫୋସ୍ ଇଣ୍ଡିଆର ଚିଫ୍ ଅପରେଟିଙ୍ଗ୍ ଅଫିସର୍-ସେଲସ୍, ଡେଭିଡ୍ ମ୍ୟାକ୍ ମିଲନ୍ କହିଲେ, ‘‘ ଉପôାଦ ଗୁଡିକର ଦକ୍ଷତା ବିକାଶ ଏବଂ ସ୍ଥାୟିତ୍ୱ ସମ୍ପର୍କିତ ଯୋଜନା ଅର୍ନ୍ତଗତ ଗ୍ରୁଣ୍ଡ୍ଫୋସ୍ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଥାଏ । ଆମ୍ଭେ ସବୁବେଳେ କାର୍ଯ୍ୟ ସମ୍ପାଦନ, ଦକ୍ଷତା ତତା ବିଶ୍ୱାସନୀୟତା ବଜାଇ ରଖିବା ପାଇଁ ପ୍ରୟାସ କରିଥାଉ । ଏହି ‘ଡିମାଣ୍ଡ୍ ମୋର୍ ଅଭିଯାନ’ ଦେଶବ୍ୟାପି ଆମ୍ଭର ଉପôାଦ ରେଞ୍ଜ୍ ତଥା ମୌଳିକ ବିଶ୍ୱାସନୀୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସକ୍ଷମ ହେବା ସହିତ କମର୍ସିଆଲ୍ ତଥା ଘରୋଇ କ୍ଷେତ୍ରୀୟ ଗ୍ରାହକଙ୍କୁ ବିଶେଷ ଭାବରେ ପ୍ରଭାବିତ କରିବକାୁ ସକ୍ଷମ ହେବ । ଏହି ଅବସରରେ ଆମ୍ଭେ ସ୍ୱତନ୍ତ୍ର ଭାବରେ ପ୍ରଦୂଷିତ ପାଣି ଶୋଧନ ପାଇଁ ନିର୍ମିତ ହୋଇଥିବା ଏସ୍ଇଜି-ଅଟୋ ଆଡପ୍ଟ୍ ରେଞ୍ଜ୍ର ପମ୍ପିଙ୍ଗ୍ ପ୍ରଣାଳୀର ପ୍ରଦର୍ଶନ କରିଥିବାରୁ ବିଶେଷ ଆନନ୍ଦିତ । ଏହି ଉପôାଦ ଦେଶବ୍ୟାପି ଘରୋଇ, କମର୍ସିଆଲ୍ ତଥା ମୁ୍ୟନିସିପାଲିଟି କ୍ଷେତ୍ରରେ ବିଶେଷ କାରବାର କରିବାକୁ ସକ୍ଷମ ହେବ ବୋଲି ଆମ୍ଭେ ନିଶ୍ଚିତ ।’’

Share in top social networks!